ଖୋର୍ଦ୍ଧା: ଓଡ଼ିଆ କୃଷିଭିତ୍ତିକ ସଂସ୍କୃତି ଓ ପରମ୍ପରାର ବଡ଼ ପର୍ବ ‘ରଜ’ । କୋରୋନା ମହାମାରୀ ଓ ଲକଡାଉନ କଟକଣା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଫିକା ପଡିବ ଏହି ପର୍ବ । ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ କୌଣସି ସର୍ବସାଧାରଣ ସ୍ଥାନରେ ରଜ ଉପଲକ୍ଷେ ସାମୂହିକ ଭୋଜି, ଉତ୍ସବ, ପ୍ରତିଯୋଗିତା ଆଦି ଆୟୋଜନ ଉପରେ କଟକଣା ଲାଗୁ କରାଯାଇଛି ।
ସେହିଭଳି ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ବାହାରେ ରଜ ଉତ୍ସବ ପାଳନ ନକରି ଘରେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