ETV Bharat / state

ଖୋର୍ଦ୍ଧାରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ - STF କବଜାରେ ବ୍ରାଉନସୁଗାର ଡିଲର୍

ଖୋର୍ଦ୍ଧା ବାଘମାରୀ ଅଞ୍ଚଳରୁ 1 କେଜି 100 ଗ୍ରାମର ବ୍ରାଉନସୁଗାର ଜବତ କଲା STF । ଘଟଣାସ୍ଥଳରୁ ଜଣେ ଗିରଫ । ଅଧିକ ପଢନ୍ତୁ

STF seized brown sugar
STF seized brown sugar
author img

By

Published : Jul 9, 2023, 9:51 AM IST

ଖୋର୍ଦ୍ଧା: କ୍ରାଇମବ୍ରାଞ୍ଚ STF କବଜାରେ ବ୍ରାଉନସୁଗାର ଡିଲର୍ । ଖୋର୍ଦ୍ଧା ବାଘମାରୀ ଥାନା ଅଞ୍ଚଳରୁ ୧୧୦୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି STF । ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏଥିରେ ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଅଞ୍ଚଳର ସୁରେଶ ମହାପାତ୍ର ବୋଲି ଜଣାପଡିଛି ।

ସୂଚନା ମୁତାବକ, ଗତକାଲି ଅପରାହ୍ନରେ କୌଣସି ସୂତ୍ରରୁ ଖବର ପାଇ ଏସଟିଏଫର ଏକ ସ୍ବତନ୍ତ୍ର ଟିମ ବାଘମାରୀ ଥାନା ଅଧିନସ୍ଥ ପୋଡାଡିହ ପଞ୍ଚାୟତ ଓସ୍ତପୁର ଗ୍ରାମ ନିକଟ ଟେଲିଫୋନ ଟାୱାର ଠାରେ ଚଢାଉ କରି ପ୍ରାୟ ୧୧୦୦ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ମୋଟର ସାଇକେଲକୁ ଜବତ କରିଥିଲା । ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ୧୦ ଲକ୍ଷ ହେବ ବୋଲି ଆକଳନ କରିଛି ଏସଟିଏଫ । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଏସଟିଏଫ ବାଘମାରୀ ଥାନାକୁ ଆଣି ବିଭିନ୍ନ କାଗଜପତ୍ର ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟରେ ବାଘମାରୀ ଥାନାରେ ବେଗୁନିଆ ଅତିରିକ୍ତ ତହସିଲଦାର ଦୀପ୍ତିମୟୀ ଶର୍ମା ଓ ସରକାରୀ ସାକ୍ଷୀ ଭାବେ ବେଗୁନିଆ ଓ ବାଘମାରୀ ରାଜସ୍ବ ନିରୀକ୍ଷକ ସହଯୋଗ କରିଥିବା ଜଣାପଡ଼ିଛି ।

ଖୋର୍ଦ୍ଧା ଅଞ୍ଚଳ ପାଲଟିଛି ବ୍ରାଉନସୁଗାର ମାଫିଆଙ୍କ ପେଣ୍ଠସ୍ଥଳୀ । ଦିନକୁ ଦିନ ଯୁବପିଢି ଏହି ନିଶାର କାରବାରରେ ଆସି ଅପରାଧ ଦୁନିଆରେ ପାଦ ଦେବା ସହ ନିଜ ପରିବାରକୁ ଛାରଖାର କରି ଦେଉଥିବା ଦେଖିବାକୁ ମିଳିଛି । ସେହିପରି ଭାବେ ବ୍ୟବସାୟୀ ମଧ୍ୟ ବ୍ରାଉନସୁଗାର ବେପାର କରି ମାଲାମାଲ ହେଉଥିବା ନଜରକୁ ଆସିଛି । କୋଟି କୋଟି ଟଙ୍କାର ବ୍ରାଉନସୁଗାର ବାଂଲାଦେଶ, କୋଲକାତା, ବାଲେଶ୍ଵର ହୋଇ ଖୋର୍ଦ୍ଧାରେ ପହଞ୍ଚି ଖୋର୍ଦ୍ଧାରୁ ବିଭିନ୍ନ ଯୁବପିଢି ମାଧ୍ୟମରେ ବେଗୁନିଆ ବୋଲଗଡକୁ ଚାଲାଣ ହେଉଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ- ସରକାରୀ କ୍ୱାର୍ଟରରେ ଚାଲିଥିଲା ବ୍ରାଉନସୁଗାର ବେପାର, ମାଡି ବସିଲା STF

ପ୍ରକାଶ ଥାଉକି, ଗତ ମେ ୨୧ ତାରିଖରେ ଭୁବନେଶ୍ବର ୟୁନିଟ ୮ର ସରକାରୀ କ୍ୱାର୍ଟରରୁ ଜବତ ହୋଇଥିଲା ବ୍ରାଉନସୁଗାର । ଏହି ଘଟଣାରେ ଏସଟିଏଫ ଜଣଙ୍କୁ ଗିରଫ କରିବା ସହ ୧ କେଜି ୧୦୭ ଗ୍ରାମ ମୂଲ୍ୟର ବ୍ରାଉନସୁଗାର ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷରୁ ଅଧିକ ହୋଇଥିବା ଏସଟିଏଫ ଏସପି ସୂଚନା ଦେଇଥିଲେ । ଅଭିଯୁକ୍ତ ଚିତ୍ତରଞ୍ଜନ ସାହୁ ୟୁନିଟ ୮ରେ ୨ ବର୍ଷ ହେଲା ସରକାରୀ କ୍ବାର୍ଟରକୁ ଭଡା ସୂତ୍ରରେ ନେଇ ଏହି ନିଶାଦ୍ରବ୍ୟ କାରବାର ଚଳାଇଥିଲେ । ଜଳେଶ୍ବରରେ ତାଙ୍କର ଗ୍ୟାରେଜ ଥିବାବେଳେ ସ୍ପେୟାର ପାର୍ଟ କିନ୍ତୁ ଘରେ ରଖୁଥିଲେ । ଗାଡ଼ି କାମ ପାଇଁ ଆସୁଥିବା ଯୁବପିଢ଼ିଙ୍କୁ ବନାଉଥିଲେ ନିଜର ମୋହରା । ଡିଲ୍‌ ପକ୍କା ହେଲା ପରେ ଖୁଲମଖୁଲା କରୁଥିଲେ ବ୍ରାଉନସୁଗାର ବେପାର ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.