ETV Bharat / state

ରାଜ୍ୟରେ ପୁଣି ବଢୁଛି କୋଭିଡ ସଂକ୍ରମଣ, ଥଣ୍ଡା ଜ୍ବର କାଶ ଥିଲେ ତୁରନ୍ତ କରାନ୍ତୁ ଟେଷ୍ଟ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Mar 20, 2023, 4:06 PM IST

ରାଜ୍ୟରେ ବଢୁଛି କୋଭିଡ ସଂକ୍ରମଣ । ଥଣ୍ଡା ଜ୍ବର କାଶ ଥିଲେ ଟେଷ୍ଟ କରାନ୍ତୁ । କୋରୋନାରୁ ନେଇ ସତର୍କ କରାଇଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢ଼ନ୍ତୁ

ରାଜ୍ୟରେ ବଢୁଛି  କୋଭିଡ ସଂକ୍ରମଣ
ରାଜ୍ୟରେ ବଢୁଛି କୋଭିଡ ସଂକ୍ରମଣ

ରାଜ୍ୟରେ ବଢୁଛି କୋଭିଡ ସଂକ୍ରମଣ

ଭୁବନେଶ୍ବର: କେବେ ମିଳିବ କୋରନାରୁ ମୁକ୍ତି । ପୁଣି ଡରାଇବାରେ ଲାଗିଛି କୋରନାର ନୂଆ ଭାରିଆଣ୍ଟ । ଏହାରି ମଧ୍ୟରେ କରୋନା ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ ପୁନଃ ସଂକ୍ରମଣ ବଢୁଥିବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ରାଜ୍ୟରେ ରବିବାରରେ ମୋଟ 10 ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୨ରୁ ୧୫ ତଳେ ରହୁଛି । ବର୍ତ୍ତମାନ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 53ରେ ରହିଥିବା ବେଳେ ରାଜ୍ୟରେ ଜଣେ କୋଭିଡ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ନିରଞ୍ଜନ ମିଶ୍ର କହିଛନ୍ତି, "ଗତ କିଛି ଦିନ ହେବ ଦେଶର ବିଭିନ୍ନ ରାଜ୍ୟରେ କୋଭିଡ ସଂଖ୍ୟା ବୃଦ୍ଧି ଘଟୁଛି । କେରଳ, ମହାରାଷ୍ଟ୍ର, ତାମିଲନାଡୁ, ରାଜସ୍ଥାନରେ ମଧ୍ୟ ପଜିଟିଭ ମାମଲା ସାମ୍ନାକୁ ଆସିଛି । ସାରା ଦେଶରେ 6 ହଜାର 300 ପରେ ଆକ୍ଟିଭ କେସ ରହିଛି । ବର୍ତ୍ତମାନ ସମୟରେ ଆତଙ୍କିତ ହେଲା ଭଲି ସ୍ଥିତି ଉପୁଜି ନାହିଁ । କିନ୍ତୁ ସକ୍ରମଣକୁ ଦୃଷ୍ଟିରେ ରଖି ସାବଧାନ ରହିନ୍ତୁ । ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଥଣ୍ଡା ଜ୍ବର କାଶ ଥିଲେ ତୁରନ୍ତ ଟେଷ୍ଟ କରନ୍ତୁ । ଏନେଇ ସମସ୍ତ ଜିଲ୍ଲାକୁ ଚିଠି ମାଧ୍ୟମରେ ସଜାଗ କରାଯାଇଛି । ଥଣ୍ଡା, କାଶ, ଜ୍ଵର ରୋଗୀମାନଙ୍କର କୋଭିଡ ପରୀକ୍ଷା କରିବାକୁ ମଧ୍ୟ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।"

ସୂଚନା ଅନୁଯାୟୀ, ରାଜ୍ୟରେ କୋଭିଡ ମାମଲା କିଛି ମାତ୍ରାରେ ବଢ଼ିବାରେ ଲାଗିଲାଣି । ଅନେକଙ୍କ ମଧ୍ୟରେ ଥଣ୍ଡା କାଶ ପରି ଲକ୍ଷଣ ଦେଖିବାକୁ ମିଳୁଛି । ପାଣିପାଗ ପରିବର୍ତ୍ତନ ହେଉଥିବାରୁ ପୁଣିଥରେ ଏଭଳି ଲକ୍ଷଣ ଆସିବା ସହ କୋଭିଡ୍ ରୋଗୀ ଚିହ୍ନଟ ହେଉଛନ୍ତି । ଏନେଇ ମଧ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଏବେ ସଂକ୍ରମଣ କିଛି ମାତ୍ରାରେ ବୃଦ୍ଧି ଘଟୁଛି । ତଥାପି ସଂକ୍ରମଣ ସଂଖ୍ୟା 12 ତଳେ ରହୁଛି । ଗତକାଲି ରାଜ୍ୟରେ 10 ଜଣ ଚିହ୍ନଟ ହୋଇଥିବା ବେଳେ ଏହା କୌଣସି ଚିନ୍ତା ଜନକ ନୁହେଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । କୋଭିଡ ଏବେବି ରହିଛି । ରାଜ୍ୟରେ ଲକ୍ଷଣ ଯୁକ୍ତ ରୋଗୀଙ୍କ ସଂଖ୍ୟା ବହୁତ କମ୍ ରହିଛି । ରାଜ୍ୟ ସରକାରଙ୍କ କୋଭିଡ ପୋର୍ଟାଲ ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ 13 ଲକ୍ଷ 36 ହଜାର 304 ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ 9 ହଜାର 204 ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ସମସ୍ତେ ପ୍ରାୟ ସୁସ୍ଥ ହୋଇ ସାରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.