ETV Bharat / state

ଶ୍ରାବଣରେ ଶୁଖିଲା ପଡିଛି ଜମି: କେମିତି ଫଳିବ ଫସଲ, ଚିନ୍ତାରେ ଚାଷୀକୂଳ - Deficient rainfall causing threat to farmers

ଆଷାଢ଼ ସରି ଶ୍ରାବଣ ମାସ ହେଲାଣି । ହେଲେ କେଉଁଆଡ଼େ ଉଭାନ ହୋଇଯାଇଛି ଧାରା ଶ୍ରାବଣ ବର୍ଷା । ଏପରି ସ୍ଥିତିରେ ଚାଷ କାର୍ଯ୍ୟ କେମିତି ହେବ ସେନେଇ ଚିନ୍ତାରେ ପଡିଛି ଚାଷୀ । ଅଧିକ ପଢନ୍ତୁ

ଶ୍ରାବଣରେ ଶୁଖିଲା ପଡିଛି ଜମି
ଶ୍ରାବଣରେ ଶୁଖିଲା ପଡିଛି ଜମି
author img

By

Published : Jul 5, 2023, 2:33 PM IST

ଶ୍ରାବଣରେ ଶୁଖିଲା ପଡିଛି ଜମି

ଖୋର୍ଦ୍ଧା: ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୂଳ ପରେ ମୌସୁମୀ ବର୍ଷାକୁ ଅନାଇ ବସିଛି ଚାଷୀ । ଆଷାଢ଼ ସରି ଶ୍ରାବଣ ମାସ ହେଲାଣି, ହେଲେ ଧାରା ଶ୍ରାବଣ ବର୍ଷା କେଉଁଆଡ଼େ ଯେମିତି ଉଭାନ ହୋଇଯାଇଛି । ମୌସୁମୀ ବର୍ଷା ଲୁଚକାଳି ଖେଳୁଥିବା ବେଳେ ଚାଷୀ କିନ୍ତୁ ଗୋଟିଏ ଜମିରେ ଦୁଇ ଥର ଧାନ ବୁଣି ନିରାଶ ହୋଇଛି । ସବୁଦିନ ଆକାଶରେ କଳାବାଦଲ ଘୋଟାଉଛି । ମାତ୍ର ଟୋପାଏ ବର୍ଷା ହେଉନି । କାଳ ବୈଶାଖୀ ବର୍ଷା ହେବା ପରେ ଯେଉଁ କିଛି ଚାଷୀ ଧାନ ବୁଣି ଦେଇଥିଲେ ତାଙ୍କର କଥା ନ କହିଲେ ଭଲ । ବିଳମ୍ବରେ ମୌସୁମୀ ବର୍ଷା ହେବା ଫଳରେ ସେମାନେ ବୁଣିଥିବା ବିହନ ନଷ୍ଟ ହୋଇଯାଇଥିବା ବେଳେ ମୌସୁମୀ ବର୍ଷା ହେବା ପରେ ପୁର୍ନବାର ବୁଣିଥିବା ବିହନ ମଧ୍ୟ ନଷ୍ଟ ହୋଇଛି ।

