ETV Bharat / state

ଦୁର୍ଘଟଣା ଓ ପାର୍କିଂ ସମସ୍ୟା ଦୂର କରିବ QR କୋଡ୍ - ଗାଡି ମାଲିକ ଟେନସନ ଫ୍ରି

Daddy's Road App: ଏଣିକି ସଡ଼କ ଦୁର୍ଘଟଣା ଓ ପାର୍କିଂ ସମସ୍ୟାରୁ ମିଳିବ ମୁକ୍ତି । QR କୋଡ୍ ଆସିଥିବାରୁ ଏବେ ଟେନସନ ଫ୍ରି ରହିବେ ଗାଡି ମାଲିକ । ଜାଣନ୍ତୁ ଏହି QR କୋଡ୍ ବିଷୟରେ

Daddy's Road
Daddy's Road
author img

By ETV Bharat Odisha Team

Published : Nov 15, 2023, 10:56 PM IST

Daddy's Road

ଭୁବନେଶ୍ବର: ଏଣିକି ସଡ଼କ ଦୁର୍ଘଟଣା ଓ ପାର୍କିଂ ସମସ୍ୟାରୁ ମିଳିବ ମୁକ୍ତି । QR କୋଡ୍ ଆସିଥିବାରୁ ଏବେ ଗାଡି ମାଲିକ ଟେନସନ ଫ୍ରି ରହିବେ । କାରଣ ସଡ଼କ ଦୁର୍ଘଟଣାର ଶିକାର‌ ହେଲେ ହୀନସ୍ଥା ହେବାକୁ ପଡିବନାହିଁ। ନିତିଦିନିଆ ଯାତାୟତରେ କର୍ମସ୍ଥଳୀଠୁ ଆରମ୍ଭ କରି ଘର ଓ ବନ୍ଧୁ ପରିଜନଙ୍କ ସହ ବୁଲାବୁଲି କରିବାକୁ ୨ ଚକିଆ କିମ୍ବା ୪ ଚକିଆ ଗାଡିଟିଏ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥାଏ । ହେଲେ ସହରରେ ଗାଡି କେଉଁଠି ପାର୍କିଂ କରାଯିବ ତାହା ପ୍ରମୁଖ ସମସ୍ୟା ସାଜିଥାଏ । ଗାଡ଼ି ଚୋରି କିମ୍ବା ରାସ୍ତାରେ ଯିବାବେଳେ ଦୁର୍ଘଟଣାଗ୍ରସ୍ତ ହେଲେ କିଏ ସହଯୋଗ କରିବ ସେଥିପାଇଁ ମଧ୍ୟ ଚିନ୍ତା ଥାଏ। ତେବେ ସବୁ ଚିନ୍ତା ଦୂର କରିବାକୁ ବଜାରକୁ ଆସିଛି‌ ନୂଆ QR କୋଡ୍ ଆପ୍ ।

ଜାଣନ୍ତୁ କ'ଣ ଏହି ଆପ୍?

'Daddy's Road' ନାମକ ଏକ ଆପ୍ ଟ୍ରାଫିକ ଟେନସନରୁ ମୁକ୍ତି ଦେବ । ଯାହା ଗାଡ଼ି ସମ୍ପର୍କରେ ସମସ୍ତ ପ୍ରକାର ଆଲର୍ଟ ଦେବ । ଗାଡିରେ ଲାଗିଥିବା କ୍ୟୁଆର ଲାଗିଥିବା‌ QR କୋଡ୍ ଯେକେହି ସ୍କାନ କରି ଆପଣଙ୍କ‌ ଗାଡି ସମ୍ପର୍କରେ ଆପଣଙ୍କୁ ଦେଇପାରିବ ଆଲର୍ଟ ମେସେଜ। ଆପଣଙ୍କ ଗାଡି ବିଷୟରେ ନିରନ୍ତର ସୂଚନା ସବୁ ସମୟରେ ଏବଂ ସବୁ ଜାଗାରେ ମିଳିପାରିବ । 'Daddy's Road' QR ଷ୍ଟିକର ଏକ ନିଆରା ଏବଂ ଅଭିନବ ପ୍ରୟାସ ଯାହାକି ଆପଣଙ୍କ ଗାଡି, ଆପଣଙ୍କ ମୋବାଇଲ୍ ନମ୍ବର ଏବଂ ଆପଣଙ୍କ ଆଖପାଖର ଲୋକଙ୍କୁ ସଂଯୋଗ କରି ସୂଚନା‌ ଦେଇପାରିବ । ଦୁର୍ଘଟଣା ହୋଇଥିଲେ ଏ ସମ୍ବନ୍ଧରେ ସମ୍ପର୍କୀୟଙ୍କୁ ତଥ୍ୟ ପ୍ରଦାନ କରିବ QR କୋଡ୍ । ବ୍ଲଡ଼ ବ୍ୟାଙ୍କ ସହ ସହଯୋଗ ପାଇଁ ଏହି ଆପ ଜରିଆରେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିପାରିବ ।

