ଭୁବନେଶ୍ବର: ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳର ସୁରଜ ଦାଶଙ୍କ ଘରୁ ତାଙ୍କ ପତ୍ନୀ ପ୍ରିୟଙ୍କା ମିଶ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିବା ଘଟଣା । ତଦନ୍ତ ପରେ ଆଜି ସ୍ବାମୀ ସୁରଜ ଦାଶଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ଏୟାରଫିଲ୍ଡ ଥାନା ପୋଲିସ । ଅନ୍ୟପଟେ ପ୍ରେମିକ ଘରୁ ପ୍ରେମିକାର ମୃ୍ତ ଦେହ ମିଳିବା ଘଟଣାରେ ବି ପ୍ରେମିକକୁ ଗିରଫ କରିଛି ପୋଲିସ।
ତେବେ ଗତକାଲି(ସୋମବାର) ରାଜଧାନୀ ଭୁବନେଶ୍ବର ସ୍ଥିତ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଯୌତୁକ ଜୁଇରେ ଆଉ ଏକ ନବବଧୂ ଜଳିଥିବା ଖବର ସାମ୍ନାକୁ ଆସିଥିଲା। ସୂଚନା ଅନୁୟାୟୀ, ଦୁଇ ବର୍ଷ ପୂର୍ବେ କେନ୍ଦ୍ରାପଡା ଆଳି ଅଞ୍ଚଳର ବିଦ୍ୟାଧର ମିଶ୍ରଙ୍କ ଝିଅ ପ୍ରିୟଙ୍କା ମିଶ୍ରଙ୍କ 2021 ମସିହାରେ ପୁନାମାଗେଟ ଅରବିନ୍ଦ ନଗର ପ୍ରଦୀପ ଦାଶଙ୍କ ପୁଅ ସୁରଜ ଦାସଙ୍କ ବିବାହ ହୋଇଥିଲା ।ତେବେ ଗତକାଲି ସୁରଜଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ପ୍ରିୟଙ୍କାଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଘର ଲୋକେ ଏହାକୁ ହତ୍ୟା ଅଭିଯୋଗ ଆଣିଛନ୍ତି ।ମୃତକଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ବିବାହର କିଛି ମାସ ପରେ ଯୌତୁକ ପାଇଁ ଶାଶୁଘର ନିର୍ଯାତନା ଦେବା ସହ ସୁରଜଙ୍କ ପରକୀୟା ପ୍ରୀତି କଥା ଜାଣିବାକୁ ପାଇଥିଲେ ପ୍ରିୟଙ୍କା । ଏପରିକି ରାତିରେ ଘର ମଧ୍ୟରେ ଅନ୍ୟ ଝିଅମାନଙ୍କ ସହ ନ୍ୟୁଡ କଲରେ କଥା ହେଉଥିବା ମଧ୍ୟ ପ୍ରିୟଙ୍କା ଜାଣିବାକୁ ପାଇଥିଲେ । ଏନେଇ ସେ ବାପଘର ଲୋକଙ୍କୁ ମଧ୍ୟ ଜଣାଇଥିଲେ । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା ।
ଏହାମଧ୍ୟ ପଢନ୍ତୁ..ରାଜଧାନୀରେ ସୀମା ଟପିଲା ବର୍ବରତା, ଦୁଷ୍କର୍ମ ପରେ 4ଵର୍ଷ ଶିଶୁକନ୍ୟାକୁ ଗଳାକାଟି ହତ୍ୟା !
ଅନ୍ୟପଟେ ସୁରଜଙ୍କ ବାପାଙ୍କ କହିବାନୁଯାୟୀ, ଯୌତୁକ ନିର୍ଯାତନା ଦିଆଯାଇନାହିଁ । ବୋହୂର ଅନ୍ୟତ୍ର ସମ୍ପର୍କ ଥିବାରୁ ତାର ଆତ୍ମହତ୍ୟା କରିଛନ୍ତି ।ତେବେ ଏହି ମାମଲାରେ ଏୟାରପୋର୍ଟ ଥାନା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସ୍ୱାମୀ ସୁରଜଙ୍କ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।
ଅନ୍ୟପଟେ ଗତକାଲି ରାତିରେ ପ୍ରେମିକ ଘରୁ ପ୍ରେମିକାର ମୃତଦେହ ମିଳିବା ଘଟଣାରେ ବି ପ୍ରେମିକ ବଟକୃଷ୍ଣ ବେହେରା ବେହେରାଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ଅନୁଯାୟୀ, ଏୟାରଫିଲ୍ଡ ଥାନା କ୍ଷେତ୍ରପାଳ ନଗରର ବଟକୃଷ୍ଣ ବେହେରା ଓ ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳର ଅଞ୍ଜଳି ବେହେରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ତେବେ 3 ଦିନ ତଳେ ବିବାହ ପାଇଁ ଜିଦ ଧରି ପ୍ରେମିକ ଘରକୁ ଆସିଥିଲେ । ହେଲେ ଗତକାଲି ବଟକୃଷ୍ଣଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଅଞ୍ଜଳୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ଅଞ୍ଜଳୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରି ପ୍ରେମିକ ବଟକୃଷ୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଇଟିିଭି ଭାରତ, ଭୁବନେଶ୍ବର