ETV Bharat / state

ହାଇକୋର୍ଟ ସ୍ଥାନାନ୍ତର ଦାବି ନେଇ ସରକାରଙ୍କୁ ଧମକାଇଲା ଭୁବନେଶ୍ବର ବାର୍ ଆସୋସିଏସନ - ହାଇକୋର୍ଟ

ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ କ୍ଷୁବ୍ଧ ହୋଇଛି ଭୁବନେଶ୍ବର ବାର୍ ଆସୋସିଏସନ । ଆଗକୁ ଯଦି ଏ ଦିଗରେ ଆସୋସିଏସନ ସହ କୌଣସି ଆଲୋଚନା କରା ନଯାଏ ତେବେ ଆନ୍ଦୋଳନକୁ ଓହ୍ଲାଇବା ନେଇ କହିଛନ୍ତି ଉପସଭାପତି ଶୀଳଭଦ୍ର ଶାସ୍ତ୍ରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
author img

By

Published : Apr 26, 2019, 9:08 PM IST

ଭୁବନେଶ୍ବର: ଦୀର୍ଘ 29 ବର୍ଷ ଧରି ଓଡିଶାର ଉଚ୍ଚ ନ୍ୟାୟାଳୟକୁ ରାଜଧାନୀକୁ ସ୍ଥାନାନ୍ତର ପାଇଁ ଭୁବନେଶ୍ବର ବାର୍ ଆସୋସିଏସନ ପକ୍ଷରୁ ଦାବି କରାଯାଉଛି । ହେଲେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ବାର୍ ଆସୋସିଏସନ କ୍ଷୁବ୍ଧ ହୋଇଛି । ଆଗକୁ ଯଦି ଏ ଦିଗରେ ଆସୋସିଏସନ ସହ କୌଣସି ଆଲୋଚନା କରା ନଯାଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଉପସଭାପତି ଶୀଳଭଦ୍ର ଶାସ୍ତ୍ରୀ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଶାସ୍ତ୍ରୀ ପୁଣି କହିଛନ୍ତି, ଆଇନ୍ ଅନୁସାରେ ରାଜ୍ୟ ରାଜଧାନୀରେ ହାଇକୋର୍ଟ ରହିବାର ବ୍ୟବସ୍ଥା ରହିଛି । ବାରମ୍ବାର ଦାବି ସତ୍ତ୍ବେ ସରକାର ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି । ଏହା ଛଡା କଟକରୁ ଭୁବନେଶ୍ବର ହାଇକୋର୍ଟ ସ୍ଥାନାନ୍ତର ହେଲେ ସରକାରଙ୍କ ଟ୍ରେଜେରୀରୁ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା ସଞ୍ଚୟ ହେବା ସଙ୍ଗେସଙ୍ଗେ ରାଜ୍ୟବାସୀ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ଉପସଭାପତି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେହିପରି ସରକାର ଧୈର୍ଯ୍ୟଚ୍ୟୁତି ହେବା ପୂର୍ବରୁ ଏନେଇ ଆଲୋଚନା କରିବାକୁ ସଂଘର ସମ୍ପାଦକ ବିଶ୍ବନାରାୟଣ ମହାନ୍ତି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ହାଇକୋର୍ଟ ସ୍ଥାନାନ୍ତର ଦାବିକରି ଆସୋସିଏସନ ପକ୍ଷରୁ 29 ବର୍ଷ ଧରି ଆନ୍ଦୋଳନ କରାଯିବା ସହ 2013 ମସିହାରୁ ମାସର ଶେଷ ଶୁକ୍ରବାର କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇଆସୁଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.