ETV Bharat / state

କୁହୁଡିରେ ୨୧ କୋଠୀ ପାଟ୍ଟଦଣ୍ଡ ମହାମିଳନ, ଢୋଲ-ମୃଦଙ୍ଗରେ କମ୍ପିଲା ଗଗନ ପବନ - ଦଣ୍ଡଯାତ୍ରା

କୁହୁଡିରେ ୨୧ କୋଠୀ ପାଟ୍ଟଦଣ୍ଡ ମହାମିଳନ ଉତ୍ସବ । ଦଣ୍ଡୁଆଙ୍କ ସହ ଭକ୍ତଙ୍କ ସମାଗମରେ କମ୍ପିଲା କୁହୁଡି । ଅଧିକ ପଢନ୍ତୁ

କୁହୁଡିରେ ୨୧ କୋଠୀ ପାଟ୍ଟଦଣ୍ଡ ମହାମିଳନ ଉତ୍ସବ

author img

By

Published : Apr 9, 2023, 12:28 PM IST

କୁହୁଡିରେ ୨୧ କୋଠୀ ପାଟ୍ଟଦଣ୍ଡ ମହାମିଳନ ଉତ୍ସବ

ଖୋର୍ଦ୍ଧା: ସମଗ୍ର ରାଜ୍ୟର ପୁରପଲ୍ଲୀରେ ଅନୁଷ୍ଠିତ ହେଉଛି ଦଣ୍ଡଯାତ୍ରା । ଉପାସକମାନେ ଦଣ୍ଡଯାତ୍ରାରେ ସାମିଲ ହୋଇ ଏହି ପାରମ୍ପରିକ ପରମ୍ପରା ବଞ୍ଚାଇ ରଖିଛନ୍ତି । ଏହି ଉପଲକ୍ଷେ ଦୀର୍ଘ ୧୨ ବର୍ଷ ପରେ ପୁଣି ଖୋର୍ଦ୍ଧା ଜିଲ୍ଲାର କୁହୁଡି ଗ୍ରାମ ସ୍ଥିତ ଜନତା କଲେଜ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି ୨୧ କୋଠୀ ପାଟ୍ଟଦଣ୍ଡ ମହା ମିଳନପର୍ବ ଅନୁଷ୍ଠିତ ହୋଇଛି । କୁହୁଡି "ଛ" ଗଡ଼ ତଥା ଆଖପାଖ ୩ଟି ବ୍ଲକର ୯ଟି ପଞ୍ଚାୟତରୁ ଆମନ୍ତ୍ରିତ ହୋଇଛି ୨୧ଟି କୋଠୀ ଶୈବ ଠାକୁରଙ୍କ ପାଟ୍ଟଦଣ୍ଡଙ୍କର ହେଉଛି ମହାମିଳନ ଉତ୍ସବ । ପୁରାମାତ୍ରାରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି । ଆଉ ସବୁଠି ଜୟ ଶିବଶମ୍ଭୁ, ହର-ହର ମହାଦେବ, ବମ୍-ବମ୍ ଭୋଲେ, ହରିବୋଲ-ହୁଳହୁଳି, ଘଣ୍ଟ-ଘଣ୍ଟା-ଘଣ୍ଟି, ଢୋଲ ଆଉ ମୃଦଙ୍ଗରେ ପ୍ରକମ୍ପିତ ହେଉଛି ଗଗନ-ପବନ ।

ଭକ୍ତ ଓ ଭଗବାନ ମଧ୍ୟରେ ହେଉଛି ଏହି ମହାମିଳନ ଉତ୍ସବ । ଘଣ୍ଟ ଘଣ୍ଟା ଓ ଢୋଲ-ମୃଦଙ୍ଗର ତାଳେ ତାଳେ ଭକ୍ତ ଓ ଭଗତାମାନେ ଠାକୁରଙ୍କୁ ଧରି ଦଣ୍ଡ ଖେଳି ଝୁଲି-ଝୁଲି ନାଚି-ନାଚି ବିରାଟ ଶୋଭାଯାତ୍ରାରେ ଆସ୍ଥାନ ମଧ୍ୟକୁ ପ୍ରବେଶ କରିବା ପରେ ପୂଜାର୍ଚ୍ଚନା କରୁଛନ୍ତି । ଭଗବାନ ଶିବଶମ୍ଭୁଙ୍କର ଏ ଅପୂର୍ବ ମହାମିଳନ ଦେଖିବାକୁ ଭକ୍ତମାନଙ୍କ ମନ ବ୍ୟାକୁଳ ହୋଇଥାଏ । ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଭଗବାନ ଶିବଙ୍କର ମିଳନ ପର୍ବ ଦେଖି ଆଶିଷ ଲାଭ କରନ୍ତି ।

ଅପରାହ୍ନ ୪ଟାରେ ବାଳିନାସୀ, ସୋରଣ, ଛକଡିପୁର, ଚାନ୍ଦପୁର, କନ୍ଧନୟାଗଡ଼, ବଉଳାବନ୍ଧ, ସୁନାଖଳା, ସଲପଡ଼ିହ, ପଣସପୁର, ଭୋବରା, ଦାରୁଗାଁ, ହାଟବରଡି, ଜେମାଦେଇପୁର, ଓରଡ, ବାଉଁମୂଳ, ଜରିପଡ଼ା, ବାଲିଆ, ରତନପୁର, ଘାସଡିହ ଓ ମାନସିଂହପୁର ଇତ୍ୟାଦିରୁ ୨୧ କୋଠୀ ଦଣ୍ଡ ଠାକୁର ଆସି କୁହୁଡି ଗଡ଼ର ପ୍ରତି ସାହିରେ ବିଜେ ହୋଇଥିଲେ । ନିକଟସ୍ଥ ପୁଷ୍କରଣୀ ଗୁଡିକରେ ପାଣିତୋଳା ନୀତି ସମାପନ ହୋଇଥିଲା ।

ଢୋଲ, ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ, ବାଜା ତାଳେ ତାଳେ ହରିବୋଲ ହୁଳହୁଳି ସହିତ ବାଣ ରୋଷଣିରେ ଗ୍ରାମବାସୀ ଠାକୁରଙ୍କୁ ପାଛୋଟି ନେଇ ମିଳନ ପଡ଼ିଆ ଜନତା ମହାବିଦ୍ୟାଳୟ ପରିସରରେ ବିଜେ କରାଇଥିଲେ। କୁହୁଡିର ଚଣ୍ଡୀହର ଦେବ ବଡକୋଠି ଓ ସାନକୋଠି ଠାକୁର ଏହି ଆମନ୍ତ୍ରିତ ୨୧ ଠାକୁରଙ୍କୁ ଆଧ୍ୟାତ୍ମକ ରୀତିନୀତି ମଧ୍ୟରେ ମିଳନ ମଣ୍ଡପକୁ ପାଛୋଟି ନେଇଥିଲେ । ଏହାପରେ ୨୧ କୋଠୀ ଠାକୁରଙ୍କ ମହାମିଳନ ପର୍ବ ଅତ୍ୟନ୍ତ ଆକର୍ଷଣୀୟ ମନମୁଗ୍ଧକର ହୋଇଥିଲା । ସମଗ୍ର ପରିବେଶ ଆଧ୍ୟାତ୍ମିକତା ଓ ଭକ୍ତି ଭାବରେ ପୁରି ଉଠିଥିଲା । ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.