ETV Bharat / state

ମହିଳା ଓ ଶିଶୁଙ୍କ ପାଇଁ ଓଡିଶା ଅସୁରକ୍ଷିତ: ବିଜେପି

author img

By ETV Bharat Odisha Team

Published : Dec 5, 2023, 5:26 PM IST

ବିଜେପି ମୁଖପାତ୍ର ସୋନାଲି ସାହୁ କହିଛନ୍ତି, "ରାଜ୍ୟରେ ମହିଳା ଓ ଶିଶୁ ମାନଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି । ଗତ ୨୦୨୧ ତୁଳନାରେ ୨୦୨୨ରେ ବଢିଛି ମହିଳା ବିରୋଧୀ ଅପରାଧ । ଓଡିଶାରେ ୨୦୨୨ ରେ ୧ଲକ୍ଷ ୭୮ ହଜାର ୧୯୦ ଟି ମହିଳା ବିରୋଧରେ ଅପରାଧ ମାମଲା ରୁଜୁ ହୋଇଛି । ଦେଶରେ ୭ ନମ୍ବରରେ ଓଡ଼ିଶା ରହିଛି ହେଲେ ଜନସଂଖ୍ୟା ଅନୁସାରେ ୧ ନଂ ହେବ ।" ଅଧିକ ପଢନ୍ତୁ

ମହିଳା ଓ ଶିଶୁ ମାନଙ୍କ ପାଇଁ ଓଡିଶା ଅସୁରକ୍ଷିତ: ବିଜେପି

ଭୁବନେଶ୍ବର: ରାଜ୍ୟରେ ମହିଳା ଓ ଶିଶୁ ମାନଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି। ଗତ ୨୦୨୧ ତୁଳନାରେ ୨୦୨୨ରେ ବଢିଛି ମହିଳା ବିରୋଧୀ ଅପରାଧ । ଓଡିଶାରେ ୨୦୨୨ ରେ ୧ଲକ୍ଷ ୭୮ ହଜାର ୧୯୦ ଟି ମହିଳା ବିରୋଧରେ ଅପରାଧ ମାମଲା ରୁଜୁ ହୋଇଛି । ରାଜ୍ୟରେ 24 ବର୍ଷ ଧରି ସ୍ଥିର ସରକାର ସତ୍ବେ ସରକାର ଅପାରଗ । ପ୍ରକାଶ ପାଇଥିବା ଏନସିଆରବି ରିପୋର୍ଟକୁ ଆଧାର କରି ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି ।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ବିଜେପି ମୁଖପାତ୍ର ସୋନାଲି ସାହୁ କହିଛନ୍ତି, "ରାଜ୍ୟରେ ମହିଳା ଓ ଶିଶୁ ମାନଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି। ଗତ ୨୦୨୧ ତୁଳନାରେ ୨୦୨୨ରେ ବଢିଛି ମହିଳା ବିରୋଧୀ ଅପରାଧ । ଓଡିଶାରେ ୨୦୨୨ ରେ ୧ଲକ୍ଷ ୭୮ ହଜାର ୧୯୦ ଟି ମହିଳା ବିରୋଧରେ ଅପରାଧ ମାମଲା ରୁଜୁ ହୋଇଛି । ଦେଶରେ ୭ ନମ୍ବରରେ ଓଡ଼ିଶା ରହିଛି ହେଲେ ଜନସଂଖ୍ୟା ଅନୁସାରେ ୧ ନଂ ହେବ । ସେହିପରି ଶିଶୁ ବିରୋଧୀ ଅପରାଧରେ ୬ ନମ୍ବରରେ ରହିଛି ଓଡ଼ିଶା । ୨୦୨୨ରେ ୮ ହଜାର ୨୪୦ ଟି ଶିଶୁ ବିରୋଧୀ ମାମଲା ରୁଜୁ ହୋଇଥିଲା ।"

ଅଧିକ ପଢନ୍ତୁ- ଓଡିଶାରେ ମହିଳା ଅସୁରକ୍ଷିିତ, ସରକାରଙ୍କୁ ଟାର୍ଗେଟ କଲା ବିଜେପି

ସେହିପରି ବିଜେପି ମୁଖପାତ୍ର କହିଛନ୍ତି ଅଞ୍ଜନା ଗଣ ଦୁଷ୍କର୍ମ ବେଳେ ମୁଖ୍ୟମନ୍ତ୍ରୀ କଟକ ଯାଇ ମାମଲା କଲେ। ହେଲେ ଆଜି ଦିନରେ ପ୍ରତି ଘଣ୍ଟାରେ ୨ ଜଣ , ପ୍ରତ୍ୟେକ ଦିନ ୧୨ ଜଣ ମହିଳା ଦୁଷ୍କର୍ମର ଶୀକାର ହେଉଛନ୍ତି। ବର୍ଷକୁ ମାତ୍ର ୧୨ ଜଣ ଦଣ୍ଡିତ ହେଉଛନ୍ତି । ୨୪ ବର୍ଷ ହେଲା ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି। କେବଳ ହୋର୍ଡିଂରେ ମହିଳା ବିକାଶ ଓ ସଶକ୍ତିକରଣ ସୀମିତ ରହିଛି । ହେଲେ ବାସ୍ତବ କ୍ଷେତ୍ରରେ ମହିଳାମାନେ ଅସୁରକ୍ଷିତ ଅଛନ୍ତି । ମୂଳ କାରଣ ହେଉଛି ଗୃହ ବିଭାଗର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ ଗାଦି ମାଡି ବସିଛନ୍ତି। ବ୍ୟାପକ ଦୁର୍ନୀତି, ଭ୍ରଷ୍ଟାଚାର ସେହି ବିଭାଗର ଭରି ରହିଛି। ଏହି ବିଭାଗରେ ଥିବା କର୍ମଚାରୀ ଏବଂ ବ୍ୟକ୍ତି ମାନେ ଦୁର୍ନୀତି ରେ ଲିପ୍ତ ଅଛନ୍ତି। ଏମାନଙ୍କୁ ଘଣ୍ଟ ଘୋଡାଉଛନ୍ତି ମୁଖ୍ୟମନ୍ତ୍ରୀ।

ବିଜେପି ମୁଖପାତ୍ର ଅଭିଯୋଗ କରିଛନ୍ତି ତୁରନ୍ତ ଫାଷ୍ଟଟ୍ରାକ କୋର୍ଟ ଗଠନ ତ୍ବରିତ ନ୍ୟାୟ ଏବଂ କାର୍ଯ୍ୟାନୁଷ୍ଠାନରେ ବିଫଳ ଯୋଗୁଁ ମାମଲା ସଂଖ୍ୟା ବଢୁଛି । ରାଜ୍ୟର ଏବେ ବି ୯୬ ପ୍ରତିଶତ ମହିଳା ବିରୋଧୀ ମାମଲା କୋର୍ଟରେ ପଡ଼ି ରହିଛି। ଏଥି ପ୍ରତି ସରକାର ଦୃଷ୍ଟି ଦିଅନ୍ତୁ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.