ଖୋର୍ଦ୍ଧା: ରେଳ ଡିଭିଜନ ଅନ୍ତର୍ଗତ କାଳୁପଡାଘାଟ ଷ୍ଟେସନ ନିକଟରେ ସୋମବାର ଜଣେ ଯୁବକଙ୍କର ଟ୍ରେନରେ କଟି ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି କାଳୁପଡା ବଜାର ସାହିର ହରିବନ୍ଧୁ ସୁଆରଙ୍କ ପୁଅ ନାଲ୍ଲା ସୁଆର ।
ତେବେ ପାରିବାରିକ କଳହ କାରଣରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