ETV Bharat / state

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ - power tariff hike

ବାରମ୍ବାର ବିଦ୍ୟୁତ କାଟକୁ ବିରୋଧ ସହ ବିଦ୍ୟୁତ ଶୁଳ୍କ ବୃଦ୍ଧି ନିଷ୍ପତ୍ତିକୁ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାରଙ୍କୁ ଭାରତୀୟ କମ୍ୟୁନିଷ୍ଟ ଦଳର ଆକ୍ରମଣ । ଏ ନେଇ ରାଜସୁନାଖଳା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ଅଧିକ ପଢନ୍ତୁ..

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ  ସିପିଆଇର ବିକ୍ଷୋଭ

author img

By

Published : Oct 3, 2020, 7:20 PM IST

ଖୋର୍ଦ୍ଧା: ବିଦ୍ୟୁତ ଦର ବୃଦ୍ଧି ବିରୋଧରେ ତେଜିଛି ପ୍ରତିବାଦ । ଶନିବାର ଏ ନେଇ ଭାରତୀୟ କମ୍ୟୁନିଷ୍ଟ ଦଳ ପକ୍ଷରୁ ରାଜସୁନାଖଳା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ

ସମଗ୍ର ବିଶ୍ବରେ କୋରୋନା ମହାମାରୀର ଆତଙ୍କ ଦେଖା ଦେଇଥିବା ବେଳେ ରାଜ୍ୟ ସରକାର ବିଦ୍ୟୁତ ଦର ବୃଦ୍ଧିକୁ ବିରୋଧ କରାଯାଉଛି । ଅକ୍ଟୋବରରୁ ଲାଗୁ ବର୍ଦ୍ଧିତ ବିଦ୍ୟୁତ ଦରକୁ ବିରୋଧ କରି ବିଭିନ୍ନ ଦଳ ପକ୍ଷରୁ ବିକ୍ଷୋଭ କରାଯାଇଛି ।

ତେବେ ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ଥିବାବେଳେ, ୟୁନିଟ୍ ପିଛା ୨୦ ପଇସା ଦର ବୃଦ୍ଧି ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରି ଖଟିଖିଆ , ମଧ୍ୟମଧ୍ୟବିତ୍ତ ଓ ଆଦିବାସୀ ହରିଜନ ଜନସାଧାରଣଙ୍କୁ ସୁଲଭ ଦରରେ ବିଦ୍ୟୁତ ଯୋଗାଣ ସହ ବାରମ୍ବାର ବିଦ୍ୟୁତ କାଟକୁ ବନ୍ଦ କରିବା ପାଇଁ ଦଳ ଦାବି କରିଛି । ଯଦି ଦାବି ପୂରଣ ହେବନି , ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ଦଳ । ଏହି କାର୍ଯ୍ୟକ୍ରମରେ ସୁମନ୍ତ ଛୋଟରାୟ ବସନ୍ତ କୁମାର ମାର୍ଥୀ, ଧନେଶ୍ଵର ମାର୍ଥୀ ବୁନ୍ଦାବନ ନାୟକ ଭୁବନେଶ୍ବର ମହାନ୍ତି ସହ ବହୁ କର୍ମୀ ବିକ୍ଷୋଭରେ ସାମିଲ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.