ETV Bharat / state

ରଜ ପାଇଁ ଉଗ୍ରତାରଙ୍କ ପୀଠରେ କଟକଣା

କୋରୋନା ପାଇଁ ଓଡିଶାର ପ୍ରସିଦ୍ଧ ତନ୍ତ୍ରପୀଠ ମା' ଉଗ୍ରତାର ପୀଠରେ ରଜ ପର୍ବ ପାଇଁ 144ଧାରା ଲାଗୁ କରାଯାଇଛି ।

author img

By

Published : Jun 14, 2021, 8:23 AM IST

ଉଗ୍ରତାରଙ୍କ ପୀଠରେ କଟକଣା
ଉଗ୍ରତାରଙ୍କ ପୀଠରେ କଟକଣା

ଖୋର୍ଦ୍ଧା: ଆଜି ଓଡିଆଙ୍କ ଗଣ ପର୍ବ ରଜ । ପ୍ରିତିଟି ଓଡିଆଙ୍କ ପାଇଁ ଏହି ଦିନଟି ବହୁତ ଖାସ । ହେଲେ କୋରୋନା ଏହି ରଜ ପର୍ବରୁ ଫିକା ଫିକା କରିଛି । କୋରୋନା ପାଇଁ ଓଡିଶାର ପ୍ରସିଦ୍ଧ ତନ୍ତ୍ରପୀଠ ମା' ଉଗ୍ରତାର ପୀଠରେ ରଜ ପର୍ବ ପରମ୍ପରାରେ 144ଧାରା ଲାଗିଛି ।

ଉଗ୍ରତାରଙ୍କ ପୀଠରେ କଟକଣା

ଖୋର୍ଦ୍ଧା ଜିଲ୍ଲା ଅଧୀନସ୍ଥ ଭୂଷଣ୍ଢପୁର ମୂଳିଝର ଗଡ଼ ସ୍ଥିତ ମା ଉଗ୍ରତାର ପୀଠ । ମାଙ୍କର ମୂଖ୍ୟ ପର୍ବ ଦୁଇଟି ଦଶହରା ଓ ରଜ ପର୍ବ । କୋରୋନା ପାଇଁ ରଜଯାତ୍ରା ପର୍ବ ପାଳନ ଉପରେ ମନ୍ଦିରରେ ଏ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗିଛି । ପ୍ରତିବର୍ଷ ମା ଉଗ୍ରତାରା ପୀଠରେ ରଜ ଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଥାଏ । ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଭକ୍ତ ଏହି ସମୟରେ ଏଠାକୁ ଆସି ମାଙ୍କୁ ଦର୍ଶନ କରିବା ସହ ରଜ ଯାତ୍ରାକୁ ମନଭରି ଉପଭୋଗ କରନ୍ତି ।

ରଜ ପାଇଁ ପୀଠରେ ଭଳିକି ଭଳି ଦୋକାନ ବଜାର, ମିନାବଜାର ,ରାମଦୋଳି ମନୋରଞ୍ଜନ ପାଇଁ ଲାଗିଥାଏ । ଯାହା ଫଳରେ କିଣାବିକା ମଧ୍ୟ ବ୍ୟାପକ ହୁଏ । କିନ୍ତୁ କୋରୋନା ପାଇଁ ସବୁ ଠପ ହୋଇଛି । ପ୍ରଶାସନ ପକ୍ଷରୁ ମନ୍ଦିରରେ ୧୪୪ଧାରା ଜାରି ହୋଇଛି । କୋରୋନା ପାଇଁ ମନ୍ଦିରରେ ସାଧାରଣ ଲୋକଙ୍କ ଦର୍ଶନ ବନ୍ଦ ରହିଛି । କିନ୍ତୁ ମାଙ୍କ ନୀତିକାନ୍ତି ପ୍ରଭାବିତ ହୋଇନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.