ଖୋର୍ଦ୍ଧା: କୋରୋନା କବଳରେ ସାରା ବିଶ୍ୱ ଫସି ରହିଥିବା ବେଳେ ରାସ୍ତା ଉପରେ ଚିତ୍ରକଳା ମାଧ୍ୟମରେ ସଚେତନତାର ବାର୍ତ୍ତା ବାଣ୍ଟୁଛି ଖୋର୍ଦ୍ଧା ପୌର ପରିଷଦ । ଖୋର୍ଦ୍ଧା ସହରର ବିଭିନ୍ନ ଛକ ଯଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା, ବ୍ୟାଙ୍କ ଛକ, ପେଟ୍ରୋଲ ପମ୍ପ ଛକ ଆଦି ରାସ୍ତା ଉପରେ ଚିତ୍ରକଳା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି ।
କୋଭିଡ -19 ପାଇଁ ସାରା ରାଜ୍ୟରେ ଲକଡାଉନ ଜାରି ରହିଥିବା ବେଳେ ଜରୁରୀ କାମ ନଥିଲେ ଘରୁ ବହାରନ୍ତୁ ନାହିଁ, ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବାର ବାର୍ତ୍ତା ରାସ୍ତା ଉପରେ ଚିତ୍ରକଳା ମାଧ୍ୟମରେ ଦର୍ଶାଯାଇଛି । ତେବେ ପୌର ପରିଷଦର ଏଭଳି ପଦକ୍ଷେପକୁ ସହରବାସୀ ସ୍ୱାଗତ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