ETV Bharat / state

ଫନି ମାଡରେ ଘାଇଲା ଖୋର୍ଦ୍ଧା - crops damage

ଖୋର୍ଦ୍ଧାରେ ମଧ୍ୟ ଫନିର ପ୍ରଭାବ । ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡିବା ସହ, ରବି ଫସଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : May 3, 2019, 9:07 PM IST

ଖୋର୍ଦ୍ଧା: ପୁରୀରେ ସ୍ଥଳଭାଗ ଛୁଇଁଛି ସାମୁଦ୍ରିକ ଝଡ ଫନି । ଏହାର ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାରେ ଅତି ପ୍ରବଳ ବେଗରେ ପବନ ବହିବା ସହ ଜୋରରେ ବର୍ଷା ଲାଗିରହିଥିଲା । ପବନର ବେଗ ଅତ୍ୟାଧିକ ରହିଥିବା ଯୋଗୁଁ ବିଦ୍ୟୁତ ସେବା ବନ୍ଦ ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ପବନର ପ୍ରଭାବରେ ବହୁ ଗଛ ପଡି ରାସ୍ତା ଅବରୋଧ କରିବା ସହ ବିଦ୍ୟୁତ ଖୁଣ୍ଟ ଗୁଡିକ ମଧ୍ୟ ଉପୁଡି ପଡିଛି । ବାତ୍ୟା ଫନିର କରାଳ ରୂପରେ ବହୁ ଘର ମାଟିରେ ମିଶିଛି । ସେପଟେ ରବି ଫସଲର ମଧ୍ୟ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି । ପବନର ବେଗ କମିବା ପରେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ସଫା କରାଯାଉଛି । ତେବେ ଫନିର ପ୍ରଭାବରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.