ETV Bharat / state

ଓଡିଶାରୁ ବିଦେଶ ଯାଏଁ ଲମ୍ବିଛି ସାପ ବିଷ ତସ୍କରି, କ୍ରାଇମବ୍ରାଞ୍ଚ ଆରମ୍ଭ କଲା ତଦନ୍ତ

author img

By

Published : Nov 1, 2022, 6:45 PM IST

ଓଡିଶାରୁ ବିଦେଶ ଯାଏଁ ଲମ୍ବିଛି ସାପ ବିଷ ତସ୍କରି । ଓଡିଶା ମାର୍କେଟରେ ସାପ ବିଷ ତସ୍କରିର ଲିଙ୍କ ଆସିବା ପରେ ଆରମ୍ଭ ହୋଇଛି ତନାଘନା । କ୍ରାଇମବ୍ରାଞ୍ଚର ଡିଏସପି ଇ କ୍ୟୁରୋଙ୍କ ନେତୃତ୍ବରେ ଏକ ଟିମ ଛାନଭିନ ଆରମ୍ଭ କରିଛି । ଅଧିକ ପଢନ୍ତୁ

ଓଡିଶାରୁ ବିଦେଶ ଯାଏଁ ଲମ୍ବିଛି ସାପ ବିଷ ତସ୍କରି

ଭୁବନେଶ୍ବର: ଗଞ୍ଜେଇ କି ଚରସ ନୁହେଁ, ଯୁବ ପିଢିଙ୍କୁ ଘାରିଛି ସାପ ବିଷର ନିଶା । ବଢୁଛି ସାପ ବିଷର ଚାହିଦା । ଅନ୍ତର୍ଜାତୀୟ ବଜାରରେ ବଢୁଛି ସାପ ବିଷର କାରବାର । ଓଡିଶାରୁ କଳାବଜାରି ହୋଇ ଚାଲାଣ ହେଉଛି ଦେଶ ବାହାରକୁ ସାପ ବିଷ । ଓଡିଶା ମାର୍କେଟରେ ସାପ ବିଷ ତସ୍କରି(snake venom smuggling )ର ଲିଙ୍କ ଆସିବା ପରେ ଆରମ୍ଭ ହୋଇଛି ତନାଘନା । ଏନେଇ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚର ଡିଏସପି ଇ କ୍ୟୁରୋଙ୍କ ନେତୃତ୍ବରେ ଏକ ଟିମ ଛାନଭିନ ଆରମ୍ଭ କରିଛି ।

ପୂର୍ବରୁ ଭୁବନେଶ୍ୱରରୁ ଜବତ ହୋଇଥିବା ସାପ ବିଷ ଘଟଣାର ତଥ୍ୟ ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ । ଏନେଇ ସିଟି ଫରେଷ୍ଟ ଡିଭିଜନ ଓ୍ବେଷ୍ଟର ଏସିଏଫ ଅନନ୍ତ ପ୍ରଧାନଙ୍କୁ ପଚରାଉଚରା କରିଛି ଏସଟିଏଫ୍ ଟିମ । କେଉଁଠୁ ଆସିଥିଲା ସାପ ବିଷ । କେଉଁ ତଥ୍ୟ ଆଧାରରେ ଜବତ ହୋଇଥିଲା ସାପ ବିଷ । କେତେ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । ସେମାନଙ୍କର ନେଟୱର୍କରେ କଣ ମିଳିଥିଲା ଲିଙ୍କ । ଏହା ପଛରେ ଓଡିଶା ନା ଓଡିଶା ବାହାରେ ବା ଅନ୍ତର୍ଜାତୀୟ ଲିଙ୍କ ର କଣ ରହିଛି ତଥ୍ୟ । ସେ ନେଇ ତଥ୍ୟ ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ(STF) ।

ଅନ୍ୟପଟେ ଓଡିଶା ବଜାରରେ ଏହାର ଚାହିଦା ନାହିଁ । ଫାର୍ମାସ୍ୟୁଟିକାଲ କମ୍ପାନୀ ମାନଙ୍କରେ ଏହାର ଡିମାଣ୍ଡ ରହିଛି । ଆଣ୍ଟି ଡଟ ପାଇଁ ଏସବୁକୁ ବ୍ୟବହାର କରାଯାଏ । ଏନେଇ ଓଡିଶାରେ ଏହାର କାରବାର ପାଇଁ କାହାକୁ ସରକାରୀ ଅନୁମତି ମଧ୍ୟ ନାହିଁ । ତେବେ କିପରି ଭୁବନେଶ୍ୱର ଓ ପୂର୍ବରୁ ଦେବଗଡରେ ଏହାର କାରବାର ହେଉଥିଲା ? ଏହା ପଛରେ ବାଲେଶ୍ବର,ବଲାଙ୍ଗୀର ଆଦି ଜିଲ୍ଲାର ଅଭିଯୁକ୍ତ ମାନଙ୍କ ସମ୍ପୃକ୍ତି ଥିଲା‌ ? ତେବେ ଓଡିଶାର କେଉଁଠି ଏହି ନେଟଓ୍ବାର୍କ ଚାଲିଛି କ୍ରାଇମବ୍ରାଞ୍ଚ ତଦନ୍ତ କଲେ ହିଁ ସତ୍ୟର ଖୁଲାସା ହୋଇପାରିବ‌ ବୋଲି କହିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ।

ଏହା ମଧ୍ୟ ପଢନ୍ତୁ-ଫଟିଲାଇଜର ପ୍ରକଳ୍ପ ବିବାଦ: ଲୋକଙ୍କ କବଜାରେ କମ୍ପାନୀ ପରିସର, ଧସେଇ ପଶି କାମ ବନ୍ଦ ପାଇଁ ଦାବି

୨୭ମାର୍ଚ୍ଚ ୨୦୨୧ରେ ଫରେଷ୍ଟ ପାର୍କ ଅଞ୍ଚଳରୁ ଦେଢ ଲିଟର ସାପ ବିଷ ସହ ୬ଜଣଙ୍କୁ ଗିରଫ କରିଥିଲା ବନବିଭାଗ । ସେହିପରି ୨୦ ନଭେମ୍ବର ୨୦୨୧ରେ ଦେବଗଡରୁ ୧ଲିଟର ସାପ ବିଷ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଥିଲା ଦେବଗଡ ପୋଲିସ । ୨୦୧୩ ମସିହାରେ କଳ୍ପନା ଛକ ହୋଟେଲ ପାୟଲରୁ ୧ଲିଟର ସାପ ବିଷ ସହ ୬ଜଣକୁ ଗିରଫ କରିଥିଲା ବନ ବିଭାଗ । ତେବେ ଏହି ସାପ ବିଷ ତସ୍କରି ନେଟୱର୍କ କେଉଁ ଆଡକୁ ଲମ୍ବିଛି । ସେନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚର ଏସଟିଏଫ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.