ETV Bharat / state

୩୦ରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସାଇବର ସଚେତନତା କାର୍ଯ୍ୟକ୍ରମ, ରୋଡମ୍ୟାପ ପ୍ରସ୍ତୁତ କରିବେ ଜିଲ୍ଲାପାଳ

author img

By ETV Bharat Odisha Team

Published : Sep 23, 2023, 10:58 PM IST

ରାଜ୍ୟରେ ବଢ଼ି ଚାଲିଛି ସାଇବର କ୍ରାଇମ । ସାମାନ୍ୟ ଅସାବଧାନତାରୁ ଅନଲାଇନ ଫ୍ରଡ୍‌ର ଶିକାର ହେଉଛନ୍ତି ଲୋକେ । ଯାହା ରାଜ୍ୟ ସରକାର ଓ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହେଉଛି । ତେବେ ଏହାକୁ ପ୍ରତିହତ କରିବା ପାଇଁ ସେପ୍ଚେମ୍ବର ୩୦ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ହେବ ସାଇବର ସଚେତନତା କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ

ସେପ୍ଚେମ୍ବର ୩୦ରୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସାଇବର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର: ରାଜ୍ୟରେ ବଢ଼ି ଚାଲିଛି ସାଇବର କ୍ରାଇମ । ସାମାନ୍ୟ ଅସାବଧାନତାରୁ ଅନଲାଇନ ଫ୍ରଡ୍‌ର ଶିକାର ହେଉଛନ୍ତି ଲୋକେ। ଯାହା ରାଜ୍ୟ ସରକାର ଓ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହେଉଛି । ତେବେ ଏହାକୁ ପ୍ରତିହତ କରିବା ପାଇଁ ସେପ୍ଚେମ୍ବର ୩୦ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ହେବ ସାଇବର ସଚେତନତା କାର୍ଯ୍ୟକ୍ରମ । ଅକ୍ଟୋବର ୨ରୁ ସବୁ ଜିଲ୍ଲାରେ ଗଡି଼ବ ସଚେତନତା ରଥ । ସାରା ରାଜ୍ୟରେ ସାଇବର ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ କରାଯାଇଥିଲା। ତେବେ ସଚେତନତା କାର୍ଯ୍ୟକ୍ରମର ସଫଳତା ନିମନ୍ତେ ରୋଡ ମ୍ୟାପ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ରାଜ୍ୟର ସମସ୍ତ ଜିଲ୍ଲାରେ, ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପୋଲିସ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମର ସଫଳତା ନିମନ୍ତେ ଯଥା ଶୀଘ୍ର ରୋଡ ମ୍ୟାପ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସାଇବର ଅପରାଧ ଏକ ପ୍ରମୁଖ ସମସ୍ୟା ହୋଇଥିବାରୁ ଏନେଇ ବ୍ୟାପକ ସଚେତନତା ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି । ପ୍ରଚାର ଅଭିଯାନ ଦିନ ଗୁଡିକରେ ପ୍ରତ୍ୟେହ ମୋବାଇଲ ଯୋଗେ ସାଇବର ସଚେତନତା ବାର୍ତ୍ତା ପ୍ରେରଣ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ତେବେ ସାଇବର ସଚେତନତା ଅଭାବରୁ ବରିଷ୍ଠ ନାଗରିକ, ମହିଳା, ସାଧାରଣ ଲୋକ ବିଶେଷ କରି ଆର୍ଥିକ ଠକେଇର ଶିକାର ହେଉଛନ୍ତି । ଧନ ଜୀବନ ପ୍ରଭାବିତ ହେଉଛି ବୋଲି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ କହିଛନ୍ତି ।

