ଖୋର୍ଦ୍ଧା: ଜିଲ୍ଲାର ବାଣପୁର ଥାନା ଅନ୍ତର୍ଗତ ଆୟତପୁର ଗ୍ରାମରେ ଅଘଟଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ହେଲେ ଆୟତପୁର ଗ୍ରାମର ମନମୋହନ ପ୍ରଧାନ ।
ସୂଚନାନୁସାରେ, ବୁଧବାର ମନମୋହନ ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଗୋଲଖଙ୍କ ପୁଅ ଜୟ ବରାଳ ଏକ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲା । ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାଣପୁର ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଆକ୍ରମଣର ପ୍ରକୃତ ଘଟଣା ଜଣାପଡିନଥିଲେ ମଧ୍ୟ ଗୋଲଖ ବରାଳଙ୍କ ପରିବାର ସହ ମୋହନଙ୍କ ପରିବାରର ପୂର୍ବଶତ୍ରୁତା ଥିଲା । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲାର ତଦନ୍ତ ଜାରି ରଖିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