ଶତକଡ଼ା ୮୦ ଭାଗ ଜମିରେ ବର୍ଷା ଅଭାବରୁ ଧାନବୁଣା କାମ ହୋଇପାରି ନାହିଁ । ତଳିବୁଣା କାମ ଏକ ପ୍ରକାର ଠପ ହୋଇଯାଇଛି । ବଡ଼ କଥା ହେଉଛି, ଆଷାଢ଼ ମାସ ଶେଷ ସୁଦ୍ଧା ତଥା ଜୁନ ମାସରେ ୧୯୬.୨ ମିମି ସ୍ବାଭାବିକ ବର୍ଷାର ଆବଶ୍ୟକତା ପଡ଼ିଥିବା ବେଳେ ମାତ୍ର ୧୨୬.୬ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷାଠାରୁ ଶତକଡ଼ା ୩୫.୫୦ ପ୍ରତିଶତ କମ୍ । ଜୁଲାଇ ମାସ ଶେଷ ସୁଦ୍ଧା ୩୦୪.୯ ମିମି ବର୍ଷା ଆବଶ୍ୟକତା ପଡ଼ୁଛି । କିନ୍ତୁ ଏ ମାସରେ ଧାରା ଶ୍ରାବଣ ବର୍ଷା ହେବା ପରିବର୍ତ୍ତେ ଝିପିଝିପି ବର୍ଷା ହୋଇଛି । ତାହା ଚାଷୀ ମନରେ ଖୁସି ଆଣିପାରିନି । ବର୍ଷା ଅଭାବରୁ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ଜଟଣୀ ଏବଂ ଖୋର୍ଦ୍ଧା ବ୍ଳକରେ ସ୍ଥିତି ସଙ୍ଗୀନ ରହିଛି । ବେଗୁନିଆ ବ୍ଳକରେ ସ୍ବାଭାବିକ ବର୍ଷା ଠାରୁ ୭୩.୧୯ ମିମି, ଜଟଣାରେ ୬୮.୪୫ ମି.ମି ଏବଂ ଖୋର୍ଦ୍ଧା ବ୍ଳକରେ ସ୍ଵାଭାବିକ ଠାରୁ ଗତ ମାସ ଶେଷ ସୁଦ୍ଧା ୬୭.୫୪ ମିମି କମ୍ ବର୍ଷା ରେକର୍ଡ ହୋଇଛି । ବର୍ଷା ନହେବା କାରଣରୁ ଚାଷୀ ମୁଣ୍ଡରେ ଚଡ଼କ ପଡିଛି ।

ଜିଲ୍ଲା କୃଷି ବିଭାଗ ସୂଚନା ଅନୁସାରେ, ଚଳିତ ବର୍ଷ ୧ ଲକ୍ଷ ୯ ହଜାର ୬୨୦ ହେକ୍ଟର ଜମିରେ ଖରିଫ ଧାନ ଚାଷ ଯୋଜନା ରହିଛି । ତନ୍ମଧ୍ୟରେ ୧୭ ହଜାର ୪୭୫ ହେକ୍ଟର ଢିପ , ୪୩ ହଜାର ୩୩୮ ହେକ୍ଟର ସମତୁଲ ଜମି ଏବଂ ଅବଶିଷ୍ଟ ୪୮୮୦୭ ହେକ୍ଟର ଚଳିଆ ଜମିରେ ଖରିଫ ଧାନ ଅମଳ ଲକ୍ଷ୍ୟ ରଖାଯାଇଛି । ୨୧ ହଜାର ୨୬୪ ହେକ୍ଟର ଜମିକୁ ବୃହତ କେନାଲ, ୬ ହଜାର ୮୧୫ ହେକ୍ଟର ଜମିକୁ ମଧ୍ୟମ ଧରଣ କେନାଲ ଜରିଆରେ ଜଳସେଚିତ କରାଯାଇଛି । ଏଥିସହ ସରକାରୀ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ୧୨ ହଜାର ୬୮୦ ହେକ୍ଟର ଏବଂ ନଳକୂପ ଜରିଆରେ ୭୨୩ ହେକ୍ଟର ଜମିକୁ ମିଶାଇ ସମୁଦାୟ ୮୦ ହଜାର ୪୩୬ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ରହିଛି । ତନ୍ମଧ୍ୟରୁ ବାଲିଅନ୍ତା ଓ ବାଲିପାଟଣା ବ୍ଲକକୁ ବାଦ୍ ଦେଲେ ଅବଶିଷ୍ଟ ବ୍ଳକ ଚାଷୀମାନେ ଖରିଫ ଚାଷ ନିମନ୍ତେ ମୌସୁମୀ ବର୍ଷାକୁ ଅନାଇ ବସିଥାନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.