ଏହା ବି ପଢନ୍ତୁ...Citizen Sentinel App: ହେଲମେଟ୍ ନପିନ୍ଧିଲେ ଫଟୋ ଉଠାଇବେ ସାଧାରଣ ଜନତା

କିପରି ବ୍ୟବହାର କରିବେ?

ଏଥିପାଇଁ ଆପଣଙ୍କୁ Daddy's Road QR ଷ୍ଟିକର ବ୍ୟବହାର କରିବାକୁ ପଡିବ । ବାଇକ, କାର‌ ବା କମର୍ସିଆଲ ଗାଡ଼ିରେ ଏହା ବ୍ୟବହାର କରିହେବ । ଏହା ହେଉଛି ସ୍ଥାୟୀ ଭିନିଲ୍ ଷ୍ଟିକର୍ ଯେଉଁଥିରେ ଏକ QR କୋଡ୍ ଅଛି । ସେହି QR କୋଡରେ ଆପଣ ଆପଣଙ୍କ ମୋବାଇଲ ନମ୍ବର ସଂଯୁକ୍ତ କରିପାରିବେ । ତା'ପରେ ଆପଣ ଏହାକୁ ଦେୟମୁକ୍ତ ଭାବରେ Daddy's Road ଆପ୍‌ରେ ପଞ୍ଜୀକୃତ କରିପାରିବେ । ଏହି QR କୋଡରେ ଥିବା ଆପଣଙ୍କ ସମସ୍ତ ବିବରଣୀ ସୁରକ୍ଷିତ ତଥା ଗୋପନୀୟ ରଖାଯିବ । ଏଥିରେ ଆପଣଙ୍କ କୌଣସି ୨ଟି ପ୍ରିୟଜନଙ୍କ ନମ୍ବର ମଧ୍ୟ ଅପଡେଟ୍ କରିପାରିବେ ।

କିପରି ପାଇବେ ଅପଡେଟ୍?

ଯେକୌଣସି ବ୍ୟକ୍ତି ଯଦି ଏହି QR କୋଡ଼ଟିକୁ ସ୍କାନ୍‌ କରିବେ କିମ୍ବା Daddy's Road ଆପରେ ଆପଣଙ୍କ ଗାଡି ନମ୍ବର ଦେବେ, ସେମାନେ ଆପଣଙ୍କ ନମ୍ବର ନଜାଣି ଆପଣଙ୍କୁ ତୁରନ୍ତ ଯୋଗାଯୋଗ କରିପାରିବେ । ଆପଣଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଆପଣଙ୍କ ଗାଡ଼ି ସମ୍ପର୍କରେ ସୂଚନା ଦେଇପାରିବେ । ଏନେଇ ବାଙ୍ଗାଲୋର ସ୍ଥିତ ଏହି Daddy's Road ଆପ୍‌ର କର୍ତ୍ତୃପକ୍ଷ ଓଡ଼ିଶା ପରିବହନ ବିଭାଗ ଓ ପୋଲିସ ସହ‌ଯୋଗ କରିଛି । ଅନେକ ରାଜ୍ୟରେ ଏହି ଆପ୍ ବ୍ୟବହାର‌ ଆରମ୍ଭ ହୋଇଥିବାବେଳେ ପୋଲିସ ଓ ପରିବହନ ବିଭାଗ ମଧ୍ୟ ଏହି ଲୋକାଭିମୁଖୀ ଆପ୍ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.