ETV Bharat / state

Dhamnagar By-Poll: ଫେକ୍ ଅଡିଓ ଭାଇରାଲ ପ୍ରସଙ୍ଗ, ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି - ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି

ଧାମନଗର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଫେକ ଅଡିଓ ଭାଇରାଲ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅୟୋଗଙ୍କୁ ଭେଟିଲା ରାଜ୍ୟ ବିଜେପି । ଦଳର ୩ ଜଣିଆ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀ । ଅଧିକ ପଢନ୍ତୁ

Dhamnagar By Poll: ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି

author img

By

Published : Nov 2, 2022, 9:56 PM IST

ଭୁବନେଶ୍ବର: ଧାମନଗର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଫେକ ଅଡିଓ ଭାଇରାଲ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅୟୋଗଙ୍କୁ ଭେଟିଲା ରାଜ୍ୟ ବିଜେପି । ଦଳର ୩ ଜଣିଆ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀ । ଦଳ ଅଭିଯୋଗ କରିଛି ବିଜେଡି ସର୍ବଦା ବେଇଆଇନ ଭାବରେ ନିର୍ବାଚନ ଲଢୁଛି ।

ଆଜି (ବୁଧବାର) ରାଜୁ ଦାସଙ୍କର ଯେଉଁ ଅଡିଓଟି ଭାଇରାଲ ହେଉଛି ତାହା ଏକ ଫେକ ଅଡିଓ । ସେହି ଅଡିଓରେ ସମାଚାର ପଢିଲା ଭଳି ଢଙ୍ଗରେ କୁହାଯାଉଛି ରାଜୁ ଦାସଙ୍କ ସମର୍ଥକମାନେ ଜଣେ ମୁସିଲମାନ ସମର୍ଥକଙ୍କୁ ଛୁରା ମାଡ କରିଛନ୍ତି । ଧାମନଗର ଅଞ୍ଚଳ ତିହିଡି ଠାରେ ୧୪୪ ଧାରା ଜାରି କରାଯାଇଛି । ଏହି ଫେକ ଅଡିଓ ମାଧ୍ୟମରେ ସେହି ଅଞ୍ଚଳରେ ସାମ୍ପ୍ରଦାୟିକ ଉତେଜନା ସୃଷ୍ଟି କରିବା ପାଇଁ ଏହି ଫେକ ଅଡିଓ ଜାରି କରାଯାଇଛି । ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଝଗଡା ଲଗେଇବା, ବିଭିନ୍ନ ହିଂସା କୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ଷଡଯନ୍ତ୍ର ରଚାଯାଇଥିବା ବିଜେପି ଅଭିଯୋଗ କରିଛି ।

ବିଜେପି ଆହୁରି ଅଭିଯୋଗ କରିଛି, ଅତୀତରେ ମଧ୍ୟ ଏକ ଫେକ ଅଡିଓ ବିଜୁ ଜନତା ଦଳ ଦ୍ୱାରା ତିଆରି ହୋଇଥିଲା । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଏଭଳି ଅସାମାଜିକ କାର୍ଯ୍ୟକଳାପ ପାଇଁ ବିଜେଡିର ସାହସ ବଢାଇଛି । ନିର୍ବାଚନ ବିଫଳତାକୁ ଆଖି ଆଗରେ ଦେଖି ବିଜୁ ଜନତା ଦଳ ବିବ୍ରତ ହୋଇ ଏଭଳି ପନ୍ଥା ଆପଣଉଛନ୍ତି ବୋଲି ବିଜେପି କହିଛି । ବିଜେଡି କଳବଳ କୌଶଳ ସହିତ ଏଭଳି ରାଜନୈତିକ ହିଂସା ସୃଷ୍ଟି କରୁଛି । ବିଜେପି ଏହାର ଘୋର ନିନ୍ଦା କରୁଛି । ଏହି ଫେକ ଅଡିଓ ଯିଏ ତିଆରି କରିଛି ତା ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀ କଡା କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.