ଭୁବନେଶ୍ବର: ରାଜଧାନୀର ଭରତପୁରରୁ ଶସ୍ତା ନିଶା କଫ୍ସିରପ୍ ଜବତ ଘଟଣା । ଫାର୍ମା ମାଲିକଙ୍କ ଖୋଲୁଛି କ୍ରାଇମ୍ ସିଣ୍ଡିକେଟ୍ । ସାରା ରାଜ୍ୟକୁ ସପ୍ଲାଇ ହେଉଥିଲା କଫ୍ସିରପ୍ । ଅପମିଶ୍ରିତ ଜାଣି ବି ବିକୁଥିଲେ ଔଷଧ ଦୋକାନୀ । ଏହି ଘଟଣାରେ ଫାର୍ମା ମାଲିକଙ୍କ କ୍ରାଇମ୍ ସିଣ୍ଡିକେଟର ତଦନ୍ତ ଚଳାଇଛି ପୋଲିସ୍ । ରାଜଧାନୀର ଛାତି ଉପରେ ମଞ୍ଚେଶ୍ବର ଭଳି ସ୍ଥାନରେ କିପରି ପ୍ରସ୍ତୁତ ହେଉଥିଲା ଜୀବନ ଘାତକ କାରୀ କଫ୍ସିରପ୍ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଭଳି ଡ୍ରଗ୍ସ୍ କଣ୍ଟ୍ରୋଲ ବୋର୍ଡ ଟିମ୍ ଜାଣିପାରିଲେ ନାହିଁ ସେନେଇ ଖବର ପ୍ରସାରଣ ହେବା ପରେ ତଦନ୍ତ ପାଇଁ ଆଗେଇ ଆସିଛନ୍ତି ଡ୍ରଗ୍ସ୍ କଣ୍ଟ୍ରୋଲ ଟିମ୍ । କଫ୍ସିରପ ନମୁନା ସଂଗ୍ରହ କରିବା ସହା ଫାର୍ମା କମ୍ପାନୀ ସମ୍ପର୍କରେ ଯାଞ୍ଚ ଆରମ୍ଭ ହୋଇଛି ।
କିଭଳି ଫାର୍ମା ଲାଇସେନ୍ସ ନେଇ ଏପରି ଜୀବନ ଘାତକକାରୀ କଫ୍ସିରପ୍ ତିଆରି କରୁଥିଲେ । ଏଥିପାଇଁ ଆବଶ୍ୟକୀୟ କଞ୍ଚାମାଲ ଅର୍ଥାତ୍ ଆବଶ୍ୟକୀୟ କେମିକାଲ ବା ଫାର୍ମା ପ୍ରଡକ୍ଟ କେଉଁଠୁ ଆସୁଥିଲା ସେନେଇ ଯାଞ୍ଚ କରାଯାଇଛି। ଏପରିକି ଏହା ପଛରେ ରାଜ୍ୟ ବାହାରର ଲିଙ୍କ ପାଇଥିବା ଡ୍ରଗସ କଣ୍ଟ୍ରୋଲ ବୋର୍ଡ ସୁରାକ ପାଇଛି । ଅହମ୍ମଦାବାଦ ପରେ ହିମାଚଳପ୍ରଦେଶ ଓ କୋଲକତା ସହ କନେକ୍ସନ ରହିଥିବା ନେଇ ସୂଚନା ମିଳିଥିବା କଥା କହିଛନ୍ତି ଅଧିକାରୀ । ଏହାସହ ଫାର୍ମା ଲାଇସେନ୍ସ ନେଇଥିବା ପ୍ରବୀଣ ଦାସଙ୍କ ସମ୍ପର୍କରେ ମଧ୍ୟ ଖୋଳତାଡ଼ ହୋଇଛି । ଏପରିକି ପ୍ରବୀଣ ଜିଏସଟି ଫାଙ୍କିବା ମଧ୍ୟ ପୋଲିସ ସୁରାକ ପାଇଛି ।
ଗୋଟିଏ ପଟେ ରାଜ୍ୟରେ ବ୍ରାଉନସୁଗାର, ବେଆଇନ ମଦ ବିକ୍ରି ଓ ଗଞ୍ଜେଇ ଭଳି କାରବାର ଉପରେ ପୋଲିସ ଓ ଅବକାରୀ କଠୋର କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଏହାକୁ କିନ୍ତୁ ନିଶା ପାଇଁ ଏକ ବଡ଼ ଅସ୍ତ୍ର କରି ରାଜ୍ୟବାପୀ କାରବାର ଚଳାଇଥିଲେ ଫାର୍ମା ବ୍ୟବସାୟୀ । ଏହା ଉପରେ ନଜର ରଖିବାକୁ ଦାୟିତ୍ବରେ ଥିବା ଡ୍ରଗ୍ସ୍ କଣ୍ଟ୍ରୋଲ ବୋର୍ଡ ସୁରାକ ମଧ୍ୟ ପାଇନଥିଲା । ଜାଣିଶୁଣି ଅଣଦେଖା କରିଥିଲା, ବିଭାଗ ପାଖରେ ଖବର ନଥିଲା ନା ଏହା ପଛରେ କୌଣସି ବିଭାଗୀୟ ଅଧିକାରୀଙ୍କ ଲିଙ୍କ୍ ରହିଛି, ଏଭଳି ଅନେକ ଚର୍ଚ୍ଚା ହେଉଥିବା ବେଳେ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି । ଭୁବନେଶ୍ୱରରେ ଦାୟିତ୍ବରେ ଥିବା ଡ୍ରଗ୍ସ୍ କଣ୍ଟ୍ରୋଲ ବୋର୍ଡ ଅଫିସରଙ୍କ କାର୍ଯ୍ଯ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ପୂର୍ବରୁ ନକଲି ଔଷଧ ଜବତ ହେବା ଘଟଣା ପରେ ଏବେ ବେଆଇନ କଫସିରଫ ଜବତ ଘଟଣା ଏବେ ବିଭାଗର ଡ୍ରଗସ କଣ୍ଟ୍ରୋଲ ବୋର୍ଡର ବେପରୁଆ ନେଇ ଚର୍ଚ୍ଚା ହେଉଛି । ଏନେଇ ଜବାବ ରଖିଛନ୍ତି ଡ୍ରଗସ କଣ୍ଟ୍ରୋଲ ବୋର୍ଡ ଅଧିକାରି । ଫରେନସିକ ଯାଞ୍ଚ ରିପୋର୍ଟ ଆସିବା ପରେ ଆଗକୁ ଯିବ ତଦନ୍ତ ବୋଲି ସୂଚନା ଦେଇଛନ୍ତି । ପ୍ରକାଶଥାଉକି ଗତ ମେ ୧ରେ ଭରତପୁର ଥାନା ଅଞ୍ଚଳରୁ ଏକ ଅଟୋରେ ଚାଲାଣ ବେଳେ ବିପୁଳ ପରିମାଣର କଫ୍ସିରର ଜବତ ହେବା ସହ ଦୁଇ ଜଣକୁ ଗିରଫ କରିଥିଲା ପୋଲିସ ।
ଇଟିଭି ଭାରତ, ଭୁବନେଶ୍ବର