ETV Bharat / state

ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣା, ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି

ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ଯା 5କୁ ବୃଦ୍ଧି । ଅଧିକ ପଢନ୍ତୁ

author img

By

Published : Mar 7, 2023, 9:10 AM IST

Updated : Mar 7, 2023, 10:52 AM IST

ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣା
ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣା
ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣା

ଖୋର୍ଦ୍ଧା: ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣା । ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣେ ବାଣ କାରିଗରଙ୍କ ମୃତ୍ୟୁ ହୋଇଥିବା ସୂଚନା । ଫଳରେ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ହୋଇଛି । ମୃତକ ଜଣଙ୍କ ହେଲେ ଦୋଳ ଗୋବିନ୍ଦ ବେହେରା । ଗତକାଲି ବାଣ ବିସ୍ଫୋରଣ ପରେ 4 ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଗତ ରାତିରେ ଦୋଳ ଗୋବିନ୍ଦଙ୍କ ମୃତ୍ୟୁ ହେବା ପରେ ଏବେ 3 ଜଣଙ୍କ ଚିକିତ୍ସା ଜାରି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଦୋଳ ଉତ୍ସବ ଲାଗି ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ଆତସବାଜି ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ଏଥି ପାଇଁ ସୋମବାର ଦିନ ବାଣ ପ୍ରସ୍ତୁତି ଚାଲିଥିବା ବେଳେ ହଠାତ ବାଣ ବିସ୍ଫୋରଣ ହୋଇଥିଲା । ଫଳରେ ବାଣ ତିଆରି ଚାଲିଥିବା ଘରେ ନିଆଁ ଲାଗିବାରୁ ଘଟଣାସ୍ଥଳରେ ହିଁ 4 ଜଣଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଘଟିଣାସ୍ଥଳରେ ପହଞ୍ଚିଥିଲା । ସେଠାରୁ 4ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ବାଣ କାରିଗର ଦୋଳ ଗୋବିନ୍ଦ ବେହେରାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଅନ୍ୟ 4 ମୃତକ ମଧ୍ୟ ବାଣ କାରିଗର ହୋଇଥିବା ସୂଚନା ରହିଛି । ସେମାନେ ହେଉଛନ୍ତି ଭୁଷଣ୍ଡପୁର ଅଞ୍ଚଳର ବୃନ୍ଦାବନ ସାହୁ, ନିରଞ୍ଜନ ବେହେରା, ବ୍ରଜ ବେହେରା ଏବଂ ନିରାକାରପୁର ଅଞ୍ଚଳର ସହଦେବ ବେହେରା ।

ଭୁଷଣ୍ଡପୁରରେ ଚୋରାରେ ବାଣ ତିଆରି କାମ ଚାଲିଥିବା ବେଳେ ଏଭଳି ବଡ଼ ଅଘଟଣ ଘଟିଥିଲା । ବାଣ ବିସ୍ଫୋରଣର ଖବର ପାଇବା ପରେ ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିସହ ଏସପି, ଉପ ଜିଲ୍ଲାପାଳ, ବାଲୁଗାଁ ଏସଡିପିଓ, ଟାଙ୍ଗୀ ଆଇଆଇସି, ବିଡ଼ିଓ, ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଦୋଳ ମେଳଣ ସମୟରେ ଆତସବାଜୀ ପ୍ରତିଯୋଗିତା ହେବାକୁ ଥିବା ବେଳେ ବାଣ ପ୍ରସ୍ତୁତି ଚାଲିଥିଲା ବୋଲି କୁହାଯାଉଛି । ପୋଲିସର ଜାଣତରେ ଏଭଳି ବାଣ ତିଆରି ହେଉଥିଲା ବୋଲି ଚର୍ଚ୍ଚା ହେଉଛି । ସେପଟେ ବାଣ ପ୍ରସ୍ତୁତି ପାଇଁ ଅନୁମତି ନଥିବା ବେଳେ ବିନା ଅନୁମତିରେ କିପରି ବାଣ ପ୍ରସ୍ତୁତି ଚାଲିଥିଲା ଏବଂ କଞ୍ଚାମାଲ କେଉଁଠାରୁ ଆଣୁଥିଲେ ତାହାର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତକାଲି ବମ ସ୍କ୍ୱାଡ୍‌ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Mar 7, 2023, 10:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.