ETV Bharat / state

ଖୋର୍ଦ୍ଧାରେ ବଢୁଛି ସଂକ୍ରମଣ, ମୁକାବିଲା ପାଇଁ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ - କୋରୋନା ଗ୍ରାଫ

ଜିଲ୍ଲାରେ କୋରୋନା ଗ୍ରାଫ ବଢିଚାଲିଛି । ପ୍ରତିଦିନ ଜିଲ୍ଲାରୁ ସହ ସହ ସଂଖ୍ୟାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଖୋର୍ଦ୍ଧାରେ ବଢୁଛି କୋରୋନା ସଂକ୍ରମଣ, ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

author img

By

Published : Sep 7, 2020, 1:27 PM IST

ଖୋର୍ଦ୍ଧା: ଜିଲ୍ଲାରେ କୋରୋନା ଗ୍ରାଫ ବଢିଚାଲିଛି । ପ୍ରତିଦିନ ଜିଲ୍ଲାରୁ ସହ ସହ ସଂଖ୍ୟାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କୋରୋନା ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ଏବେ ରେଡ୍ ଜୋନ ପାଲଟିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅଧିକାରୀ ଭାବେ ବିଶାଳ ସିଂଙ୍କୁ ଦାୟିତ୍ୱ ଦେଇଛନ୍ତି ।

ଖୋର୍ଦ୍ଧାରେ ବଢୁଛି କୋରୋନା ସଂକ୍ରମଣ, ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ଏହି କ୍ରମରେ ଜିଲ୍ଲାରେ କୋରୋନା ଚେନ୍ ଭାଙ୍ଗିବା ପାଇଁ ଆଜି(ସୋମବାର) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଖୋର୍ଦ୍ଧା, ଜଟଣୀ, ବେଗୁନିଆ, ବୋଲଗଡ ବ୍ଲକ ଓ ପୌରାଞ୍ଚଳ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି । କିଭଳି ତୃଣମୂଳ ସ୍ତରରୁ କୋରୋନାକୁ ପ୍ରତିହତ କରାଯିବ ସେନେଇ ଆଲୋଚନା ହୋଇଥିବା ଜଣାପଡିଛି ।

ସେହିପରି ସୋମବାର ଜିଲ୍ଲାରେ ମୋଟ 767 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗ୍ରାମାଞ୍ଚଳରୁ 203ଜଣ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.