ETV Bharat / state

ଗାଦିମଡା ଅଫିସରଙ୍କ ପାଇଁ ବଢୁଛି ଦୁର୍ନୀତି ! ବଦନାମ ବୋଝରେ କମିଶନରେଟ ପୋଲିସ - କମିଶନରେଟ ପୋଲିସ

ବଦଳି ନହେବାରୁ ପୋଲିସ ବିଭାଗରେ ବଢୁଛି ଦୁର୍ନୀତି । ଏକଥା ଆମେ କହୁନୁ ସାଧାରଣରେ ଚାଲିଛି ଏଭଳି ଚର୍ଚ୍ଚା । ଅଧିକ ପଢନ୍ତୁ

Corruption increasing police department
Corruption increasing police department
author img

By

Published : Apr 9, 2023, 12:06 PM IST

Corruption increasing police department

ଭୁବନେଶ୍ବର: ଲାଞ୍ଚ ନେଇ ନିକଟରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ଖଣ୍ଡଗିରି ଥାନାର ଏସଆଇ । ଏହାପରେ ପୋଲିସ ବିଭାଗ ଉପରେ ଚଡକ ପଡିଛି । ବଦନାମର ବୋଝ ମୁଣ୍ଡାଇ ବୁଲୁଛନ୍ତି ବରିଷ୍ଠ ଅଫିସର । ଏସବୁ ଭିତରେ ଦାୟିତ୍ବରେ ଥିବା ବରିଷ୍ଠ ଅଧିକାରୀଙ୍କ ମୁଣ୍ଡ ଚକ୍କର କାଟୁଛି । କାରଣ ବିଭାଗର କିଛି ବରିଷ୍ଠ ଅଧିକାରୀଙ୍କ ଲବି ପାଇଁ ଏଠି ପୁରା ଡିପାର୍ଟମେଣ୍ଟ ହେଉଛି ବଦନାମ । ଏକଥା ଆମେ କହୁନୁ ସାଧାରଣରେ ଏଭଳି ଚର୍ଚ୍ଚା ଜୋର ଧରିଛି ।

ଭୁବନେଶ୍ୱର ଓ କଟକରେ ଆଡ୍ଡା ଜମାଇ ବସିଛନ୍ତି କିଛି ନିର୍ଦ୍ଦିଷ୍ଟ ଦୁର୍ନୀତି ଖୋର ଅଫିସର । ନା ସେମାନଙ୍କ ଜିଲ୍ଲା ବାହରକୁ ବଦଳି ହେଉଛି ନା ସେମାନେ ଏଠି ରହି ବିଭାଗ ପାଇଁ ସୁନାମ ଆଣିଲା ଭଳି କାମ କରୁଛନ୍ତି । ଦୀର୍ଘଦିନ ଧରି ପ୍ରମୋସନ ପୋଷ୍ଟିଂ ପାଇଁ ତଳ ପୋଷ୍ଟରୁ ଉପର ପୋଷ୍ଟ ପର୍ଯ୍ୟନ୍ତ ଏଠାରେ ଗାଦି ମାଡ଼ି ବସି ରହିଛନ୍ତି । ଯଦି ବି ବଦଳି ବାହାରିଲା କିଛି ବରିଷ୍ଠ ଅଧିକାରୀ ବା ନେତାଙ୍କ ଲବିରେ ପୁନଶ୍ଚ ଭାବେ ଭୁବନେଶ୍ୱରରେ ଗାଦିମଡା ଅଫିସର ଭାବେ ପୁନଃ ଥଇଥାନ ହେଉଛନ୍ତି । ଫଳରେ ପ୍ରତି ତିନି ବର୍ଷରେ ଥରେ ବଦଳିର ନିୟମ ଥିଲେ ବି ଏମାନେ ବିଭାଗର ବଡବଡ ଅଫିସରଙ୍କ ପ୍ରରୋଚନାରେ ବା ସେମାନଙ୍କୁ ପ୍ରଭାବିତ କରି ଟ୍ବିନି ସିଟିରେ ଏବେ ଅବସ୍ଥାପିତ ହୋଇରହିଛନ୍ତି ।

ଏହି ଅଫିସର ସେମାନଙ୍କ ପତିଆରା ବଜାୟ ରଖି ଥାନାଠୁ ଆରମ୍ଭ କରି ମୁଖ୍ୟାଳୟ ପର୍ଯ୍ୟନ୍ତ ସବୁଠି ରହିଛନ୍ତି । ଏହି ଅଫିସର ମାନେ ସେମାନଙ୍କର ଏକ ଚେନ ବା ନେଟୱର୍କ ତିଆରି କରୁଛନ୍ତି । କିଏ ଥାନାରେ ଏଏସଆଇ ତ ଆଉ କିଏ ଏସଆଇ ପୁଣି କିଏ ଆଇଆଇସି ଇନସ୍ପେକ୍ଟର ଭାବେ ଦାୟିତ୍ବରେ ରହୁଛନ୍ତି । ଏପରିକି ବଦଳି ନିୟମ ଆସିଥିଲେ ବି କେହି କେହି ଏହାକୁ ଖାତିର‌ ନକରି ପୂର୍ବପରି ଥାନାରେ ରହୁଛନ୍ତି । ଫଳରେ ଥାନାକୁ ଆସୁଥିବା ଜମି ଦଲାଲ, ପେସାଦାର ଠକ, ବିଲ୍ଡର ,ହୋଟେଲ ମାଲିକ, ବଡବଡ ବ୍ୟବସାୟୀ, ଜବରଦଖଲକାରୀ ଓ କଣ୍ଟ୍ରାକ୍ଟରଙ୍କ ସହ ଅଫିସରଙ୍କ ବଢୁଛି ଭାବ । ଯାହା ଫଳରେ ବିଭାଗରେ ବଢୁଛି ଦୁର୍ନୀତି ।

