ETV Bharat / state

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସୁଷମାଙ୍କ ସ୍ମୃତି ସଭା - ବୈଦେଶିକ ମନ୍ତ୍ରୀ

ପଞ୍ଚଭୂତରେ ବିଲୀନ ହୋଇଛି ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ମରଶରୀର । ରାଷ୍ଟ୍ରପତି ଠାରୁ ପ୍ରଧାନମନ୍ତ୍ରୀ ଓ ବିରୋଧିଦଳର ଅନେକ ନେତା ସୁଷମାଙ୍କ ଶେଷକୃତ୍ଯରେ ସାମିଲ ଥିଲେ । ଏପଟେ ରାଜ୍ଯ କାର୍ଯ୍ୟାଳୟରେ ମଧ୍ୟ ଆୟୋଜିତ ହୋଇଯାଇଛି ସୁଷମାଙ୍କ ସ୍ମୃତି ଚାରଣ ସଭା ।

ଡ଼ିଜାଇନ ଫଟୋ
author img

By

Published : Aug 7, 2019, 10:22 PM IST

ଭୁବନେଶ୍ବର: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ
ସୁଷମା ସ୍ବରାଜଙ୍କ ବିୟୋଗରେ ସାରା ଦେଶ ସ୍ତବ୍ଦ ହୋଇପଡ଼ିଛି । ଆଜି ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ତାଙ୍କ ମରଶରୀର ରହିଥିବାବେଳେ ଦଳର କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆରମ୍ବ କରି ସମସ୍ତ ବରିଷ୍ଠ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ପରେ ଲୋଧି ରୋଡରେ ଥିବା ଶବଗୃହରେ ତାଙ୍କ ଶେଷକୃତ ସମ୍ପନ୍ନ ହୋଇଛି।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର
ସେହିପରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତାଙ୍କ ଫଟୋ ରଖି ବିରୋଧୀ ଦଳ ନେତାଙ୍କ ସମେତ ରାଜ୍ୟ ପଦାଧିକାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

। ଭାରତୀୟ ରାଜନୀତିରେ ସ୍ବର୍ଗତ ସୁଷମାଜୀଙ୍କ ଅବଦାନ ଅତୁଳନୀୟ ଥିଲା ।
ଉଭୟ କୁଟନୀତି ଓ ରାଜନୀତିରେ ସେ ପୁରା ପାରଙ୍ଗମ ଥିଲେ । ସେହିପରି ସୁଷମା ସ୍ବରାଜଜୀ ନାରୀ ଜାତିର ଏକ ମୁର୍ତ୍ତୀମନ୍ତ ପ୍ରତୀକ ଭାବେ ନିଜକୁ ପ୍ରତିପାଦନ କରୁଥିଲେ ବୋଲି ସୁଷମାଙ୍କ ସ୍ମୃତି ଚାରଣ କରି ବିଜେପି ନେତା ପ୍ରଦିପ୍ତ ନାୟକ କହିଛନ୍ତି । ସେହିପରି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ସମଗ୍ରର ନାରୀ ଜାତି ପାଇଁ
ସେ ଏକ ଉଦାହରଣ ହୋଇ ରହିବେ । ଜଣେ ନାରୀ ନେତ୍ରୀ, ଜଣେ ସାଂସଦ ଏବଂ ଜଣେ ମନ୍ତ୍ରୀ ଭାବେ ସୁଷମା ସ୍ବରାଜଜୀଙ୍କ କାର୍ଯ୍ୟଦକ୍ଷତା ଏବଂ ଦୂରଦୃଷ୍ଟି ସମଗ୍ର
ଭାରତବାସୀଙ୍କୁ ଆକର୍ଷିତ କରୁଥିଲା ବୋଲି ବରିଷ୍ଠ ବିଜେପି ନେତା ଡା. ଦାମୋଦର ରାଉତ କହିଛନ୍ତି ।

