ETV Bharat / state

କେରଳରେ ଫସିଛନ୍ତି ଖୋର୍ଦ୍ଧା-ଗଞ୍ଜାମର ଶ୍ରମିକ, ଫେରିବା ପାଇଁ ଆକୁଳ ନିବେଦନ

author img

By

Published : Mar 27, 2020, 8:24 PM IST

ସାରା ଭାରତ ଲକ୍‌ ଡାଉନ୍‌ । ଫଳରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ବ୍ଲକର ଯୁବକମାନେ ଫସି ରହିଛନ୍ତି କେରଳ ରାଜ୍ୟରେ ।

corona-effect-odisha-people-stuck-at-kerala
କେରଳରେ ଫସି ରହିଥିବା ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଶ୍ରମିକ ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରୀ

ଖୋର୍ଦ୍ଧା: ପେଟ ପାଇଁ ଓଡିଶା ଛାଡି ଯାଇଥିଲେ ଦାଦନ ଖଟିବାକୁ କେରଳ । କିନ୍ତୁ କୋରୋନା ସେମାନଙ୍କ ଫେରିବା ବାଟରେ ବାଟ ଓଗାଳିଛି । ଫେରିବା ପାଇଁ ନା ଅଛି ଟଙ୍କା ନା ଆସିବା ପାଇଁ କୌଣସି ସୁବିଧା । ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶକୁ ଲକ୍‌ ଡାଉନ୍‌ କରିଛନ୍ତି । ଫଳରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁର ବ୍ଲକର ଯୁବକମାନେ ଫସି ରହିଛନ୍ତି କେରଳ ରାଜ୍ୟରେ ।

କେରଳରେ ଫସିଛନ୍ତି ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଶ୍ରମିକ;ଫେରିବା ପାଇଁ କଲେ ଆକୁଳ ନିବେଦନ

ଲକ୍‌ ଡାଉନ୍‌ ଫଳରେ ସେମାନେ କାମ କରୁଥିବା କମ୍ପାନୀ ବନ୍ଦ ହୋଇଯାଇଛି । ତେବେ ସେମାନଙ୍କୁ ଓଡିଶା ଫେରାଇ ଆଣିବାକୁ ସେମାନେ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । କେରଳରେ କୋରାନା ସଂକ୍ରମିତଙ୍କ ସଂଖ୍ୟା ବଢିବାକୁ ଲାଗିଛି ଫଳରେ ସ୍ଥିତି ସେଠାରେ ସାଂଘାତିକ ବୋଲି ଫସି ରହିଥିବା ଶ୍ରମିକ କହିଛନ୍ତି । ଏଥିସହ ସେଠାରେ ସେମାନଙ୍କୁ ଖାଇବା ପିଇବାର ଅସୁବିଧା ହେବା ସହ ଟଙ୍କା ସରିବାକୁ ବସିଲାଣି । ଯଥାଶୀଘ୍ର ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁହାରୀ କରିଛନ୍ତି ।

ପରିବାର ଲୋକେ କୋହଭରା କଣ୍ଠରେ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ନିବେଦନ କରିବା ସଙ୍ଗେ ସଙ୍ଗେ ଚାହିଁ ବସିଛନ୍ତି ସାହାଯ୍ୟ ଓ ଫେରିବା ବାଟକୁ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.