ETV Bharat / state

ବିଶ୍ବକପ୍‌ ୨୦୨୩: 'ସେମିଫାଇନାଲରେ ଲୟ ରଖି ଦଳଗତ ପ୍ରଦର୍ଶନ ଦେଲେ ଫାଇନାଲ ଖେଳିବ ଭାରତ' - ଭାରତ ବିଶ୍ବକପ୍‌ ଚମ୍ପିଆନ ହେବ

ବିଶ୍ବକପ୍‌ ୨୦୧୯ର ପ୍ରତିଶୋଧ ନେବ କି ଟିମ୍‌ ଇଣ୍ଡିଆ ? ବିଶ୍ବକପ୍‌ ୨୦୨୩ ସେମିଫାଇନାଲ୍‌ରେ ପୁଣି ଭାରତ ଓ ନ୍ୟୁଜିଲାଣ୍ଡ ଲଢ଼େଇ । ଏପର୍ଯ୍ୟନ୍ତ ତ୍ରୁଟିଶୂନ୍ୟ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ଉପରେ ସାରା ଦେଶର ଭରସା ରହିଛି । ପୁଣି ଭାରତ ବିଶ୍ବକପ୍‌ ଚମ୍ପିଆନ୍‌ ହେବ ବୋଲି କହିଛନ୍ତି କ୍ରୀଡ଼ା ସମୀକ୍ଷକ ସମ୍ବିତ ମହାପାତ୍ର । ଅଧିକ ପଢ଼ନ୍ତୁ

ଭାରତ ଓ ନ୍ୟୁଜିଲାଣ୍ଡ ଲଢ଼େଇ ନେଇ କ୍ରୀଡ଼ା ସମୀକ୍ଷକଙ୍କ ପ୍ରତିକ୍ରିୟା
Sports Analyst on India vs New Zealand Semi Fight
author img

By ETV Bharat Odisha Team

Published : Nov 14, 2023, 5:52 PM IST

Sports Analyst on India vs New Zealand Semi Fight

ଭୁବନେଶ୍ବର: ବିଶ୍ବକପ୍‌ ୨୦୨୩ ଅନ୍ତିମ ଚରଣରେ । ବୁଧବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ । ୨୦୧୯ ବିଶ୍ବକପ୍‌ରେ ସେହି ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ଭାରତର ଚମ୍ପିଆନ୍‌ ହେବାର ସ୍ବପ୍ନ ଭାଙ୍ଗି ଯାଇଥିଲା । ଏପର୍ଯ୍ୟନ୍ତ ସେହି ଦୁଃଖ ଭୁଲି ପାରିନାହାଁନ୍ତି ଭାରତୀୟ କ୍ରିକେଟ୍‌ ପ୍ରଶଂସକ । ଏମ୍‌ଏସ୍‌ ଧୋନୀଙ୍କର ସେହି ରନ୍‌ ଆଉଟ୍‌, ଏବେ ବି ଆଖି ଆଗରେ ନାଚି ଯାଉଛି । ତେବେ ବିଶ୍ବକପ୍‌ ୨୦୨୩ ସେମିରେ ପୁଣି ନ୍ୟୁଜିଲାଣ୍ଡ ସହ ଲଢ଼ିବ ଭାରତ । ଭାରତ ପାଖରେ ପୂର୍ବ ପରାଜୟର ପ୍ରତିଶୋଧ ନେବାର ଯେତିକି ସୁଯୋଗ ରହିବ, ସେତିକି ଚାପ ମଧ୍ୟ ଦଳ ଉପରେ ରହିବ । ତେବେ ଲିଗ୍‌ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍‌ ଜିତି ତ୍ରୁଟିଶୂନ୍ୟ ପ୍ରଦର୍ଶନ କରିଥିବା ଦଳ ପାଖରେ ଭୁଲ କରିବା ପାଇଁ ସୁଯୋଗ ମଧ୍ୟ ନଥିବା କହିଛନ୍ତି କ୍ରୀଡ଼ା ସମୀକ୍ଷକ ସମ୍ବିତ ମହାପାତ୍ର ।

