ETV Bharat / state

ଢେଲା ପଥର ମାରି କୋରୋନା ଯୋଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ - କୋରୋନା ଯୋଦ୍ଧାଙ୍କ ଉପରକୁ ସଂଘବଦ୍ଧ ଆକ୍ରମଣ

ମିଛ ରିପୋର୍ଟ ଆସିଥିବା କହି କୋରୋନା ଯୋଦ୍ଧାଙ୍କ ଉପରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣ। ପ୍ରଥମେ ବିଡିଓ ଓ ତହସିଲଦାରଙ୍କୁ ଗ୍ରାମବାସୀ ମାନେ ଏକ ଘରେ ବନ୍ଦ କରିଦେଇଥିବା ବେଳେ ପୋଲିସ ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କ ଉପରକୁ ଟେକା ମାଡ କରିଥିଲେ । ବୁଝାସୁଝା ପରେ ପରିସ୍ଥିତି ଶାନ୍ତ।

ଘରେ ପୁରାଇ କୋରୋନା ଯୋଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ, ବୁଝାସୁଝା ପରେ ପରିସ୍ଥିତି ଶାନ୍ତ

author img

By

Published : Jul 25, 2020, 8:09 AM IST

ଖୋର୍ଦ୍ଧା:କୋରୋନା ଆକ୍ରାନ୍ତଙ୍କୁ ସ୍ତାନାନ୍ତର ବେଳେ କୋରୋନା ଯୋଦ୍ଧାଙ୍କୁ ଆକ୍ରମଣ। ନୟାଗଡ ଜିଲ୍ଲା ଫତେଗଡ ଥାନା ଜଗନ୍ନାଥ ପ୍ରସାଦ ଗାଁରେ ଶନିବାର ୩୨ରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଗୋଷ୍ଠି ସଂକ୍ରମଣକୁ ଦୃର୍ଷ୍ଟିରେ ରଖି ଆକ୍ରାନ୍ତଙ୍କୁ କୋଭିଡ ମେଡିକାଲ ସ୍ଛାନାନ୍ତର କରିବା ପାଇଁ ଭାପୁର ବିଡିଓ, ତହସିଲଦାର,ପୋଲିସ,ସ୍ବାସ୍ଥ୍ୟକର୍ମୀ ଗାଁକୁ ଯାଇଥିବା ବେଳେ ଗ୍ରାମବାସୀ ମାନେ ଏହାକୁ ବିରୋଧ କରିଥିଲେ ।

ଢେଲା ପଥର ମାରି କୋରୋନା ଯୋଦ୍ଧାଙ୍କୁ ସଂଘବଦ୍ଧ ଆକ୍ରମଣ

ମିଛ ରିପୋର୍ଟ ଆସିଥିବା କହି କୋରୋନା ଯୋଦ୍ଧାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ପ୍ରଥମେ ବିଡିଓ ଓ ତହସିଲଦାରଙ୍କୁ ଗ୍ରାମବାସୀ ମାନେ ଏକ ଘରେ ବନ୍ଦ କରିଦେଇଥିବା ବେଳେ ପୋଲିସ ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କ ଉପରକୁ ଟେକା ମାଡ କରିଥିଲେ ।

ଏଥିରେ ୩ଜଣ ପୋଲିସ କର୍ମଚାରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ଭଙ୍ଗାରୁଜା ହୋଇଥିବା ଜଣାପଡିଛି । ଗ୍ରାମରେ ଏନେଇ ଉତ୍ତେଜନା ଲାଗିଥିବା ବେଳେ ଖବର ପାଇ ନୟାଗଡ଼ ଏସପି ଘଟଣା ସ୍ଥଳରେ ପହଁଞ୍ଚି ବିଡିଓ ଏବଂ ତହସିଲଦାରଙ୍କୁ ଉଦ୍ଧାର କରିବା ସହ ଗ୍ରାମବାସୀଙ୍କୁ ବୁଝାସୁଝା କରି ଘଟଣାକୁ ଶାନ୍ତ କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.