ଖୋର୍ଦ୍ଧା: ଜଟଣୀରେ ଦେୱାନୀ ଜଜ (କନିଷ୍ଠ ବିଭାଗ) ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ଜେଏମଏଫସି) ଅଦାଲତ ଉଦଘାଟନ ହୋଇଛି । ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି କେ ଏସ ଜାଭେରୀ ଏହାକୁ ଉଦଘାଟନ କରିଛନ୍ତି ।
ଏହି ଉତ୍ସବରେ ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଜଟଣୀରେ ବହୁ ପ୍ରତୀକ୍ଷିତ ବିଚାର ବିଭାଗୀୟ ଅଦାଲତ ଉଦଘାଟିତ ହୋଇଛି । ଏହା ଦ୍ବାରା ଜନସାଧାରଣ ଶୀଘ୍ର ନ୍ୟାୟ ପାଇବେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