ETV Bharat / state

କ୍ରସର ଶିଳ୍ପକୁ ପ୍ରଶାସନର ଛାଟ: ଜିଲ୍ଲାପାଳଙ୍କ ଅଫିସ ଘେରିଲେ କ୍ରସର ମାଲିକ ଓ କର୍ମଚାରୀ

author img

By

Published : Jul 20, 2022, 4:20 PM IST

କ୍ରସର ଶିଳ୍ପ ଉପରେ ପ୍ରଶାସନିକ ଛାଟ । ପ୍ରତିବାଦରେ ଜିଲ୍ଲାପାଳ ଅଫିସ ଘେରିଲେ କ୍ରସର ମାଲିକ ଓ କର୍ମଚାରୀ । ଅଧିକ ପଢନ୍ତୁ

କ୍ରସର ଶିଳ୍ପକୁ ପ୍ରଶାସନର ଛାଟ: ଜିଲ୍ଲାପାଳଙ୍କ ଅଫିସ ଘେରିଲେ କ୍ରସର ମାଲିକ ଓ କର୍ମଚାରୀ
କ୍ରସର ଶିଳ୍ପକୁ ପ୍ରଶାସନର ଛାଟ: ଜିଲ୍ଲାପାଳଙ୍କ ଅଫିସ ଘେରିଲେ କ୍ରସର ମାଲିକ ଓ କର୍ମଚାରୀ

ଖୋର୍ଦ୍ଧା : ଖୋର୍ଦ୍ଧାର ମୁଖ୍ୟ ଶିଳ୍ପ କହିଲେ କ୍ରସର ୟୁନିଟ କୁ ହିଁ ବୁଝାଏ । ଏହି ଶିଳ୍ପରେ ଶହଶହ ସଂଖ୍ୟାରେ ଶ୍ରମିକ ନିଯୁକ୍ତି ପାଇଛନ୍ତି । ହେଲେ ଗତ କିଛିଦିନ ହେବ ବେଆଇନ ଦର୍ଶାଇ ଶତାଧିକ ୟୁନିଟକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ ।

ଏହାର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି କ୍ରସର ମାଲିକ, ଶ୍ରମିକ ଓ ସେମାନଙ୍କ ପରିବାର । କ୍ରସର ଗୁଡିକରେ ବିଦ୍ୟୁତ୍ ସଂଯୋଗ ମଧ୍ୟ ବିଛିନ୍ନ କରିଦେଇଛି ପ୍ରଶାସନ । ଏନେଇ କ୍ରସର ଉପରେ ନିର୍ଭର କରୁଥିବା ଶ୍ରମିକ ଓ ମାଲିକ ପ୍ରଶାସନକୁ ଗୁହାରି କଲେ ମଧ୍ୟ କୈଣସି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି । ଏନେଇ କ୍ରସର ମାଲିକଙ୍କ ସହ କାର୍ଯ୍ୟରତ ଶ୍ରମିକମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କରିଛନ୍ତି ପ୍ରତିବାଦ।

ଗତ ତିନି ବର୍ଷ ହେଲା ଚାଲୁଥିବା ୩୦୦ ରୁ ଉର୍ଦ୍ଧ କ୍ରସର ୟୁନିଟକୁ ପ୍ରଶାସନ ସିଲ କରିଛି । ଏହାକୁ ନିୟମିତ କରିବା ପାଇଁ ପ୍ରଶାସନ ନିକଟରେ ଆବେଦନ କରିଥିଲେ ସୁଦ୍ଧା ଅନୁମତି ମିଳୁନଥିବା ଅଭିଯୋଗ କରିଛି କ୍ରସର ମାଲିକ ସଂଘ । ଏ ସମ୍ପର୍କରେ ଏକ କମିଟି ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସହ ଆଲୋଚନା କରିଛନ୍ତି । ତେବେ ଆବଶ୍ୟକ କାଗଜପତ୍ର ଥିଲେ ଅଗଷ୍ଟ ୧୫ ସୁଦ୍ଧା ଅନୁମତି ମିଳିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିବା ଜଣାପଡିଛି ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.