ETV Bharat / state

ସନ୍ଧ୍ୟାରେ ବାତ୍ୟାର ରୂପ ନେବ ସଦୃଶ ଲଘୁଚାପ - ବାତ୍ୟାର ରୂପ

ଘନୀଭୂତ ହେଉଛି ଗଭୀର ଅବପାତ । ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ପରବର୍ତ୍ତୀ ସମୟରେ ଅବପାତ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

ସନ୍ଧ୍ୟାରେ ବାତ୍ୟାର ରୂପନେବ ସଦୃଶ ଲଘୁଚାପ
ସନ୍ଧ୍ୟାରେ ବାତ୍ୟାର ରୂପନେବ ସଦୃଶ ଲଘୁଚାପ
author img

By

Published : Dec 7, 2022, 6:55 PM IST

ଭୁବନେଶ୍ବର: ଘନୀଭୂତ ହେଉଛି ଗଭୀର ଅବପାତ । ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ପରବର୍ତ୍ତୀ ସମୟରେ ଅବପାତ ଆହୁରି ଘନିଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଆଜି (ବୁଧବାର) ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବା ସମ୍ଭାବନା ରହିଛି ।

ସନ୍ଧ୍ୟାରେ ବାତ୍ୟାର ରୂପନେବ ସଦୃଶ ଲଘୁଚାପ

ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୮ ତାରିଖ ବେଳକୁ ତାମିଲନାଡୁ ପୁଡୁଚେରୀ ତଥା ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇବ । ତେବେ ଏହି ବାତ୍ୟାରେ ଓଡିଶା ଉପରେ ସିଧାସଳଖ ପ୍ରଭାବ ନଥିଲେ ବି ବାହ୍ୟବଳୟ ସହ ଜଡିତ ମେଘ ସମୂହ ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ସେହିପରି ୧୦ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାରେ ମେଘୁଆ ପାଗ ସହ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ର ସମ୍ଭାବନା ରହିଛି । ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ରାଜ୍ୟ ମଧ୍ୟକୁ ସାମୁଦ୍ରିକ ବାୟୁର ମାତ୍ରା ବୃଦ୍ଧି ସହ ରାତ୍ରି ତାପମାତ୍ରା ୨ରୁ ୩ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା । ଯାହା ପ୍ରଭାବରେ କମିବ ଶୀତ ବଢିବ ରାତ୍ରି ତାପମାତ୍ରା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.