ETV Bharat / state

ବୋଲଗଡ ବ୍ଳକରେ କୋରୋନା ସମୀକ୍ଷା ବୈଠକ

author img

By

Published : Sep 4, 2020, 9:55 PM IST

ବୋଲଗଡ ବ୍ଳକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶୁକ୍ରବାର କୋରୋନା ସଂପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଖୋର୍ଦ୍ଧା ଏଡିଏମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଉପସ୍ଥିତ ରହି ବୋଲଗଡ ବ୍ଳକ ଅଞ୍ଚଳରେ ମହାମାରୀ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ଜରୁରୀ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ । ଅଧିକ ପଢନ୍ତୁ...

ବୋଲଗଡ ବ୍ଳକରେ କୋରୋନା ସମୀକ୍ଷା ବୈଠକ
ବୋଲଗଡ ବ୍ଳକରେ କୋରୋନା ସମୀକ୍ଷା ବୈଠକ

ଖୋର୍ଦ୍ଧା: ବୋଲଗଡ ବ୍ଳକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶୁକ୍ରବାର କୋରୋନା ସଂପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଖୋର୍ଦ୍ଧା ଏଡିଏମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଉପସ୍ଥିତ ରହି ବୋଲଗଡ ବ୍ଳକ ଅଞ୍ଚଳରେ ମହାମାରୀ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ଜରୁରୀ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ ।

ବୋଲଗଡ ବ୍ଳକରେ କୋରୋନା ସମୀକ୍ଷା ବୈଠକ
ବୋଲଗଡ ବ୍ଳକରେ କୋରୋନା ସମୀକ୍ଷା ବୈଠକ

ଉକ୍ତ ବୈଠକରେ ବୋଲଗଡ଼ ବିଡ଼ିଓଙ୍କ ସମେତ ବ୍ଳକର ୧୯ ଗୋଟି ପଞ୍ଚାୟତର କୋଭିଡ ୧୯ ପାଇଁ ଦାୟିତ୍ବରେ ଥିବା ସମସ୍ତ ଗ୍ରାମପଞ୍ଚାୟତ ନୋଡାଲ ଅଫିସରମାନେ ଉପସ୍ଥିତ ଥିଲେ । ଅନ୍ୟ ପକ୍ଷରେ ବ୍ଳକ ଅଞ୍ଚଳର କେତେକ ବଜାରର ବଣିକ ସଂଘର କର୍ମକର୍ତ୍ତା ଓ ମହିଳାସଂଘର ମହିଳା ନେତ୍ରୀମାନେ ଯୋଗଦେଇଥିଲେ । ଏହି ବୈଠକରେ ବ୍ଳକ ଅଞ୍ଚଳରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସମୀକ୍ଷା ଓ ଆଲୋଚନା କରାଯାଇ କେତେକ ଜରୁରୀ ପଦକ୍ଷେପ ଉପରେ ଅଧିକ ଗୁରୁତ୍ବ ଦେବା ପାଇଁ ଏଡିଏମ ଏବଂ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।

ବୋଲଗଡ ବ୍ଳକରେ କୋରୋନା ସମୀକ୍ଷା ବୈଠକ
ବୋଲଗଡ ବ୍ଳକରେ କୋରୋନା ସମୀକ୍ଷା ବୈଠକ

ବିଶେଷ ଭାବେ ଦୋକାନ ବଜାର ଅଞ୍ଚଳରେ ସାମାଜିକ ଦୂରତ୍ୱ ରକ୍ଷା କରାଯିବା ସହିତ ମାକ୍ସ ପରିଧାନ ଉପରେ ଗୁରୁତ୍ବ ଏବଂ ପ୍ରତ୍ୟେକ ଦୋକାନୀ ମାନଙ୍କୁ କୋଭିଡ ଟେଷ୍ଟ କରାଇବା ପାଇଁ ପରାମର୍ଶ ଦେଇଥିଲେ । ଏଥିପ୍ରତି ପ୍ରତ୍ୟେକ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ କମିଟି ଏହି ପଦକ୍ଷେପ ଉପରେ ଗୁରୁତ୍ବ ଦେଇ କାର୍ଯ୍ୟକାରୀ କରାଇବାକୁ କୁହାଯାଇଥିବା ବେଳେ ପ୍ଳାଜମା ଡୋନେସନ ପାଇଁ ଲୋକମାନଙ୍କୁ ବୁଝାଇବାକୁ ଗ୍ରାମପଞ୍ଚାୟତ ନୋଡାଲ ଅଫିସ ମାନଙ୍କୁ ନିର୍ଦ୍ଦେଶ ଦେଇଥିବାର ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.