ETV Bharat / state

Diwali 2023: ବାଣ ଦୋକାନରେ କ୍ରିକେଟ ବାଣ କ୍ରେଜ୍, ମୟୂର ବେଙ୍ଗ ବତକ ବାଣର ବେଶୀ ଡିମାଣ୍ଡ

ରାଜଧାନୀ ଭୁବନେଶ୍ବରର ବାଣ ମାର୍କେଟରେ କ୍ରିକେଟ ବାଣ କ୍ରେଜ୍ । ଏହାସହ ମୟୂର ବେଙ୍ଗ ବତକ ବାଣର ବେଶୀ ଡିମାଣ୍ଡ । ଅଧିକ ପଢନ୍ତୁ

Cricket crackers
Cricket crackers
author img

By ETV Bharat Odisha Team

Published : Nov 11, 2023, 7:07 PM IST

Updated : Nov 11, 2023, 7:53 PM IST

ବାଣ ଦୋକାନରେ କ୍ରିକେଟ ବାଣ କ୍ରେଜ୍

ଭୁବନେଶ୍ବର: ବିଶ୍ବକପ କ୍ରିକେଟକୁ ନେଇ ଚାରିଆଡେ କ୍ରେଜ୍ । ଭାରତର ଜବରଦସ୍ତ ବିଜୟକୁ ନେଇ ଉତ୍ସାହ ରହିଛି । ବିଶ୍ବକପ ମାହୋଲ ମଧ୍ୟରେ ବାଣ ଦୋକାନରେ‌ ବି କ୍ରିକେଟକୁ ନେଇ ମଧ୍ୟ କ୍ରେଜ୍ ଦେଖିବାକୁ ମିଳୁଛି । କାରଣ ବାଣ ଦୋକାନରେ ମିଳୁଛି ବ୍ୟାଟ ବଲ୍‌ । ଅର୍ଥାତ୍ ଦେଖିବାକୁ ବ୍ୟାଟ ଆଉ ବଲ୍‌ ପରି, କିନ୍ତୁ ଭିତରେ ଭଳି ରହିଛି ବାଣ । ବ୍ୟାଟରେ ଝୁରିଝୁରି ପରି ବାଣର ମଜା ଉଠାଇପାରିବେ ଲୋକେ । ଆଉ ବଲ୍‌ରେ ମଧ୍ୟ ଘଡ଼ି ବାଣ ପରି ବାଣର ଅନୁଭବ ନେଇପାରିବେ । କ୍ରିକେଟ ଲଭରଙ୍କ ସହ ବ୍ୟାଟ ବଲ୍‌କୁ ନେଇ ଛୋଟ ପିଲାଙ୍କ ମଧ୍ୟରେ କ୍ରେଜ୍ ଦୀପାବଳି ମାହୋଲକୁ ଦ୍ଵିଗୁଣିତ କରୁଛି ।

କେବଳ ଯେ ବ୍ୟାଟ ବଲ୍‌ ନୁହେଁ, ତା ସାଙ୍ଗକୁ ଛୋଟ ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ସୁପରମ୍ୟାନ ବାଣ ଓ ଆଇରନ ମ୍ୟାନ, ସ୍ପାଇଡର ମ୍ୟାନ, ହଲ୍କ, ଥର୍‌ ଭଳି ବାଣ ମିଳୁଛି । ସେହିପରି ଏଥର ଆସିଛି ବଜାରକୁ ମୟୂର ଓ ବେଙ୍ଗ ବତକ ବାଣ । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଏପରିକି ବାଣ ଗିଫ୍ଟ ଦେବା ପାଇଁ ଏଥର ମଧ୍ୟ ଗିଫ୍ଟ ବକ୍ସରେ ଆସୁଛି ସବୁ ଭେରାଇଟର ବାଣ । ଯେଉଁଥିରେ ରହିଛି ସ୍କାଏ ସଟ୍, ଚକିରି, ଝୁରୁଝୁରି ସହ ଲଙ୍କା ବାଣ ରକେଟ ବାଣ । ପ୍ରାୟ ୩୦ ଭେରାଇଟର ବାଣ ଗିଫ୍ଟ ବାକ୍ସରେ ମିଳୁଛି ।

