ETV Bharat / state

ଖୋର୍ଦ୍ଧା ଉପଖଣ୍ଡରେ ନିୟନ୍ତ୍ରଣାଧିନ ଡେଙ୍ଗୁ ଆକ୍ରାନ୍ତ: CDMO

author img

By

Published : Aug 11, 2021, 7:26 AM IST

ଦିନକୁ ଦିନ ବଢିବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ପ୍ରଶାସନ ପକ୍ଷରୁ ଡେଙ୍ଗୁ ନିୟନ୍ତ୍ରଣାଧିନ କରିବାକୁ ଜାରି ରହିଛି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ଖୋର୍ଦ୍ଧା ଉପଖଣ୍ଡରେ ନିୟନ୍ତ୍ରଣାଧିନ ଡେଙ୍ଗୁ ଆକ୍ରାନ୍ତ: ସିଡିଏମଓ

ଖୋର୍ଦ୍ଧା: କୋରୋନାର କଳା ବାଦଲ ମନରୁ ନ ଲିଭୁଣୁ ମାଡିଆସିଲାଣି ଡେଙ୍ଗୁ ରୋଗର ଭୟ । ବିଶେଷକରି ଭୁବନେଶ୍ୱରରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଖୋର୍ଦ୍ଧା ଉପଖଣ୍ଡରେ ଏହାର ପ୍ରକୋପ କମ୍ ରହିଥିବା ନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଧିକାରୀ । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଉପଖଣ୍ଡରେ ମଙ୍ଗଳବାର ସୁଦ୍ଧା 72ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

ତେବେ ସେମାନଙ୍କ ମଧ୍ୟରୁ 48 ଜଣ ଏହି ରୋଗରୁ ସୁସ୍ଥ ହୋଇଥିବା ବେଳେ 22ଜଣ ରୋଗୀ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି ଏବଂ 2ଜଣ ଡେଙ୍ଗୁ ରୋଗୀ ମେଡିକାଲରେ ରହି ଚିକିତ୍ସାଧୀନ ଅଛନ୍ତି । ସେହିପରି ଏହି ରୋଗ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ 10ଶଯ୍ୟା ବିଶିଷ୍ଟ ଏକ ଡେଙ୍ଗୁ ୱାର୍ଡ ପ୍ରସ୍ତୁତ ହୋଇ ରହିଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।

ସେପଟେ କିଭଳି ଗ୍ରାମାଞ୍ଚଳରେ ଏହି ରୋଗ ଅଧିକ ନ ବ୍ୟାପିବ ସେଥିପାଇଁ ଆରଆରଟି ଟିମ ଗଠନ କରାଯାଇ ଆଶାକର୍ମୀ ମାନଙ୍କୁ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଥିବା ନେଇ କହିଛନ୍ତି ଖୋର୍ଦ୍ଧା ସିଡିଏମଓ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.