ETV Bharat / state

ବିଶ୍ୱ ଟ୍ରାଭେଲ ବଜାରରେ ସାମିଲ ହେବ ଓଡିଶା, ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ପ୍ରତିନିଧି ଦଳର ଲଣ୍ଡନ ଗସ୍ତ - ବିଶ୍ୱ ଟ୍ରାଭେଲ ବଜାରରେ ସାମିଲ ହେବ ଓଡିଶା

ଚଳିତ ବର୍ଷ ଲଣ୍ଡନରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟ୍ରାଭେଲ ବଜାରରେ ସାମିଲ ହେବ ଓଡ଼ିଶା । ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ (Tourist Minister Ashwini Kumar Patra) ନେତୃତ୍ୱରେ ଲଣ୍ଡନ ଗସ୍ତ କରିଛି ଏକ । ଅଧିକ ପଢନ୍ତୁ

ବିଶ୍ୱ ଟ୍ରାଭେଲ ବଜାରରେ ସାମିଲ ହେବ ଓଡିଶା, ମନ୍ତ୍ରୀ ନେତୃତ୍ୱରେ ଲଣ୍ଡନ ଗସ୍ତ କଲେ ପଦାଧିକାରୀ

author img

By

Published : Nov 4, 2022, 12:15 PM IST

ଭୁବନେଶ୍ବର: ଚଳିତ ନଭେମ୍ବର ମାସ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ଅନୁଷ୍ଠିତ ହେବ ବିଶ୍ୱ ଟ୍ରାଭେଲ ବଜାର (World Travel Market Events ) । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ଟ୍ରାଭେଲ ବଜାରରେ ସାମିଲ ହେବ ଓଡ଼ିଶା । ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ (Tourist Minister Ashwini Kumar Patra) ନେତୃତ୍ୱରେ ଲଣ୍ଡନ ଗସ୍ତ କରିଛି ଏକ ପ୍ରତିନିଧି ଦଳ ।

ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ନେତୃତ୍ୱରେ ଓଡିଶାରୁ ଏକ ପ୍ରତିନିଧି ଦଳ ବିଶ୍ୱ ଟ୍ରାଭେଲ ବଜାରରେ ଯୋଗଦାନ ପାଇଁ ଲଣ୍ଡନ ଗସ୍ତ କରିଛନ୍ତି । ତାଙ୍କ ସହିତ ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱଜିତ ରାଉତରାୟଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ଏହି ଗସ୍ତରେ ଯାଇଛନ୍ତି । ଓଡିଶା ଏହି ଅନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ପ୍ରତିବର୍ଷ ଅଂଶଗ୍ରହଣ କରିଆସୁଛି । ଶେଷ ଥର ଓଡିଶା ୨୦୧୯ରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲା । କିନ୍ତୁ ଗତ ୨ ବର୍ଷ ଧରି କରୋନା ମହାମାରୀ ଯୋଗୁଁ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ଚଳିତ ବର୍ଷ ପୁନଶ୍ଚ ଏହା ଆରମ୍ଭ ହୋଇଛି । ଏବେ ଏହି ଅନ୍ତର୍ଜାତୀୟ ବଜାର ଖୋଲାଯାଇଛି ।

ଏହା ମଧ୍ୟ ପଢନ୍ତୁ: Twitter down ? ଅନେକ ୟୁଜର୍ସ ଆଣିଲେ ଲଗଇନ୍‌ରେ ଅସୁବିଧା ଅଭିଯୋଗ

ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂପୃକ୍ତ ସମସ୍ତଙ୍କ ପାଇଁ ସୁଯୋଗ । ଟ୍ରାଭେଲ ଓ ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ସମସ୍ତ ଅଂଶୀଦାରୀଙ୍କ ପାଇଁ ଏହି ବିଶ୍ୱ ଟ୍ରାଭେଲ ବଜାରର ଆବଶ୍ୟକତା ରହିଛି । ପର୍ଯ୍ୟଟନ ବିଭାଗ ତରଫରୁ ଏହି ଟ୍ରାଭେଲ ବଜାରର ପ୍ରଦର୍ଶନୀ ସ୍ଥଳରେ ଓଡିଶାର ପର୍ଯ୍ୟଟନକୁ ବିଶ୍ୱ ସମୁଦାୟଙ୍କ ନିକଟରେ ଉପସ୍ଥାପନ କରିବା ନିମନ୍ତେ ଏକ ମଣ୍ଡପ ଖୋଲାଯାଇଛି । ଯେଉଁଠାରେ ଏହି ପ୍ରତିନିଧିମାନେ ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ତଥା ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ନିବେଶକଙ୍କ ସହିତ ଆଲୋଚନା କରିବେ ।

ଏହି ପଦକ୍ଷେପ ଆମ ଓଡିଶାରେ ବର୍ତ୍ତମାନ ପର୍ଯ୍ୟଟନ କ୍ଷେତ୍ରରେ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଉପସ୍ଥାପନ କରାଇବ । ଏହା ସହିତ ଅନ୍ୟଦେଶର ପର୍ଯ୍ୟଟକମାନେ କିପରି ଏହାକୁ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳ କରିପାରିବେ ସେ ସଂପର୍କରେ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସୁଯୋଗ ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.