ତେବେ ଲାଞ୍ଚ ସିଧାସଳଖ ପୋଲିସ ନ ନେଇ ଏବେ କିଛି ଦଲାଲ ଓ ଦୋକାନୀଙ୍କ ୟୁପିଆଇ ବା କ୍ଯୁଆର କୋଡରେ ନେଉଛନ୍ତି । ଥାନା ପାଖରେ ଥିବା ଦୋକାନ ଜରିଆରେ ନଚେତ ଗହଣା ଦୋକାନ ବା କୌଣସି ଲୁଗା ଦୋକାନୀ ଆଦି ଜରିଆରେ ଲାଞ୍ଚ କାରବାର ହେଉଛି । ଟଙ୍କା ବା ଜିନିଷ ରଖିଲେ ଭିଜିଲାନ୍ସ ଧରୁଥିବାରୁ ଏହି ନୂଆ ପନ୍ଥା ଆପଣାଇଛନ୍ତି କିଛି ଦୁର୍ନୀତି ଖୋର ପୋଲିସ ଅଧିକାରୀ ।

ଫଳରେ ଏମାନେ ଭିଜିଲାନ୍ସ ଭଳି ବିଭାଗର ନଜରକୁ ଆସୁନାହାନ୍ତି କି ସେମାନଙ୍କ ବିରୋଧରେ କେହି ଅଭିଯୋଗ କରିବାକୁ ସାହାସ ପାଉନାହାନ୍ତି। କାରଣ ଜାଗା ଅକ୍ତିଆର କଲା ଭଳି ରାଜଧାନୀ ଭୁବନେଶ୍ବର ବା କଟକର ଗୋଟିଏ ଥାନାରୁ ଅନ୍ୟ ଥାନାରେ ବିଭିନ୍ନ ପଦବି ଏଏସଆଇ ଠୁ ଆରମ୍ଭ କରି ଅତିରିକ୍ତ ଡିସିପି ପଦବୀରେ ରହୁଛନ୍ତି । ଫଳରେ ଦୁର୍ନୀତି ବଢୁଛି ବିଭାଗ ବଦନାମ ହେଉଛି । ଖଣ୍ଡଗିରି ଥାନାର ଏସଆଇ ଧରାପଡ଼ିବା ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଅନେକ ଅଫିସର ଧରାପଡ଼ିଛନ୍ତି । ଫଳରେ ବିଭାଗରେ ଏବେ ଗ୍ରାଉଣ୍ଡ ଜିରୋରେ କାମ କରୁଥିବା ପୋଲିସ କର୍ମଚାରୀଟିଏ ଖଟିଖଟି କିଛି ଦୁର୍ନୀତିଖୋର ଅଫିସରଙ୍କ ପାଇଁ ବଦନାମ ହେଉଛନ୍ତି ବା ସେମାନଙ୍କ ସହ ଖାପ ନ ଖାଇ ବାଧ୍ୟ ହୋଇ କିଛି ଜିଲ୍ଲା ବାହାରକୁ ବଦଳି ହେଉଛନ୍ତି । ଯିଏ ରହିଲେ ସେମାନେ ସେମାନଙ୍କ ସ୍ବାର୍ଥ ହାସଲ ଦିଗରେ ଯେ କୌଣସି ସ୍ତରକୁ ଖସିଯାଉଛନ୍ତି ।

ଏନେଇ ଶୁକ୍ରବାର କ୍ରାଇମ୍ ରିଭ୍ୟୁ ମିଟିରେ ଧ୍ୟାନ ଆକର୍ଷଣ କରାଯାଇଛି । ଯାହାର ବଦଳି ହୋଇଛି ତୁରନ୍ତ ସେମାନେ ଆଳ ନ ଦେଖାଇ ସେ ସ୍ଥାନ ଛାଡ଼ନ୍ତୁ ନଚେତ ସେହି ଥାନା ଦାୟିତ୍ବରେ ଥିବା ମୁଖ୍ୟଙ୍କ ପାଇଁ ଏହା ଅଡୁଆ ହେବ ବୋଲି ଡିସିପି ଚେତାବନୀ ଦେଇଛନ୍ତି । ହେଲେ ଜିଲ୍ଲା ବାହାରକୁ ବଦଳି ପୋଲିସ ମୁଖ୍ୟାଳୟ ଉପରେ ନିର୍ଭର କରୁଥିବା ବେଳେ ବିଭାଗର ବଦନାମ ରୋକିବାକୁ ଗାଦି ମାଡ଼ି ବସିଥିବା ଅଫିସରଙ୍କୁ ଜିଲ୍ଲାବହାରକୁ ବଦଳି କେବେ ଏବେ ଦେଖିବାକୁ ବାକି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.