ETV Bharat / state

ଗଣଶିକ୍ଷା ବିଭାଗର ତାଗିତ୍‌, ପରୀକ୍ଷାରେ ବିଷୟ ଖରାପ ହେଲେ ଉତ୍ତରଦାୟୀ ରହିବେ ଶିକ୍ଷକ - ଶିକ୍ଷଣ ଫଳାଫଳକୁ ଅଧିକ ତ୍ବରାନ୍ବିତ କରିବା ପ୍ରୟାସ

ଶିକ୍ଷଣ ଫଳାଫଳକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ‘ବ୍ୟାକ୍‌ ଟୁ ଏକାଡେମିକ୍ସ’ ଉପରେ ଫୋକସ୍‌ କରିବାକୁ ଗଣ ଶିକ୍ଷା ବିଭାଗର ଆହ୍ବାନ । ଅଧିକ ପଢନ୍ତୁ

DEO ଏବଂ BEO ଟ୍ରେନିଂ କାର୍ଯ୍ୟକ୍ରମ
DEO ଏବଂ BEO ଟ୍ରେନିଂ କାର୍ଯ୍ୟକ୍ରମ
author img

By

Published : Dec 18, 2022, 11:28 AM IST

ଭୁବନେଶ୍ବର: DEO ଏବଂ BEO ଟ୍ରେନିଂ କାର୍ଯ୍ୟକ୍ରମ । ଦୁଇ ଦିନ ଧରି ଭୁବନେଶ୍ବରରେ ଆରମ୍ଭ ହୋଇଛି ଜିଲ୍ଲା ଶିକ୍ଷା ଅଧିକାରୀ ଏବ ବ୍ଲକ ଶିକ୍ଷା ଅଧିକାରୀଙ୍କ ବୈଠକ । ଶିକ୍ଷଣ ଫଳାଫଳକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ‘ବ୍ୟାକ୍‌ ଟୁ ଏକାଡେମିକ୍ସ’ ଉପରେ ଫୋକସ୍‌ କରିବାକୁ ଶିକ୍ଷା ବିଭାଗର ଆହ୍ବାନ । BEO ମାସରେ 12 ଦିନ ସ୍କୁଲଗୁଡିକ ପରିଦର୍ଶନ କରିବେ ଏବଂ ସ୍ଥିତି ପରଖିବେ । ତେବେ ଯେଉଁ ବିଷୟ ଗୁଡ଼ିକରେ ଛାତ୍ର ଛାତ୍ରୀମାନଙ୍କର ଖରାପ ହେଉଥିବ, ସେହି ବିଷୟର ଶିକ୍ଷକ ଓ ଉଭୟ ବିଇଓ ଡିଇଓ ମାନେ ଉତ୍ତରଦାୟୀ ରହିବେ । ଏନେଇ ନିର୍ଦ୍ଦେଶ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ଦୀର୍ଘ ଦିନ ଧରି ଶିକ୍ଷକମାନେ ଅନୁପସ୍ଥିତ ଥିଲେ ଉକ୍ତ ଶିକ୍ଷକଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଶିକ୍ଷାଦାନରେ କୌଣସି ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା ରହିଛି କହିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଆଶ୍ବଥୀ ଏସ୍‌. ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ କରିବାକୁ ସମସ୍ତ ବ୍ଲକ୍‌ ଓ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆମର ଏକମାତ୍ର ଲକ୍ଷ୍ୟ । ଏହି ଲକ୍ଷ୍ୟ ହାସଲ ଦିଗରେ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବାକୁ କହିଛନ୍ତି ।

ଏହା ସହ ବ୍ଲକର ଦାୟିତ୍ବରେ ଅଛନ୍ତି ବିଇଓ । ଅନେକ ସମୟରେ ସେମାନେ ସ୍କୁଲ ପରିଦର୍ଶନ କଲେ ଜାଣି ପାରିବେ ଯେ ବୟସ ଅନୁସାରେ କେଉଁ ଛାତ୍ରଛାତ୍ରୀଙ୍କର କଣ ଆଉଟ୍ କମ ରହିଛି । ଏହି ତଥ୍ୟ ବିଇଓଙ୍କ ପାଖରେ ରହିଲେ ମନିଟରିଂ ବି ଭଲ ଭାବେ ହୋଇପାରିବ । ସେ ସବୁର ଟ୍ରେନିଂ ଓ ସମୀକ୍ଷା କରୁଛି ଗଣଶିକ୍ଷା ବିଭାଗ । ଫିଲ୍ଡ କାମ ଉପରେ ସେମାନଙ୍କ ଜ୍ଞାନ ରହିବା ଦରକାର ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଆଶ୍ବଥୀ ଏସ୍‌ ।

ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଫିଲ୍ଡ ମନିଟରିଂ ଉପରେ ଗୁରୁତ୍ବ ଦେଇଛନ୍ତି । କେବଳ ସମସ୍ୟା ସମ୍ପର୍କରେ ଅଭିଯୋଗ ନ କରି ତାହାର ସମାଧାନ କରିବା ଦିଗରେ କାର୍ଯ୍ୟ କରିବାକୁ ସେ ସମସ୍ତ ଶିକ୍ଷା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ ଶିକ୍ଷା ଅଧିକାରୀ ଓ ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କ ଦର୍ଶନ ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି । ସେମାନଙ୍କ ଅଫିସରେ ପଡ଼ି ରହିଥିବା ବିଭିନ୍ନ କୋର୍ଟ କେସ୍‌, ପେନ୍‌ସନ୍‌ ମାମଲା, ଚାକିରି ମାମଲା, ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଶିକ୍ଷାନୁଷ୍ଠାନର ରକ୍ଷଣାବେକ୍ଷଣ ଦାୟିତ୍ବ ସମ୍ବନ୍ଧରେ ବକ୍ତବ୍ୟ ରଖି ଏସବୁ କାର୍ଯ୍ୟର ସୁଚାରରୂପେ ପରିଚାଳନା ନିମନ୍ତେ ବିହିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।

ଏପଟେ ‘ମୋ ସ୍କୁଲ୍‌ ଅଭିଯାନ’ର ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶକୁ ଆହୁରି ଉନ୍ନତ କରିବାକୁ ‘ମୋ ସ୍କୁଲ୍‌ ଅଭିଯାନ’କୁ ଅଧିକରୁ ଅଧିକ ବ୍ୟାପକ କରିବାକୁ କହିଛନ୍ତି । ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରତ୍ୟେକ୍ଷ ଓ ପରୋକ୍ଷ ସହଭାଗିତାରେ ଶିକ୍ଷାନୁଷ୍ଠାନ ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ କରିବାକୁ ସେ ଆହ୍ବାନ ଦେବା ସହ ଗୋଷ୍ଠୀ ସହଭାଗିତାରେ କିଭଳି ଶିକ୍ଷାର ଗୁଣାତ୍ମକମାନକୁ ବୃଦ୍ଧି କରାଯାଇପାରିବ ସେନେଇ ଦୃଷ୍ଟି ଦେଇଛନ୍ତି । ‘୫-ଟି ହାଇସ୍କୁଲ୍‌ ଟ୍ରାନ୍ସଫରମେଶନ’ କାର୍ଯ୍ୟକ୍ରମ ଅଧୀନରେ ସୃଷ୍ଟି ହୋଇଥିବା ଡିଜିଟାଲ ଭିତ୍ତିଭୂମି ଓ ଉପକରଣର ସଫଳ ଉପଯୋଗ ଦ୍ବାରା ଶିକ୍ଷାଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.