'ଯେତିକି ଆତ୍ମବିଶ୍ବାସ, ସେତିକି ଚାପ': ଚାପ ରହିବ ବରିଷ୍ଠ କ୍ରୀଡ଼ା ସମୀକ୍ଷକ କହିଛନ୍ତି, "ୱାଙ୍ଖେଡେର ପିଚ୍‌ ବ୍ୟାଟିଂକୁ ସୁହାଇଥାଏ । ତେଣୁ ଏଠାରେ ଭାରତର ପ୍ରଦର୍ଶନ ବହୁତ ଭଲ ରହି ଆସିଛି । ଲିଗ୍‌ ପର୍ଯ୍ୟାୟରେ ସମସ୍ତ ୯ ମ୍ୟାଚ୍‌ ଜିତିଥିବା ଭାରତର ସେମିଫାଇନାଲ ଖେଳିବା ପାଇଁ ମନୋବଳ ଦୃଢ ରହିଛି । ଏହି ଦୃଢ ଆତ୍ମବିଶ୍ବାସ ସହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ । ପୂର୍ବରୁ ଖେଳାଯାଇଥିବା ବିଶ୍ବକପ୍‌ ମ୍ୟାଚ୍‌ରେ ଭାରତ ୨ ଥର ସେମିଫାଇନାଲରେ ପରାସ୍ତ ହୋଇଛି । ୨୦୧୫ରେ ଅଷ୍ଟ୍ରେଲିଆଠାରୁ ଏବଂ ୨୦୧୯ରେ ନ୍ୟୁଜିଲାଣ୍ଡଠାରୁ । ତେଣୁ ଟିମ୍‌ ଇଣ୍ଡିଆ ଉପରେ ସେମିଫାଇନାଲର ଚାପ ନିଶ୍ଚୟ ରହିବ ।" ଏହା ସତ୍ତ୍ବେ ମଧ୍ୟ ଗୋଟିଏ ଲୟରେ ସମଷ୍ଟିଗତ ପ୍ରଦର୍ଶନ ଦେଲେ ଭାରତ ସେମିଫାଇନାଲରେ ବିଜୟ ଲାଭ କରି ଫାଇନାଲକୁ ଯାଇପାରିବ ବୋଲି ଅନୁମାନ କରିଛନ୍ତି ସମ୍ବିତ ମହାପାତ୍ର ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ସେମି ଓ ଫାଇନାଲ୍‌ରେ ବାଧକ ସାଜିବନି ବର୍ଷା, ICC ଘୋଷଣା କଲା ରିଜର୍ଭ ଡେ'

ଏପର୍ଯ୍ୟନ୍ତ ପ୍ରଦର୍ଶନ ତ୍ରୁଟିଶୂନ୍ୟ: ଟପ୍‌ ଅର୍ଡରରୁ ମଧ୍ୟକ୍ରମ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ବିରାଟ କୋହଲି, ଶୁଭମନ ଗିଲ୍‌, କେଏଲ୍‌ ରାହୁଲ ଓ ଶ୍ରେୟସ ଆୟର ସମସ୍ତେ ଫର୍ମରେ ଅଛନ୍ତି । ଏପରିକି ରବୀନ୍ଦ୍ର ଜାଡେଜା ମଧ୍ୟ ବ୍ୟାଟ୍‌ରେ ଭଲ ପ୍ରଦର୍ଶନ କରୁଛନ୍ତି । ବୋଲିଂ ଆଟାକ୍‌ରେ ନଜର ପକାଇଲେ ବୁମ୍‌ରାଙ୍କ ଘାତକ ବୋଲିଂ ଓ ଶାମିଙ୍କ ୱିକେଟ ଦଖଲ ଅଭିଜ୍ଞତା ଭାରତ ପାଖରେ ଅଛି । ସିରାଜ ମଧ୍ୟ ଅଧିକାଂଶ ମ୍ୟାଚ୍‌ରେ ଭାରତକୁ ଆରମ୍ଭରୁ ସଫଳତା ଦେଉଛନ୍ତି । ଏପରି ସ୍ଥିତିରେ ଟିମ୍‌ ଇଣ୍ଡିଆର ପେସ୍‌ ଆଟାକ୍‌କୁ ସାମ୍ନା କରିବା ନ୍ୟୁଜିଲାଣ୍ଡ ବ୍ୟାଟରଙ୍କ ପାଇଁ ଆହ୍ବାନ ହେବ । ବଡ଼କଥା ହେଲା ଉଭୟ ବ୍ୟାଟର ଓ ବୋଲର ସମସ୍ତ ୯ଟି ଲିଗ୍‌ ମ୍ୟାଚରେ ସେମିତି କୌଣସି ଭୁଲ କରିନାହାନ୍ତି । ତ୍ରୁଟିଶୂନ୍ୟ ଖେଳ ପ୍ରଦର୍ଶନ କରିଛନ୍ତି । ସେମିଫାଇନାଲରେ ମଧ୍ୟ ଦଳଗତ ଭାବେ ପ୍ରଦର୍ଶନ କରିବ ବୋଲି ବରିଷ୍ଠ କ୍ରୀଡ଼ା ସମୀକ୍ଷକ ସମ୍ବିତ ମହାପାତ୍ର ଆଶା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023 IND VS NZ Semi: 2500 ଟଙ୍କାର ଟିକେଟ 25 ହଜାରରେ ବିକ୍ରି, ଜଣଙ୍କୁ ବାନ୍ଧିଲା ପୋଲିସ

