ETV Bharat / state

ଏଥର ହକ ପାଇଁ ହେବ ଲଢେଇ: ପ୍ରଦୀପ ସାହୁ - congress candidate

ଏଥର ବେଗୁନିଆ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଳାଇଛନ୍ତି କଂଗ୍ରେସ ପାର୍ଥି ପ୍ରଦୀପ ସାହୁ । ନିର୍ବାଚନ ଲଢିବା ପ୍ରସଙ୍ଗରେ ମତ ରଖି ସେ କହିଛନ୍ତି ସେ କହିଛନ୍ତି ଏଥର ସ୍ୱାଭିମାନଏବଂ ହକ ପାଇଁ ଲଢେଇ ହେବ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Apr 5, 2019, 2:44 PM IST

ଖୋର୍ଦ୍ଧା: ଚଳିତ ନିର୍ବାଚନକୁ ନେଇ ଏଥର ଚର୍ଚ୍ଚାର ପରିସର ମଧ୍ୟରେ ରହିଛି ରାଜ୍ୟର ଚର୍ଚ୍ଚିତ ବିଧାନସଭା ଆସନ ବେଗୁନିଆ । ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ଏହି ନିର୍ବାଚନ ମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ହାଇଭୋଲଟେଜ ମୁକାବିଲା । ନିର୍ବାଚନ ମୈଦାନରେ ଲଢେଇ କରିବା ପାଇଁ ତିନି ପ୍ରମୁଖ ଦଳ ଯଥା କଂଗ୍ରେସ, ବିଜେଡି ଏବଂ ବିଜେପି ପ୍ରାର୍ଥୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ଏଥର ବେଗୁନିଆ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଳାଇଛନ୍ତି କଂଗ୍ରେସ ପାର୍ଥି ପ୍ରଦୀପ ସାହୁ । ବିଜେପି ପ୍ରାର୍ଥୀ ରିଷଭ ନନ୍ଦ ଓ ବିଜେଡ଼ିର ରାଜେନ୍ଦ୍ର ସାହୁଙ୍କୁ ଟକ୍କର ଦେବାପାଇଁ କଂଗ୍ରେସ ଏଥର ପ୍ରଦୀପଙ୍କୁ ଭରସା କରିଛି । ପୂର୍ବରୁ ଏହି ଆସନ ପାଇଁ ପୃଥୀବଲ୍ଲଭ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ଦଳ । ମାତ୍ର ସେ ନିର୍ବାଚନ ଲଢିବାକୁ ମନା କରି ଦେଇଥିଲେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

'ଇଟିଭି ଭାରତ' ପକ୍ଷରୁ ଚାଲିଥିବା ନେତାଙ୍କୁ ପାଞ୍ଚଟି ପ୍ରଶ୍ନ କାର୍ଯ୍ୟକ୍ରମରେ ଆମେ ଭେଟିଥିଲୁ କଂଗ୍ରେସ ପାର୍ଥି ପ୍ରଦୀପ ସାହୁଙ୍କୁ । ନେତାଙ୍କୁ ପାଞ୍ଚଟି ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଯେ, ଏଥର ସ୍ୱାଭିମାନ ଏବଂ ହକ ପାଇଁ ଲଢେଇ ହେବ। ଆଜି ପର୍ଯ୍ୟନ୍ତ ମଧ୍ୟ ଏଠାକାର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ। ଯଦି ବିଧାୟକ ଭାବେ ନିର୍ବାଚିତ ହୁଏ ଏ ଦିଗ ପ୍ରତି ବିଶେଷ ଧ୍ୟାନ ଦେବେ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଈଟିଭି ଭାରତ

Slug ,, nomination , pkg , Puri , 3.4.19

Anc,,, ପୁରୀରେ ବିଜେଡିର ଶକ୍ତି ପ୍ରଦର୍ଶନ. ହଜାର ହଜାର ସମର୍ଥକଙ୍କ ଭିଡରେ ଜନସମୁଦ୍ର ପାଲଟିଲା ପୁରୀ ସହର. ଏଭଳି କିଛି ଦୃଶ୍ୟ ଆଜି ପୁରୀରେ ଦେଖିବାକୁ ମିଳିଥିବା ବେଳେ, ବିଶାଳ ଶୋଭାଯାତ୍ରା ଆଉ ପାଟ ପଟୁଆରରେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡିର ହେଭିୱେଟ୍ ପ୍ରାର୍ଥୀ. ବିକାଶକୁ ମୁଖ୍ୟ ମୁଦ୍ଦା କରିବା ସହ ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ,କେନ୍ଦ୍ର ଅବହେଳା ଏବଂ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇ ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ବ୍ୟକ୍ତ କରିଛନ୍ତି ନେତା.

ଭିଓ-ପୁରୀରେ ନିଜର ଶକ୍ତି ପ୍ରଦର୍ଶନ କରିଛି ବିଜେଡି.ସମର୍ଥକଙ୍କ ଭିଡରେ ଜନସମୁଦ୍ର ପାଲଟିଲା ପୁରୀ ସହର.  ମହିଳା,ଯୁବ,ଛାତ୍ର,କୃଷକ ସଂଗଠନର କର୍ମୀମାନଙ୍କ ସମେତ ହଜାର ହଜାର ବିଜେଡି ସମର୍ଥକ ମାନଙ୍କ ଗହଣରେ ପୁରୀ ଜିଲ୍ଲା ବିଜେଡିର ହେଭିୱେଟ୍ ନେତାମାନେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି.. ପାଟ ପଟୁଆରରେ ନିଜର ପତିଆରା ଜାହିର କରିବା ସହ ଦଳୀୟ କାର୍ଯ୍ୟାଳୟରୁ ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ଏବଂ ବିଧାନସଭା ପ୍ରାର୍ଥୀ ମହେଶ୍ୱର ମହାନ୍ତି ଏକା ସଙ୍ଗେ ବାହାରି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ବାଇଟ୍-ପିନାକୀ ମିଶ୍ର.ପୁରୀ ଲୋକସଭା ପ୍ରାର୍ଥୀ,ବିଜେଡି

ବାଇଟ୍-ପ୍ରଦୀପ ମହାରଥୀ.ପିପିଲି ବିଧାନସଭା ପ୍ରାର୍ଥୀ. ବିଜେଡି

ଭିଓ-ସେହିଭଳି ନିମାପଡାରୁ ହଜାର ହଜାର ସମର୍ଥକଙ୍କ ସହ ଆସି ବିଜେଡିର ଦଳୀୟ ପ୍ରାର୍ଥୀ ଭାବେ ସମୀର ଦାସ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ,ପିପିଲି ପାଇଁ ପ୍ରଦୀପ୍ତ ମହାରଥୀ ଏବଂ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ଉମାକାନ୍ତ ସାମନ୍ତରାୟ ମଧ୍ୟ ଆଜି ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି.ବିକାଶକୁ ମୁଖ୍ୟ ମୁଦ୍ଦା କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ନେତାମାନେ ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ,କେନ୍ଦ୍ର ଅବହେଳା ଏବଂ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇ ନିର୍ବାଚନ ବୈତରଣୀ ପାର ହେବାକୁ ଆଶାବ୍ୟକ୍ତ କରିଛନ୍ତି .

ବାଇଟ୍-ଉମାକାନ୍ତ ସାମନ୍ତରାୟ.ସତ୍ୟବାଦୀ ବିଧାନସଭା ପ୍ରାର୍ଥୀ,ବିଜେଡି

ଫାଭିଓ-ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ,ବିରୋଧି କଂଗ୍ରେସ ଓ ବିଜେପି ର ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିବେ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଭିଯୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.