ସେପଟେ ସେପ୍ଚେମ୍ବର ୩୦ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ସାଇବର ସଚେତନତାକୁ ବ୍ୟାପକ କରିବା ସଂପର୍କରେ ଏଡିଜି କ୍ରାଇମ ଅରୁଣ ବୋଥ୍ରା ବ୍ୟାପକ ପ୍ରସ୍ତୁତି ସଂପର୍କରେ ଉପସ୍ଥାପନ କରିଛନ୍ତି । ଯୋଜନା ଅନୁସାରେ, ଅକ୍ଟୋବର ୩୦ ରେ ଭୁବନେଶ୍ୱରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ । ଅକ୍ଟୋବର ୨ ତାରିଖରୁ ପ୍ରତି ଜିଲ୍ଲା ସଦର ମହକୁମାରେ ସାଇବର ସଚେତନତା ରଥର ଶୁଭାରମ୍ଭ କରାଯିବ । ୩୪ଟି ରଥ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରିବ । ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସୂଚନା ଓ ଲୋକ ସଂପର୍କ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ, ମିଶନ ଶକ୍ତି ବିଭାଗ ଆଦି ସଂପୃକ୍ତ ବିଭିନ୍ନ ବିଭାଗମାନଙ୍କୁ ସକ୍ରିୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଜିଲ୍ଲା, ଉପଖଣ୍ଡ ଏବଂ ପଂଚାୟତ ସ୍ତରରେ ସଂପୃକ୍ତ ନିର୍ବାଚିତ ଜନ ପ୍ରତିନିଧି, ବିଧାୟକ, ସ୍ୱେଚ୍ଛାସେବୀ ସଂଗଠନ, ଆଶାକର୍ମୀ, ଅଙ୍ଗନବାଡି କର୍ମୀମାନଙ୍କୁ ସାମିଲ କରାଯିବ । ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ନିମନ୍ତେ କୁଇଜ ପ୍ରତିଯୋଗିତା, କ୍ଷୁଦ୍ର ନାଟକ, ପଦଯାତ୍ରା, ଗଣଦୈଡ, ସାଇକେଲ ଯାତ୍ରା , ପ୍ରାଚୀର ପେଣ୍ଟିଂ, ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର କରାଯିବ । ଏହି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା, ସାଇବର ଅପରାଧକୁ ରୋକିବା ଏବଂ ତଥ୍ୟର ସୁରକ୍ଷା ସଂପର୍କରେ ବୈଷୟିକ ଜ୍ଞାନ ଥିବା ସଂସ୍ଥା ତଥା ବିଶେଷଜ୍ଞମାନଙ୍କ ସହଯୋଗ ନିଆଯିବ । ଏହାସହ ଏଟିଏମ ଜନିତ ଠକେଇ, ଇଣ୍ଟରେନେଟର ସଠିକ ବ୍ୟବହାର, ସୁରକ୍ଷିତ ଆର୍ଥିକ କାରବାର, ଫେସବୁକ, ୟୁଟୁବ ଆଦି ସାମାଜିକ ଗଣମାଧ୍ୟମର ବ୍ୟବହାରରେ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ଆଦି ସାଇବର ଠକେଇ ଓ ଅପରାଧ ସଂପର୍କରେ ସଚେତନ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ....ସାବାଡ୍‌ ହେବେ ସାଇବର ଠକ, ଆସିଲା ହେଲ୍ପଲାଇନ ନମ୍ବର 1930

ଅନ୍ୟପକ୍ଷେ, ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ବିଭାଗରେ ସ୍ୱଚ୍ଛତା ଅବଲମ୍ବନ ପୂର୍ବକ ବ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବାରୁ ନିଯୁକ୍ତି ଆଶାୟୀମାନେ ଯେପରି ବିଭିନ୍ନ ପ୍ରକାର ଗୁଜବ ଏବଂ ଠକାମିର ଶିକାର ନହୁଅନ୍ତି, ସେଥିପ୍ରତି ସଚେତନ ହେବା ନେଇ ବିଭିନ୍ନ ପଦକ୍ଷେପ ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି । ତେବେ ଏହି ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ସୁନିଲ କୁମାର ବଂଶଲ, ଏଡିଜି କ୍ରାଇମ ଅରୁଣ ବୋଥ୍ରାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.