ETV Bharat / state

ସନ୍ଦେହଜନକ ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି - ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହେଲା ଦମ୍ପତ୍ତିଙ୍କ ମୃତଦେହ

ସନ୍ଦେହଜନକ ଅବସ୍ଥାରେ ଦମ୍ପତିଙ୍କ ମୃୃତଦେହ ଉଦ୍ଧାର କରିଛି ପୋଲିସ । ଟାଙ୍ଗୀ ସଦରମହକୁମା ମାନପୁରରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହେଲା ଦମ୍ପତ୍ତିଙ୍କ ମୃତଦେହ

author img

By

Published : Jun 16, 2023, 6:50 AM IST

ଖୋର୍ଦ୍ଧା: ରଜ ଉତ୍ସବ ପାଇଁ ସାରା ରାଜ୍ୟ ଉତ୍ସବ ମୁଖରିତ ହେଉଥିବା ବେଳେ ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରୁ ଆସିଛି ଦୁଃଖଦ ଖବର । ସନ୍ଦେହଜନକ ଅବସ୍ଥାରେ ଦମ୍ପତିଙ୍କ ମୃୃତଦେହ ଉଦ୍ଧାର କରିଛି ପୋଲିସ । ଟାଙ୍ଗୀ ସଦରମହକୁମାର ମାନପୁର ପାଟଣା ସିନେମା ହଲ ଛକ ନିକଟରେ ନିଜ ଘରେ ରହୁଥିଲେ ଦମ୍ପତି । ମୃତକ ହେଉଛନ୍ତି 50 ବର୍ଷିୟ ଦୁର୍ଗା ଚରଣ ପୃଷ୍ଟି ଏବଂ ତାଙ୍କର ପତ୍ନୀ ମାମିନା ପୃଷ୍ଟି । ଉଭୟ ସ୍ୱାମୀ ସ୍ତ୍ରୀ ପାମ୍ପଡ଼ ବ୍ୟବସାୟ କରି ଜୀବନ ନିର୍ବାହ କରୁଥିଲେ । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହକୁ ଆଜି ଜବତ କରିଛି ଟାଙ୍ଗୀ ପୋଲିସ ।

ସେହିପରି ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହିତ ମୃତ୍ୟୁର କାରଣ ଖୋଜୁଛି । ମାନସିକ ଚାପ ଯୋଗୁଁ ଏପରି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ତେବେ ଆଜି ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ପଡ଼ୋଶୀ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ଓ ଟାଙ୍ଗୀ ଅତିରିକ୍ତ ତହସିଲଦାର ପହଞ୍ଚି ଘର କବାଟ ଭାଙ୍ଗି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଦେଖିବାକୁ ପାଇଥିଲା ।

ତେବେ ଦିନକ ପୂର୍ବରୁ ସ୍ୱାସ୍ଥ୍ୟ ଖରାପ ଥିବା ପାଇଁ ମେଡିକାଲ ଯିବାକୁ କହି ତାଙ୍କର ଦୁଇ ଛୁଆଙ୍କୁ ଭାଇ ଘରେ ଛାଡ଼ି ଦେଇଥିଲେ ସ୍ବାମୀ-ସ୍ତ୍ରୀ । ଆଜି ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସେହିପରି ଦମ୍ପତିଙ୍କ ମୃତ୍ୟୁର ପ୍ରକୃତକାରଣ କଣ ତାହା ତଦନ୍ତ ପରେ ଜଣାପଡିବ ବୋଲି ଟାଙ୍ଗୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ଆବଶ୍ୟକ ପଡ଼ିଲେ ସାଇଣ୍ଟିଫିକ ଟିମର ସହାୟତା ନିଆଯିବ ବୋଲି କହିଛନ୍ତି ଥାନା ଅଧିକାରୀ । ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଖବର ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଅନ୍ୟପଟେ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ରାଇବଣିଆ ଥାନା ଅଞ୍ଚଳରେ ସାମାନ୍ୟ ଗଣ୍ଡଗୋଳକୁ ନେଇ ବାପା ଓ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ସର୍ଦ୍ଦାରବନ୍ଧ ଅଞ୍ଚଳର ହାରା ବିନ୍ଧାଣି ଓ ତାଙ୍କ ପୁଅ କ୍ରିଷ୍ଣା ବିନ୍ଧାଣି ରଜ ପାଇଁ କବାଟଘାଟି ଅଞ୍ଚଳରେ ଥିବା ବନ୍ଧୁ ଘରକୁ ବୁଲିବାକୁ ଆସିଥିଲେ । ରଜରେ ବେଶ ମଉଜ କରିବା ପରେ ସମସ୍ତେ ଅନେକ ଖୁସି ଥିବା ବେଳେ ଘଟିଗଲା ଏମିତି ଏକ ଦୁଃଖଦ ଘଟଣା । ସନ୍ଧ୍ୟା ସମୟରେ କ୍ରୀଷ୍ଣା ଓ କବାଟଘାଟି ଅଞ୍ଚଳର ପ୍ରଫୁଲ୍ଲ ବିନ୍ଧାଣିଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ କଥା କଟାକଟି ହୋଇଥିଲା । ଏହାକୁ ନେଇ ପ୍ରଫୁଲ୍ଲ ରାଗରେ ବିଳମ୍ବିତ ରାତିର ସୁଯୋଗ ନେଇ ପ୍ରଫୁଲ୍ଲ ହାରା ଓ କ୍ରିଷ୍ଣାଙ୍କୁ ଗୋଡ଼ାଇ ଗୋଡ଼ାଇ କଟୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.