ETV Bharat / state

Cyclone Alert: ଭୀଷଣ ବାତ୍ୟାର ରୂପ ନେଲା ହାମୁନ, କାଲି ଲାଣ୍ଡଫଲ ସମ୍ଭାବନା - ବାତ୍ୟା ହାମୁନ

ଭୀଷଣ ବାତ୍ୟାର ରୂପ ନେଇଛି ବାତ୍ୟା ହାମୁନ । ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଓଡ଼ିଶା ଉପରେ ବିଶେଷ ପ୍ରଭାବ ରହିବ ନାହିଁ । ଅଧିକ ପଢନ୍ତୁ

Cyclone Hamoon
Cyclone Hamoon
author img

By ETV Bharat Odisha Team

Published : Oct 24, 2023, 9:19 AM IST

ଭୁବନେଶ୍ବର: ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା ହାମୁନ । ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ହାମୁନ ଭୀଷଣ ବାତ୍ୟାରେ ପରଣତ ହୋଇଛି । ଦକ୍ଷିଣ ପଶ୍ଚିମ ଦିଗରେ ଗତି କରୁଛି ହାମୁନ । ଗତ 6 ଘଣ୍ଟା ହେବ 18 କିମି ବେଗରେ ଗତି କରୁଛି ହାମୁନ । ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ତେବେ ଓଡିଶା ଉପରେ ବାତ୍ୟା ହାମୁନର କୌଣସି ପ୍ରଭାବ ପଡିବ ନାହିଁ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଲ୍ୟାଣ୍ଡଫଲ ସମ୍ଭାବନା ରହିଛି ।

  • Cyclonic Storm “Hamoon” intensified into a Severe cyclonic storm over the Northwest Bay of Bengal: India Meteorological Department pic.twitter.com/tTyJ3LLuUi

    — ANI (@ANI) October 24, 2023 " class="align-text-top noRightClick twitterSection" data=" ">

ସମ୍ଭାବ୍ୟ ବାତ୍ୟା ହାମୁନ ପାରାଦ୍ବୀପଠୁ 210 କିମି ଦୂରରେ ଅଛି । ଦୀଘାଠାରୁ 270 କିମି ଦୂରରେ ରହିଛି । ଆସନ୍ତାକାଲି ସନ୍ଧ୍ୟାରେ ବାଂଲାଦେଶ ଅତିକ୍ରମ କରିବ ସମ୍ଭାବ୍ୟ ବାତ୍ୟା ହାମୁନ୍‌ । ଗଭୀର ଅବପାତ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଧୀରେଧୀରେ ଘନୀଭୂତ ହେଉଛି ବାତ୍ୟା ହାମୁନ । 6 ଘଣ୍ଟାରେ ଅତି ଭୀଷଣ ବାତ୍ୟାର ରୂପ ନେବ । ବାଂଲାଦେଶ ଉପକୂଳରେ ଖେପୁପଡ଼ା ଓ ଚିଟାଗଙ୍ଗ୍‌ ମଧ୍ୟରେ ସ୍ଥଳଭାଗ ଛୁଇଁବ । ସେହି ସମୟରେ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇସାରିଥିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି ।

ଏହା ବି ପଢନ୍ତୁ...Cyclone Hamoon: SRCଙ୍କ ବାତ୍ୟା ସତର୍କତା ! ସମ୍ଭାବ୍ୟ ବାତ୍ୟା ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ ସୂଚନା

ବାତ୍ୟା ହାମୁନ୍‌ର ପ୍ରଭାବ ଓଡ଼ିଶାର ରହିବ ନାହିଁ । ଏହାର ପ୍ରଭାବରେ କେବଳ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ ଜିଲ୍ଲାର କିଛି ସ୍ଥାନ ଓ ଉପକୂଳବର୍ତ୍ତୀ କିଛି ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ 7ଟି ଜିଲ୍ଲାରେ ଆଜି ବର୍ଷା ହେବ । ସମୁଦ୍ର ଆଶାନ୍ତ ରହିବ ତେଣୁ ଆସନ୍ତା 25 ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ ହୋଇଛି ।

ଏହା ବି ପଢନୁ...ପୁଣି ଅକ୍ଟୋବରରେ ବାତ୍ୟା ! ଆଜି ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଅକ୍ଟୋବର ଆସିଲେ 1999 ମହାବାତ୍ୟା କଥା ମନେ ପଡ଼ିଯାଏ । ଅକ୍ଟୋବର ଆସିଲେ ବାତ୍ୟାକୁ ନେଇ ଲୋକଙ୍କ ମନରେ ଛନକା ପଶିଯାଏ । ବାତ୍ୟା ହମୁନର ପ୍ରଭାବ ଓଡିଶାରେ ନଥିଲେ ମଧ୍ୟ ରାଜ୍ୟ ସରକାର ସତର୍କ ରହିଛନ୍ତି । ସମ୍ଭାବ୍ୟ ବାତ୍ୟା ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି । ସ୍ବତନ୍ତ୍ର ରିଲିଫ୍‌ କମିଶନର ସତ୍ୟବ୍ରତ ସାହୁ । ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ସବୁ ବିଭାଗୀୟ ମୁଖ୍ୟ, ଅଗ୍ନିଶମ ବାହିନୀ, ଏନ୍‌ଡିଆର୍‌ଏଫ୍, ଓଡ୍ରାଫ୍‌ ନିର୍ଦ୍ଦେଶଙ୍କୁ ସତର୍କ ରହିବା ପାଇଁ ଚିଠି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.