ETV Bharat / state

Naba Das Murder: ରାଜ୍ୟ ସରକାରଙ୍କୁ ଘେରିଲେ ଧର୍ମେନ୍ଦ୍ର, ତଦନ୍ତ ଭାର ଥାର୍ଡ ପାର୍ଟିକୁ ଦିଆଯାଉ

author img

By

Published : Feb 5, 2023, 11:41 AM IST

Updated : Feb 5, 2023, 12:25 PM IST

ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର । କହିଲେ ଶାନ୍ତିପ୍ରିୟ ଓଡିଶାର ଗତି କୁଆଡେ । ଅଧିକ ପଢନ୍ତୁ

Dharmendra Pradhan Targets BJD Govt
Dharmendra Pradhan Targets BJD Govt
ରାଜ୍ୟ ସରକାରଙ୍କୁ ଘେରିଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଏହି ଘଟଣାର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି । ଗଣମାଧ୍ୟମ ଆଗରେ ସେ କହିଛନ୍ତି ଯେ, ତଦନ୍ତରେ ସ୍ପଷ୍ଟତା ନାହିଁ । କାହିଁକି ଜଣେ ପୋଲିସ ହତ୍ୟାକାଣ୍ଡ ଘଟାଇଲା ଆଜି ଯାଏଁ କାହା ପାଖରେ ସୁରାକ ନାହିଁ । କମିଶନ ଆକ୍ଟରେ ନ୍ୟାୟଧୀଶ ନିଯୁକ୍ତ ହୋଇନାହାନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ବିଶ୍ବାସନୀୟ ନୁହେଁ । ଏଣୁ ନୈତିକତା ଦୃଷ୍ଟିରୁ ରାଜ୍ୟ ସରକାର ତଦନ୍ତ ଭାର ଥାର୍ଡ ପାର୍ଟିକୁ ଦିଅନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏହାସହିତ ପୋଲିସ ଡିଜି ସୁନୀଲ ବଂଶଲଙ୍କ ଜଗନ୍ନାଥ ବୟାନକୁ ମଧ୍ୟ ସେ ତୀବ୍ର ସମାଲୋଚନା କରିଛନ୍ତି । ଡିଜି ଜଗନ୍ନାଥଙ୍କ ନାଁରେ ଖସି ଯିବାକୁ ଉଦ୍ୟମ କରୁଛନ୍ତି । ସେ ଜଗନ୍ନାଥ ଭରସା ବୋଲି କହିବା ଦୁଭାଗ୍ୟଜନକ । ଏହା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି । ମୁଖ୍ୟମନ୍ତ୍ରୀ ମଧ୍ୟ ରାଜ୍ୟର ଗୃହମନ୍ତ୍ରୀ ଭାବେ ସଚେତନ ହେବା ଆବଶ୍ୟକ । ସେ ମନେ ରଖିବା ଉଚିତ୍ ଯେ, ଦାୟିତ୍ବ ମିଳିଛି ଜାଗିର ନୁହେଁ । ରାଜନୀତିରେ ହିଂସାର ସ୍ଥାନ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏହାସହିତ ବାଲେଶ୍ବରରେ ବାଲି ମାଫିଆ ଆକ୍ରମଣ ଓ ତିର୍ତ୍ତୋଲ ବିଧାୟକଙ୍କ ବିବାହ ବିବାଦ ପ୍ରସଙ୍ଗ ଉଠାଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ''ଅଭିଯୋଗ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ପଡୁଛି । ଶାସକ ଦଳର ପ୍ରଭାବଶାଳୀ ବିଧାୟକଙ୍କ ବିରୁଦ୍ଧରେ ଜଣେ ଯୁବତୀଙ୍କ ଅଭିଯୋଗ ପୋଲିସ ରଖିଲା ନାହିଁ । ସେଥିପାଇଁ ସେ ହାଇକୋର୍ଟକୁ ଗଲେ । ମାହାଙ୍ଗା କୁଳମଣି ବରାଳଙ୍କ ହତ୍ୟା ଘଟଣାରେ ପରିବାର ଲୋକେ ସ୍ଥାନୀୟ ଜନ ପ୍ରତିନିଧି ଓ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ କରିବା ପରେ ବି ପୋଲିସ ଏତଲାରେ ମନ୍ତ୍ରୀଙ୍କ ନାଁ ରଖିଲାନି । ଏଠାରେ ମଧ୍ୟ କୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡିଲା । ଗତବର୍ଷ ସୁନ୍ଦରଗଡ ଆନନ୍ଦ ଟପ୍ପୋ ହତ୍ୟା ମାମଲାକୁ ପୋଲିସ ଆତ୍ମହତ୍ୟା କହିବାରୁ ପରିବାର ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ ।''

ସେହିପରି ସାଧାରଣ ଲୋକ କଥା ଛାଡନ୍ତୁ, ରାଜ୍ୟରେ ମନ୍ତ୍ରୀ ଓ ଅଧିକାରୀଙ୍କ ଉପରେ ଆକ୍ରମଣ ହେଉଛି । ବାଲେଶ୍ବର ଜିଲ୍ଲାରେ ବାଲି ମାଫିଆମାନେ ଉପ ଜିଲ୍ଲାପାଳ ଓ ତାଙ୍କ ଟିମ୍ ଉପରେ ଆକ୍ରମଣ କଲେ । ଲ' ଏନଫୋର୍ସମେଣ୍ଟ ଏଜେନ୍ସି ତାର ମୂଳ କାମରେ ନଥିବାରୁ ଅଧିକାରୀଙ୍କ ଉପରେ ଆକ୍ରମଣ ହେଉଛି । ପୋଲିସକୁ ରାଜନୈତିକ ହାତ ବାରିଶି କରିବାକୁ ଚେଷ୍ଟା ହେଉଛି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଶାନ୍ତିପ୍ରିୟ ଓଡିଶାର ଗତି କୁଆଡେ, କିଏ ଶାସନ ଚଳାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ନିଜ ପାଖରେ ରହିଛନ୍ତି । ସେ ସଚେତନ ହୋଇ ଦାୟିତ୍ବ ନେବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ମନେ ରଖିବା ଉଚିତ୍ ଯେ, ଦାୟିତ୍ବ ମିଳିଛି ଜାଗିର ନୁହେଁ । ଏସବୁକୁ ନେଇ ବିଜେପି ରାଜ୍ୟବ୍ୟାପୀ ଜନଜାଗରଣ ସୃଷ୍ଟି କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 5, 2023, 12:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.