ଖୋର୍ଦ୍ଧା: ଭିକ୍ଷାବୃତ୍ତି କରି ପରିବାର ପ୍ରତିପୋଷଣ କରୁଥିବା ଭିକ୍ଷୁକ ଜଣକ ଏବେ ଗାଁ ଗାଁରେ କରୁଛନ୍ତି କୋରୋନା ସଚେତନତା । ଦାସକାଠିଆ ବଜାଇ ନିଜସ୍ବ ଶୈଳୀରେ କୋରୋନା ସଚେତନତା ଗୀତ ଗାଇ ଲୋକଙ୍କୁ ସଚେତନ କରୁଛନ୍ତି ।
କୋରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଥିବା ବେଳେ ଏଥିରେ ରୋକ ଲାଗିପାରୁନି । ସରକାର ମଧ୍ୟ ଲୋକଙ୍କୁ ସଚେତନ କରିବା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । କୋରୋନା ମହାମାରୀର ଭୟାବହତାକୁ ନେଇ କୋରୋନା ଗୀତ ମାଧ୍ୟମରେ ସଚେତନତା କରୁଛନ୍ତି । ଲକଡାଉନ ଓ ସଟଡାଉନ ପୋଲିସର କଟକଣା ଉପରେ ଲୋକଙ୍କୁ ସଚେତନତା କରୁଛନ୍ତି । ଏହା ସହ ହାତ ଧୋଇବା ସାମାଜିକ ଦୂରତା ମାସ୍କ ବ୍ୟବହାର ବିଷୟରେ ଲୋକଙ୍କୁ ଦାସକାଠିଆ ଗୀତ ମାଧ୍ୟମରେ ସଚେତନ କରୁଛନ୍ତି । ଦାସକାଠିଆ ବଜାଇ କୋରୋନା ସଚେତନତା ଗୀତ ଗାଇ ଭିକ୍ଷାବୃତି କରିବା ଭିକ୍ଷୁକ ଜଣଙ୍କୁ ସ୍ଥାନୀୟ ଲୋକମାନେ ବେଶ ପ୍ରଶଂସା କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