ରୋହିତଙ୍କ ପାଖରେ ଏକାଧିକ ସ୍ପିନ୍‌ ବିକଳ୍ପ: ୱାଙ୍ଖେଡେ ପିଚ୍‌ ପେସ ଆଟାକ୍‌କୁ ସୁହାଇବ ବୋଲି କହିଛନ୍ତି ସମ୍ବିତ । ସେ କହିଛନ୍ତି, "ଏହି ବ୍ୟାଟିଂ ପିଚ୍‌ରେ ସ୍ପିନରମାନେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଯଦି କାହାର ବୋଲିଂ କାମ ନଦିଏ, ତେବେ ଏହାର ବିକଳ୍ପ ନେଇ ମଧ୍ୟ ରୋହିତ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ପରୀକ୍ଷା ନିରୀକ୍ଷା କରିଛନ୍ତି । ବିରାଟ କୋହଲି, ଶୁଭମନ ଗିଲ ଓ ସୂର୍ଯ୍ୟକୁମାର ଯାଦବ କିଛି ଓଭର ବୋଲିଂ କରିଥିଲେ । ରୋହିତ ଶର୍ମା ନିଜେ ମଧ୍ୟ କିଛି ବଲ ବୋଲିଂ କରିଛନ୍ତି । ଏପରିକି ବିରାଟ ଓ ରୋହିତଙ୍କୁ ଗୋଟିଏ ଲେଖାଏଁ ସଫଳତା ମଧ୍ୟ ମିଳିଥିଲା । ତେଣୁ ସେମିଫାଇନାଲରେ ଯଦି କୌଣସି ବୋଲର ବିଫଳ ହୁଅନ୍ତି, ତେବେ ବିକଳ୍ପ ବ୍ୟବସ୍ଥା ଏହି ୧୧ ଜଣିଆ ଟିମ୍‌ ଭିତରେ ହିଁ ହୋଇପାରିବ ।"

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ସେମି ଲଢ଼େଇ ପାଇଁ ଅମ୍ପାୟାର ଘୋଷଣା କଲା ଆଇସିସି, ଜାଣନ୍ତୁ ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍‌ ଦାୟିତ୍ବ କାହାର

୧୯୮୩ ବିଶ୍ବକପ୍‌ରେ ଅଲରାଉଣ୍ଡରଙ୍କ ସଫଳତାରେ ବିଶ୍ବକପ୍‌ ବିଜୟୀ ହୋଇଥିଲା ଭାରତ । ଏହାପରେ ୨୦୧୧ରେ ଏମ୍‌ଏସ୍‌ ଧୋନୀ, ଗୌତମ ଗମ୍ଭୀର ଓ ଯୁବରାଜ ସିଂହଙ୍କ ଭଳି ଖେଳାଳିଙ୍କ ଯୋଗଦାନରେ ଦ୍ବିତୀୟ ଥର ବିଶ୍ବ ଚମ୍ପିଆନ୍‌ ହୋଇଥିଲା ଭାରତ । ଏହାପରେ ଏକ ବଡ଼ ବ୍ୟବଧାନ ପରେ ପୁଣି ବିଶ୍ବ ବିଜୟୀ ହେବାର ସ୍ବପ୍ନ ଦେଖୁଛି ଭାରତ । ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଦଳ ଫାଇନାଲ ପ୍ରବେଶ କରିବ ବୋଲି ଆଶା ରଖିଛନ୍ତି କ୍ରୀଡ଼ା ସମୀକ୍ଷକ । ଏବେ ସମସ୍ତଙ୍କ ନଜର ବୁଧବାର ମ୍ୟାଚ୍‌ ଉପରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.