ETV Bharat / state

Cyclone Alert: ଓଡିଶା ଉପକୂଳ ଛୁଇଁ ଚାଲିଯିବ ବାତ୍ୟା

author img

By

Published : Oct 20, 2022, 9:33 AM IST

Updated : Oct 20, 2022, 12:14 PM IST

ପଶ୍ଚିମବଙ୍ଗ-ବାଲାଂଦେଶ ମୁହାଁ ହେବ ସମ୍ଭାବ୍ୟ ବାତ୍ୟା । ପୂର୍ବାନୁମାନ କଲା ଭାରତୀୟ ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Cyclone Alert: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ (Low pressure forms over Bay of Bengal) । ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆଜି ଲଘୁଚାପରେ ପରିଣତ ହୋଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଲଘୁଚାପ କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଆସନ୍ତା ୨୨ ତାରିଖ ସକାଳ ସୁଦ୍ଧା ଅବପାତରେ ପରିଣତ ହେବ । ୨୩ ତାରିଖରେ ଗଭୀର ଅବପାତ ଓ ୨୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ତେବେ ଓଡିଶା ପାଇଁ ଆଶ୍ବସ୍ତିକର ବିଷୟ ଏହା ଯେ, ଓଡିଶା ଉପକୂଳ ଛୁଇଁ ଚାଲିଯିବ ବାତ୍ୟା । ଏହି ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ-ବାଲାଂଦେଶ ମୁହାଁ ହେବ(Cyclone likely to move towards West Bengal-Bangladesh) । ଭାରତୀୟ ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାପରେ ସମୁଦ୍ରରେ ପବନର ବେଗର ୪୫ରୁ ୫୫ କିମି ରହିବ । କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଏହା ୬୫ କିମି ମଧ୍ୟ ଛୁଇଁପାରେ । ଏଥିପାଇଁ ଅକ୍ଟୋବର ୨୨ ଓ ୨୩ ତାରିଖରେ ଓଡ଼ିଶା ଉପକୂଳରେ ଥିବା ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ଅଧିକ ପଢନ୍ତୁ:Cyclone Sitrang: ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି

୨୩ରୁ ଓଡିଶା ଉପକୂଳର ଆଖାପାଖ ସମୁଦ୍ରକୁ ବାରଣ କରାଯାଇଛି । ୨୨ ତାରିଖ ସୁଦ୍ଧା ସମୁଦ୍ର ମଧ୍ୟରୁ ମତ୍ସ୍ୟଜୀବୀଙ୍କୁ ଉପକୂଳକୁ ଫେରି ଆସିବାକୁ ସୂଚନା ଜାରି ହୋଇଛି । ଅନ୍ୟପଟେ ସାମ୍ଭାବ୍ୟ ବାତ୍ୟା ମୁକାବିଲା ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ଜିଲ୍ଲାର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଏହା ସହ ମୁଖ୍ୟାଳୟ (headquarters) ନ ଛାଡିବାକୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 20, 2022, 12:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.