ETV Bharat / state

ନକଲି ଶିକ୍ଷକ ପ୍ରସଙ୍ଗ,କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦେଉନାହାନ୍ତି ୧୮ ଡିଇଓ

author img

By

Published : Jun 29, 2023, 1:55 PM IST

୧୧୦ ନକଲି ଶିକ୍ଷକଙ୍କ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦେଉନାହାନ୍ତି ଡିଇଓ । ପୁଣି ବିବରଣୀ ଦେବାକୁ ଡିଇଓଙ୍କୁ କୁହାଯାଇଛି । ଅଧିକ ପଢନ୍ତୁ

action taken report on fake teachers
action taken report on fake teachers

ଭୁବନେଶ୍ବର: ରାଜ୍ୟରେ ରହିଛନ୍ତି ମାଳ ମାଳ ଫେକ ସାର୍ଟିଫିକେଟଧାରୀ ଶିକ୍ଷକ । ଜାଲ ପ୍ରମାଣପତ୍ରଧାରୀ ୧୧୦ ନକଲି ଶିକ୍ଷକଙ୍କ ବିରୋଧରେ କେବେ ଗ୍ରହଣ କରାଯିବ କାର୍ଯ୍ୟାନୁଷ୍ଠାନ । ସମସ୍ତ ଶିକ୍ଷକଙ୍କ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ପ୍ରଦାନ କରୁନାହାନ୍ତି । ଜାଲ ପ୍ରମାଣପତ୍ର ନେଇ ସ୍ପଷ୍ଟ ହେବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଦେଇନାହାନ୍ତି ୧୮ ଡିଇଓ । ସତ୍ୟପାଠ ଦାଖଲ ପାଇଁ ଆବଶ୍ୟକ ଥିବାରୁ ପୁଣିଥରେ ଏହି ୧୮ ଡିଇଓଙ୍କୁ ବିବରଣୀ ଦେବାକୁ କୁହାଯାଇଛି । ଅନୁଗୋଳ, ବାଲେଶ୍ବର, ଗଞ୍ଜାମ ଓ ଝାରସୁଗୁଡ଼ା ସମେତ କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା, ସୁନ୍ଦରଗଡ଼ ପରି ୧୮ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ପୁଣି ଚିଠି ଲେଖିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ।

ଏହା ମଧ୍ୟ ପଢନ୍ତୁ-ନକଲି ଶିକ୍ଷକ ପ୍ରସଙ୍ଗ: ଦୁଇ ଦିନ ଭିତରେ ରିପୋର୍ଟ ଦେବାକୁ DEO ଓ BEOଙ୍କୁ ନିର୍ଦ୍ଦେଶ

ଗତ ଏପ୍ରିଲ ସୁଦ୍ଧା ୨୬ ପ୍ରାଥମିକ ଶିକ୍ଷକ ନକଲି ପ୍ରମାଣପତ୍ରଧାରୀ ହୋଇଥିବା ସ୍ପଷ୍ଟ ହୋଇଛି । ହେଲେ ସେମାନଙ୍କ ବିରୋଧରେ ତଦନ୍ତ ଚାଲୁଥିବା କୁହାଯାଉଛି । ସେହିପରି ୮୪ ପ୍ରାଥମିକ ଶିକ୍ଷକ ନକଲି ପ୍ରମାଣପତ୍ରଧାରୀ ଜଣାପଡ଼ିବା ପରେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ସମସ୍ତ ନକଲି ଶିକ୍ଷକଙ୍କ ବିରୋଧରେ ଏତଲା ଦିଆଯାଇଛି । ତେବେ କିଛି ଦିନ ହେଲା ନକଲି ଶିକ୍ଷକ ନେଇ ଅଭିଯୋଗ ହୋଇ ଆସୁଥିଲା । ଜାତି, ଜନ୍ମ ଓ ଶିକ୍ଷାଗତ ଯୋଗ୍ୟତା ଜାଲିଆତି ଖବର ନେଇ ଅଭିଯୋଗ ଆସୁଥିଲା । କିଛି ନକଲି ଶିକ୍ଷକ ଚାକିରିରୁ ବହିଷ୍କାର ମଧ୍ୟ ହୋଇଛନ୍ତି । ଏହା ସହ କିଛି ଶିକ୍ଷକ ମଧ୍ୟ ଗିରଫ ବି ହୋଇଛନ୍ତି । ଆଉ କିଛି ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ମିଥ୍ୟା ପ୍ରମାଣିତ ହେବା ପରେ ପୁଣି ଚାକିରିରେ ଯୋଗଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ମାଳ ମାଳ ନକଲି ସାର୍ଟଫିକେଟଧାରୀ ଶିକ୍ଷକ, ରିପୋର୍ଟ ଦେବାକୁ DEOଙ୍କୁ ନିର୍ଦ୍ଦେଶ

ହେଲେ ନକଲି ଯୋଗ୍ୟତା ପ୍ରମାଣପତ୍ର ଅଭିଯୋଗ ସବୁ ଜିଲ୍ଲାରୁ ଆସୁଛି । ଶିକ୍ଷା ବିଭାଗରେ ହଜାର ହଜାର ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବାର ନଜରକୁ ଆସିଛି । ଯାହା ବର୍ତ୍ତମାନ ଖୋଳତାଡ଼ ଜୋରଦାର ଆରମ୍ଭ ହୋଇଛି । କେବଳ ଶିକ୍ଷା ବିଭାଗ ନୁହେଁ ଅନେକ ବିଭାଗର ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗ ଆସିଛି । ତେବେ ଏମାନଙ୍କ ପ୍ରତି କିଭଳି ଭାବରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ସେନେଇ ଅନେକ ପଦକ୍ଷେପ ନିଆଯାଉଛି । ନକଲି ସାର୍ଟିଫିକେଟ୍‌ ଦେଇ ନିଯୁକ୍ତ ହୋଇଥିଲେ ପ୍ରାଥମିକ ଶିକ୍ଷକ । ଶତାଧିକ ନକଲି ଶିକ୍ଷକ ଏହାରି ମଧ୍ୟରେ ଧରା ପଡ଼ିଥିଲେ । ଗତ ସେପ୍ଟେମ୍ବରରୁ ଏପର୍ଯ୍ୟନ୍ତ 100ରୁ ଅଧିକ ନକଲି ଶିକ୍ଷକ ଧରା ପଡ଼ିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.