ETV Bharat / state

କର୍ପୋରେଟରଙ୍କ ମଶା ମରା ଅଭିଯାନ, ରାଜଧାନୀବାସୀଙ୍କୁ ମିଳିବ ଆଶ୍ୱସ୍ତି - ବିଏମସି

ଭୁବନେଶ୍ବରରେ ବଢ଼ି ଚାଲିଛି ମଶାଙ୍କ ପାଦୁର୍ଭାବ । ବିଏମସି ବିଫଳ ହେବା ପରେ ନିଜ ଗାଡ଼ିରେ ବୁଲି ମଶା ଧୂଆଁ ଛାଡିଲେ କର୍ପୋରେଟର । ଅଧିକ ପଢନ୍ତୁ

କର୍ପୋରେଟରଙ୍କ ମଶା ମରା ଅଭିଯାନ
କର୍ପୋରେଟରଙ୍କ ମଶା ମରା ଅଭିଯାନ
author img

By ETV Bharat Odisha Team

Published : Dec 17, 2023, 7:38 AM IST

କର୍ପୋରେଟରଙ୍କ ମଶା ମରା ଅଭିଯାନ

ଭୁବନେଶ୍ବର: ରାଜଧାନୀରେ ଶୀତ ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ବଢ଼ି ଚାଲିଛି ମଶାଙ୍କ ପାଦୁର୍ଭାବ । ମଶା ମାରିବାରେ ବିଏମସି ବିଫଳ ହେବା ପରେ ନିଜ ଗାଡିରେ ମଶା ଧୂଆଁ ଧରି ମଶା ଦମନ ପାଇଁ ଆଗକୁ ଆସିଛନ୍ତି କର୍ପୋରେଟର । ନିଜ ୱାର୍ଡରୁ ମଶା ତଡିବା ପାଇଁ ବିଭିନ୍ନ ଗଳିକନ୍ଦିରେ ମାରୁଛନ୍ତି ମଶା ଧୂଆଁ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ୫୪ ନମ୍ବର ୱାର୍ଡରେ । ଏହି ୱାର୍ଡ କର୍ପୋରେଟର ଶିବପ୍ରସାଦ ବେହେରା ନିଜ ଗାଡ଼ିରେ ମଶା ଧୂଆଁ ମେସିନ୍ ବୁଲାଉଛନ୍ତି । କର୍ପୋରେଟରଙ୍କ ଏହି ପ୍ରୟାସ ବେଶ ଚର୍ଚ୍ଚାର ବିଷୟ ହୋଇଛି । ସ୍ଥାନୀୟ ବାସିନ୍ଦା ଏହାକୁ ନେଇ ବେଶ ପ୍ରଶଂସା କରିଛନ୍ତି ।

ତେବେ ଶିବ ବେହେରା ଓଲ୍ଡ ଟାଉନ ଅଞ୍ଚଳର କର୍ପୋରେଟର ହୋଇଥିବା ବେଳେ ଏହି ଅଞ୍ଚଳର ରାସ୍ତାଗୁଡିକ ଅଣଓସାରିଆ ହୋଇଥିବାରୁ ଏଠାରେ ବିଏମସିର ମଶା ଧୂଆଁ ଗାଡ଼ି ପଶି ପାରୁନାହିଁ । ଫଳରେ ସ୍ଥାନୀୟ ଅଞ୍ଚଳରେ ସଠିକ ଢଙ୍ଗରେ ମଶା ଧୂଆଁ ଛଡ଼ା ଯାଇ ପାରୁନାହିଁ । ଫଳରେ ମଶାଙ୍କ ପାଦୁର୍ଭାବ ବଢ଼ିବାରେ ଲାଗିଛି । ଏହାକୁ ନେଇ ଲୋକେ କଲବଲ ହେଇଥିବା ବେଳେ ଅଣଓସାରିଆ ରାସ୍ତା ଫଳରେ ଏକ ପ୍ରକାର ନାକେଦମ ହୋଇଥିଲେ ଲୋକେ ।
ଏହା ମଧ୍ୟ ପଢନ୍ତୁ.....ଶୀତଦିନେ ନନ୍ଦନକାନନରେ ସ୍ବତନ୍ତ୍ର ବ୍ୟବସ୍ଥା; ଖୁଆଡରେ ରୁମ ହିଟର, ସିମ୍ପାଜିଙ୍କ ପାଇଁ କମ୍ବଳ

ଏଠାରେ ବିଏମ୍ସିର ମଶା ଦମନ ଅଭିଯାନ ଫେଲ୍‌ ମାରିଥିଲା । ପରେ ସେ ନିଜେ ମଶାଧୂଆଁ ମେସିନ୍‌କୁ ନିଜ ବାଇକ ପଛରେ ଲଦି ଗଳିକନ୍ଦିରେ ବୁଲିବୁଲି ଧୂଆଁ ଛାଡୁଛନ୍ତି କର୍ପୋରେଟର । ଲୋକେ କିଭଳି ଶାନ୍ତିରେ ରହିବେ ସେନେଇ କର୍ପୋରେଟରଙ୍କ ଏହି ପ୍ରୟାସକୁ ସାଧୁବାଦ ଦିଆଯାଉଛି । ଏହାକୁ ନେଇ କର୍ପୋରେଟ ଏହା ତାଙ୍କୁ ଖୁସି ଦେଇଛି ବୋଲି କହିବା ସହ ଏଭଳି ସେବା ସ୍ଥାନୀୟ ଅଞ୍ଚଳରେ ୪ ରୁ ୫ ବର୍ଷ ହେଲା ସେ କରୁଛନ୍ତି ଆଗକୁ ଏଭଳି ଜାରି ରହିବ ବୋଲି କହିଛନ୍ତି । ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ମତ ଅନୁଯାୟୀ ପୂର୍ବରୁ ଏହି ଅଞ୍ଚଳରେ ମଶା ସମସ୍ୟା ଉତ୍କଟ ହୋଇଥିଲା l କିନ୍ତୁ ରାସ୍ତା ଛୋଟ ଥିବାରୁ ବିଏମସି ଏକ ପ୍ରକାର ଏହାକୁ ଅଣଦେଖା କରିଥିଲା । କର୍ପୋରେଟରଙ୍କ ପ୍ରୟାସରେ ମଶା ଦାଉରୁ ନିସ୍ତାର ମିଳିପାରୁଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ମଶା କମିବା ଯାଏଁ ସେ ସବୁଦିନ ସନ୍ଧ୍ୟାରେ ଏମିତି ବୁଲିବେ ବୋଲି କ‌ହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.