ଭୁବନେଶ୍ବର: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ବୁଧବାର ଅପରାହ୍ନରେ ଗୃହରେ ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା । 2023-24 ଆର୍ଥିକ ବର୍ଷ ପାଇଁ 5 ଲକ୍ଷ 30 କୋଟି ହଜାର କୋଟି ଟଙ୍କାର ବ୍ୟୟ ପ୍ରସ୍ତାବରେ ବିଧାନସଭାରେ ଅନୁମୋଦିତ ହୋଇଛି । 16ଟି ବିଭାଗରେ ଖର୍ଚ୍ଚ ଦାବି ଆଲୋଚନା ମାଧ୍ୟମରେ ପାରିତ ହୋଇଛି । ଦୁଇଟି ବିଭାଗ ପୂର୍ତ୍ତ 9452 କୋଟି 54 ଲକ୍ଷ 4ହଜାର ଟଙ୍କାର ଖର୍ଚ୍ଚଦାବି ଏବଂ ଗ୍ରାମ୍ୟଉନ୍ନୟନ ବିଭାଗର 7499 କୋଟି 50ଲକ୍ଷ ଟଙ୍କାରେ ଖର୍ଚ୍ଚ ଦାବି ଉପସ୍ଥାପନ ହୋଇଥିଲା । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଖର୍ଚ୍ଚ ଦାବି ଗୃହିତ ହେବା ପରେ ଗୁରୁବାର ଯାଏଁ ଗୃହ ମୁଲତୀବ ଘୋଷଣା ହୋଇଥିଲା ।
16ଟି ବିଭାଗରେ ଖର୍ଚ୍ଚ ଦାବି ଆଲୋଚନା ମାଧ୍ୟମରେ ପାରିତ ହୋଇଛି । ଅବଶିଷ୍ଟ 26ଟି ବିଭାଗର ଅଟକଳକୁ ଗିଲୋଟିନରେ ପାରିତ ହୋଇଛି । ଆସନ୍ତାକାଲି (ଶୁକ୍ରବାର) ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇପାରେ । ମୋଟ ବ୍ୟୟଅଟକଳ 54 ପ୍ରତିଶତ, ଅର୍ଥାତ 1 ଲକ୍ଷ 25 ହଜାର କୋଟି ଟଙ୍କା କାର୍ଯ୍ୟକ୍ରମ ଖର୍ଚ୍ଚ ହୋଇଥିବାବେଳେ ପ୍ରଶାସନିକ ଖର୍ଚ୍ଚ ବାବଦରେ 94 ହଜାର କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ 3700 କୋଟି ଟଙ୍କା ଅଟକଳ ରହିଛି ।
ଏହା ବି ପଢନ୍ତୁ...ଅଚଳ ଶୀତଳ ଭଣ୍ଡାରକୁ ସଚଳ କରିବା ଲାଭହୀନ: କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ
ଏହା ବି ପଢନ୍ତୁ...Budget Session: ଉଠିଲା ଚାଉଳ ପ୍ରସଙ୍ଗ, ବଳକା ଚାଉଳ ନେବ କିଏ ?
ପ୍ରବଳ ହଟ୍ଟଗୋଳ ମଧ୍ୟରେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା । ନବଦାସ ହତ୍ୟାକାଣ୍ଡ ଓ ନକଲି ପ୍ରମାଣପତ୍ର ପ୍ରସଙ୍ଗରେ ବିରୋଧୀ ହୋହାଲ୍ଲା କରିଥିଲେ । ଗୃହ ମଧ୍ୟଭାଗକୁ ଆସି ନାରାବାଜି ଦେଇଥିଲେ । ପୂର୍ତ୍ତ ବିଭାଗର 9452 କୋଟି 54 ଲକ୍ଷ 4ହଜାର ଟଙ୍କା ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର 7499 କୋଟି 50ଲକ୍ଷ ଟଙ୍କାର ଖର୍ଚ୍ଚ ଦାବି ଉପସ୍ଥାପନା କରିଥିଲେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ପ୍ରୀତି ରଞ୍ଜନ ଘଡେଇ । ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ଗୋଟେ ପଟେ ବିରୋଧୀ ହୋହଲ୍ଲା ଜାରି ରଖିଥିବା ବେଳେ ଶାସକ ଦଳ 2ଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଭାଗ ନେଇଥିଲେ । ପରେ ବିଭିନ୍ନ ବିଭାଗର ଅନାଲୋଚିତ ଖର୍ଚ୍ଚ ଦାବି ଗିଲୋଟିନରେ ପାରିତ ହୋଇଥିଲା । ଶୁକ୍ରବାର ଯାଏଁ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
ଇଟିଭି ଭାରତ, ଭୁବନେଶ୍ବର