ସମସ୍ତ ଭାଷାରେ ସୁଷମାଜୀଙ୍କ ଦକ୍ଷତା ଥିଲା । ତାଙ୍କର ଶାଣିତ ଭାଷଣରେ ବିମୋହିତ ହୋଇ ଲକ୍ଷ ଲକ୍ଷ ଜନତା ତାଙ୍କ ସଭା
ସ୍ଥଳରେ ପହଂଚୁଥିଲେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି । ସେହିପରି ଗୁରୁବାର ସୁଷମାଜୀଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି
ସଭା ଆୟୋଜନ କରାଯିବ ବୋଲି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପୂର୍ବତନ ବୈଦେଶିକ ମନ୍ତ୍ରୀ, ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ତଥା ବିଜେପିର ବରିଷ୍ଠ ନେତ୍ରୀ
ସୁଷମା ସ୍ୱରାଜଙ୍କ ବିୟୋଗ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଛି । ତାଙ୍କ ପରଲୋକରେ ଭାରତୀୟ ରାଜନୀତି ଜଣେ ଆଦର୍ଶବାଦୀ ରାଜନେତ୍ରୀଙ୍କୁ ହରାଇଛି । ସାଧାରଣ ଜନତାଙ୍କ ନେତ୍ରୀ ଭାବେ ସେ ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସମାଧାନର ରାସ୍ତା
ବାହାର କରିବାରେ ପାରଙ୍ଗମ ଥିଲେ । ସେ ଜଣେ ଅଜାତ ଶତ୍ରୁ ଭାବେ ବିବେଚିତ ହେଉଥିଲେ । ସଂସଦ ଭବନରେ ତାଙ୍କ କାର୍ଯ୍ୟକୁ ବିରୋଧୀମାନେ ମଧ୍ୟ ପ୍ରଶଂସା କରନ୍ତି । ତାଙ୍କ ବିୟୋଗ ଦେଶର ରାଜନୀତି ପାଇଁ ଏକ ଅପୂରଣୀ କ୍ଷତି ।
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସ୍ୱର୍ଗତାଃ ସ୍ୱରାଜଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଆତ୍ମାର ସଦଗତି କାମନା କରାଯାଇଛି । ବିରୋଧୀ ଦଳ ନେତାଙ୍କ ସମେତ ରାଜ୍ୟ ପଦାଧିକାରୀମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ୱର୍ଗତାଃ ସୁଷମାଜୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ
ଅର୍ପଣ କରିବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ । ଭାରତୀୟ ରାଜନୀତିରେ ସ୍ୱର୍ଗତାଃ ସୁଷମାଜୀଙ୍କ ଅବଦାନ ଅତୁଳନୀୟ ଥିଲା ।
ଉଭୟ କୁଟନୀତି ଓ ରାଜନୀତୀରେ ସେ ପୂରା ପାରଙ୍ଗମ ଥିଲେ ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ କହିଛନ୍ତି ।
ସୁଷମା ସ୍ୱରାଜଜୀ ନାରୀ ଜାତିର ଏକ ମୁର୍ତୀମନ୍ତ ପ୍ରତୀକ ଭାବେ ନିଜକୁ ପ୍ରତିପାଦନ କରୁଥିଲେ । ସମଗ୍ରର ନାରୀ ଜାତି ପାଇଁ
ସେ ଏକ ଉଦାହରଣ ହୋଇ ରହିବେ ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ।
Body:ଜଣେ ନାରୀ ନେତ୍ରୀ, ଜଣେ ସାଂସଦ ଏବଂ ଜଣେ ମନ୍ତ୍ରୀ ଭାବେ ସୁଷମା ସ୍ୱରାଜଜୀଙ୍କ କାର୍ଯ୍ୟଦକ୍ଷତା ଏବଂ ଦୂରଦୃଷ୍ଟି ସମଗ୍ର
ଭାରତବାସୀଙ୍କୁ ଆକର୍ଷିତ କରୁଥିଲା ବୋଲି ବରିଷ୍ଠ ବିଜେପି ନେତା ଡା. ଦାମୋଦର ରାଉତ କହିଛନ୍ତି ।
ସମସ୍ତ ଭାଷାରେ ସୁଷମାଜୀଙ୍କ ଦକ୍ଷତା ଥିଲା । ତାଙ୍କର ଶାଣିତ ଭାଷଣରେ ବିମୋହିତ ହୋଇ ଲକ୍ଷ ଲକ୍ଷ ଜନତା ତାଙ୍କ ସଭା
ସ୍ଥଳରେ ପହଂଚୁଥିଲେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି । ଆସନ୍ତାକାଲି ସୁଷମାଜୀଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି
ସଭା ଆୟୋଜିତ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
ବାଇଟ ପ୍ରଦୀପ୍ତ ନାଏକ, ବିରୋଧୀ ଦଳ ନେତାConclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.