ETV Bharat / state

ସ୍ୱାସ୍ଥ୍ୟ କାର୍ଡ ନବୀକରଣ ପାଇଁ ରାତି ଅନିଦ୍ରା: ଲମ୍ବା ଧାଡିରେ ହିତାଧିକାରୀ, କୋରୋନା କଟକଣାକୁ ଫୁ - ଖୋର୍ଦ୍ଧା ଖବର

ଖୋର୍ଦ୍ଧାର ପୌର କାର୍ଯ୍ୟାଳୟରେ ବିଜୁ ସ୍ବାସ୍ଥ୍ୟ କାର୍ଡର ନବୀକରଣ ପାଇଁ ଲମ୍ବାଧାଡି । କୋରୋନା କଟକଣାକୁ ମାନିଲେନି ହିତାଧିକାରୀ । ଅଧିକ ପଢନ୍ତୁ

ସ୍ୱାସ୍ଥ୍ୟ କାର୍ଡ ନବୀକରଣ ପାଇଁ ରାତି ଅନିଦ୍ରା : ଲମ୍ବା ଧାଡିରେ ଲୋକ,କରୋନା କଟକଣା କୁ ଫୁ

author img

By

Published : Dec 27, 2021, 8:45 PM IST

ଖୋର୍ଦ୍ଧା : ଲାଗୁଛି ସତେ ଯେପରି ଏଠି ନାହିଁ କୋରୋନାର ଭୟ । ଲାଗିଛି ଲମ୍ବା ଧାଡି । ଧାଡିରେ ଯୁବକଙ୍କ ଠୁ ଆରମ୍ଭ କରି ବୟସ୍କ ବୃଦ୍ଧବୃଦ୍ଧା ବି ରହିଛନ୍ତି । ଗୋଟିଏ ଉଦ୍ଦେଶ୍ୟ ସରକାର ଯୋଗାଇଥିବା ବିଜୁ ସ୍ବାସ୍ଥ୍ୟ କାର୍ଡର ନବୀକରଣ । ସେଥିପାଇଁ ଲାଗିଛି ଲମ୍ବା ଧାଡି ଖୋର୍ଦ୍ଧା ପୌର କାର୍ଯ୍ୟାଳୟରେ । ଯେଉଁଠି କୋରୋନାର ସଚେତନତା ଵାର୍ତ୍ତା ବଣ୍ଟା ଯିବା କଥା ସେହି ପୌର କାର୍ଯ୍ୟାଳୟରେ ଏବେ ଲମ୍ବା ଧାଡି ଲାଗିଛି । ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନଥିବାବେଳେ ସାମାଜିକ ଦୂରତା କଥା ଭୁଲି ଯାଇଛନ୍ତି ସଭିଏଁ ।

ସ୍ୱାସ୍ଥ୍ୟ କାର୍ଡ ନବୀକରଣ ପାଇଁ ରାତି ଅନିଦ୍ରା : ଲମ୍ବା ଧାଡିରେ ଲୋକ,କରୋନା କଟକଣା କୁ ଫୁ

ସରକାର ପ୍ରତ୍ୟେକ ରାସନକାର୍ଡଧାରୀଙ୍କୁ ଯୋଗାଇଛନ୍ତି ବିଜୁ ସ୍ଵାସ୍ଥ୍ୟ କାର୍ଡ । ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କାର୍ଡର ଶୁଭାରମ୍ଭ ପରେ ନେତା ମନ୍ତ୍ରୀମାନେ ନିଜ ଅଞ୍ଚଳରେ କାର୍ଡ ବାଣ୍ଟୁଛନ୍ତି । ହେଲେ କାର୍ଡର ନବୀକରଣ ପାଇଁ ଏବେ ଲାଗିଛି ପୌର କାର୍ଯ୍ୟାଳୟରେ ଧାଡି। ଖୋର୍ଦ୍ଧା ପୌରପାଳିକାରେ 22 ଗୋଟି ୱାର୍ଡରେ ରହିଛି । ପାଖାପାଖି 7 ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ନାଁ ବିଜୁ ସ୍ବାସ୍ଥ୍ୟ କାର୍ଡରେ । ନିର୍ଦ୍ଦିଷ୍ଟ ଭାବରେ କୌଣସି ୱାର୍ଡ ଅନୁସାରେ ନବୀକରଣ କରାଯାଉନଥିବାରୁ ଏବେ ପୌର କାର୍ଯ୍ୟାଳୟରେ ଲମ୍ବା ଧାଡି ଲାଗୁଛି । ଫଳରେ କୋଭିଡ କଟକଣାକୁ ଉଲଘଂନ କରିଛନ୍ତି ହିତାଧିକାରୀ । ଘଟଣା ସମ୍ପର୍କରେ ଖୋର୍ଦ୍ଧା ଉପଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.