ଏହା ବି ପଢନ୍ତୁ- Diwali 2023: SHG ମହିଳାଙ୍କ ଦୀପାବଳି ଷ୍ଟଲ, ମନ କିଣୁଛି ଗୋବର ଦୀପ

ବରମୁଣ୍ଡାରେ ଥିବା ବାଣ ଦୋକାନରେ ବିଭିନ୍ନ ଭେରାଇଟ ବାଣର ବେଶୀ ଡିମାଣ୍ଡ ରହିଛି । ନୂଆ ବାଣର ପ୍ରକାର ଓ ଚାହିଦା ସମ୍ପର୍କରେ ଦୋକାନୀମାନେ ପ୍ରତିକ୍ରିୟା ରଖିଛନ୍ତି । ଏନେଇ ଜଣେ ଦୋକାନୀ କହିଛନ୍ତି," କ୍ରିକେଟ ବିଶ୍ବକପ ଚାଲିଥିବାରୁ ଲୋକେ ବ୍ୟାଟ୍‌ ବଲ୍‌ ବାଣ ନେବାକୁ ପସନ୍ଦ କରୁଛନ୍ତି । ଛୋଟପିଲାଙ୍କ ପାଇଁ ଫୁଲଝରି ବାଣ ରହିଛି । ମୟୂର ବାଣ ରହିଛି । ଯାହାକି ମୟୂର ପୁଚ୍ଛ ପରି ଜଳିବ । ସେହିପରି ଲଲିପପ୍‌ ବାଣ ରହିଛି । ଯାହାକି ଫୁଟିବା ବେଳେ ସାଉଣ୍ଡ କରିବ । ଜମ୍ପିଂ ଫ୍ରଗ ବାଣ ରହିଛି । ଏହା ବିଶେଷ କରି ଛୋଟପିଲାଙ୍କ ପାଇଁ ରହିଛି ।"

ବାଣ ଫୁଟାଇବା ବେଳେ କେମିତି ରହିବେ ସଚେତନ : ବାଣ ଫୁଟାଇବା ବେଳେ ପାଖରେ ଅଘଟଣ ଏଡାଇବାକୁ ବାଲି, ପାଣି ବା କମ୍ବଳ ରଖନ୍ତୁ । ଗୃହପାଳିତ ପଶୁ ବା କୌଣସି ପ୍ରାଣୀଙ୍କୁ ଦୂରେଇ ଫୁଟାନ୍ତୁ । ଖୋଲା ଜାଗାରେ ଓ କଟନ କପଡା ବାନ୍ଧି ବାଣ ଫୁଟାନ୍ତୁ । ବାଣ ଫୁଟାଇବା ବେଳେ କୌଣସି ଡବା, କାଚ ବା କୌଣସି ଜିନିଷ ଭିତରେ‌ ରଖି ଫୁଟାନ୍ତୁ ନାହିଁ। ତଳେ ରଖି ବାଣ ଫୁଟାନ୍ତୁ । ଦୂରତା ବଜାୟ ରଖନ୍ତୁ । ହାତରେ ନଫୁଟାଇ ଝୁରୁଝୁରି ଜରିଆରେ ଫୁଟାନ୍ତୁ । ଅଫୁଟା ବାଣ ଆଉ ଥରେ ଫୁଟାଇବାକୁ ଚେଷ୍ଟା କରନ୍ତୁ ନାହିଁ କି ତାକୁ ସଜାଡିବାକୁ ଚେଷ୍ଟା କରନ୍ତୁ ନାହିଁ । ଏହାକୁ ପାଣିରେ ପକାଇଦିଅନ୍ତୁ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 11, 2023, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.