ETV Bharat / state

କୋରୋନା ଭୟ: ଛୁଇଁଲେନି ଆତ୍ମୀୟ ସ୍ବଜନ, ମୃତଦେହ ସତ୍କାର କଲା ପ୍ରଶାସନ

author img

By

Published : May 13, 2021, 6:26 PM IST

କୋରୋନା ମହାମାରୀ ଭୟରେ ମାନବିକତା ଭୁଲିବାକୁ ବସିଲାଣି ମଣିଷ । ପୁଅର ମୃତଦେହ ଧରି 6 ଘଣ୍ଟା ନେହୁରା ହେଲା ମା । ଆସିଲେନି ଆତ୍ମୀୟ ସ୍ବଜନ କି ଗ୍ରାମବାସୀ । ବ୍ଲକ ପ୍ରଶାସନ କଲା ସତ୍କାର । ଅଧିକ ପଢନ୍ତୁ....

କୋରୋନା ଭୟ: ଛୁଇଁଲେନି ଆତ୍ମୀୟ ସ୍ବଜନ ,ମୃତଦେହ ସତ୍କାର କଲା ପ୍ରଶାସନ

ଖୋର୍ଦ୍ଧା : କୋରୋନା ମହାମାରୀ ଭୟରେ ମାନବିକତା ଭୁଲିବାକୁ ବସିଲାଣି ମିଣିଷ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି । କୋରୋନା ସନ୍ଦେହରେ ଜଣେ ମୃତ ବ୍ୟକ୍ତିଙ୍କୁ ତାଙ୍କ ସମ୍ପର୍କୀୟ ଦେଖିବାକୁ ପାଖ ମାଡିଲେନି ଏପରିକି ଗ୍ରାମବାସୀ ମଧ୍ୟ ଶ୍ମଶାନରେ ଦାହ ପାଇଁ ଅନୁମତି ମଧ୍ୟ ଦେଇନଥିବା ଦେଖାଯାଇଛି । ଶେଷରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏବଂ ଚିଲିକା ବ୍ଲକ ପ୍ରଶାସନର ସହଯୋଗରେ ମୃତଦେହ ସତ୍କାର କରାଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଚିଲିକା ବ୍ଲକ କୁମାଣ୍ଡଳ ପଞ୍ଚାୟତ ସରଳସିଂ ଗ୍ରାମର 25 ବର୍ଷୀୟ ଦିବାକର ବାରିକ ତାଙ୍କ ମା’ଙ୍କ ସହ କରଡ଼ି ଗ୍ରାମରେ ରୁହନ୍ତି। ତେବେ ଗତ କିଛି ଦିନ ଧର ତାଙ୍କୁ ଜ୍ବର ହେଉଥିବାବେଳେ ସେ ହଠାତ କାଲି ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ କୋଭିଡ ଟେଷ୍ଟ କରିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । କିନ୍ତୁ ସେ କୋଭିଡ ଟେଷ୍ଟ ନକରି ସେ ଘରକୁ ଫେରିଆସିଥିଲେ । ହଠାତ କାଲି ସେ ଅସ୍ବାଭାବିକ ଭାବେ ଛିଡା ହୋଇଥିବାବେଳେ ଟଳି ପଡିଥିଲେ। ତାଙ୍କୁ ତୁରନ୍ତ ୧୦୮ ଯୋଗେ ବାଲୁଗାଁ ମେଡିକାଲ ଅଣାଯାଇଥିଲା। ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ବାଲୁଗାଁ ମେଡିକାଲ ଅଧିକାରୀ ସୂଚନା ଦେଇଥିଲେ ।

ତେବେ କୋରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହରେ ଦିବାକରଙ୍କ ମୃତଦେହକୁ ସମ୍ପର୍କୀୟ ଦେଖିବାକୁ ଆସିଲେ ନାହିଁ । ଏପରିକି ଗାଁ ଶ୍ମଶାନରେ ସତ୍କାର ପାଇଁ ମଧ୍ୟ ଗ୍ରାମବାସୀ ବିରୋଧ କରିବାରୁ ପାଖାପାଖି ଦୀର୍ଘ ୬ ଘଣ୍ଟା ନିଜ ପୁଅର ମୃତଦେହକୁ ନେଇ ବାଲୁଗାଁ ମେଡିକାଲ ପରିସରରେ ତାଙ୍କ ମା ଅସହାୟ ଅବସ୍ଥାରେ କାନ୍ଦୁଥିବାର ଅଭାବନୀୟ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଏ ଖବର ପାଇ ବାଲୁଗାଁ ଏସଡ଼ିପିଓ ଏବଂ ଆଇଆଇସି ମେଡିକାଲ ପରିସରରେ ପହଞ୍ଚି ମୃତକଙ୍କ ମା’ ଙ୍କୁ ଆଶ୍ବାସନା ଦେଇଥିଲେ। ତେବେ ଚିଲିକା ତହସିଲଦାର ଏବଂ ବିଡ଼ିଓଙ୍କ ହସ୍ତକ୍ଷେପ କ୍ରମେ ସ୍ଥାନୀୟ ଆଖୁପୋଖରିଆ ଶ୍ମଶାନରେ ମୃତଦେହ ସତ୍କାର ହେବାନେଇ ବ୍ୟବସ୍ଥା କରାଯାଇଥିଲା । ତେବେ ପ୍ରଶାସନର ସହଯୋଗରେ ମୃତଦେହ ଦାହ କରାଯାଇଛି । ପୋଲିସ ଓ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରିବା ସହ ଖୋର୍ଦ୍ଧା ଏସପି ମଧ୍ୟ ଟ୍ବିଟ କରି ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.