ଖୋର୍ଦ୍ଧା: ନିରାକାରପୁର ଠାରେ ଥିବା ସାହାରା ଇଣ୍ଡିଆ ଅଫିସରେ ଜମାକାରୀ ମାନଙ୍କୁ ମ୍ୟାଚ୍ୟୁରିଟି ଟଙ୍କା ନମିଳିବାରୁ ଜମାକାରୀ ମାନେ ଅଫିସରେ ତାଲା ପକାଇ ନୂଆ ଜଗନ୍ନାଥ ସଡକ ଉପରେ ବସି ରାସ୍ତାରୋକ କରିଛନ୍ତି ।
ରାସ୍ତାରେ ଯାନବାହନ ଚଳାଚଳ ଠପ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡିମୋଟର ଅଟକି ରହିଥିଲା । ଖବର ପାଇ ସାହାରା ଇଣ୍ଡିଆର କର୍ମକର୍ତ୍ତା ଆସି ଜମାକାରୀଙ୍କୁ ବୁଝାସୁଝା କରିବା ସହ ସପ୍ତାହକ ମଧ୍ୟରେ ଲୋକଙ୍କୁ ମ୍ୟାଚ୍ୟୁରିଟି ଟଙ୍କା ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ରାସ୍ତାରୋକ ହଟିଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