ETV Bharat / state

ଟ୍ରେନ ତାର ଚୋରି ରାକେଟର ପର୍ଦ୍ଦାଫାସ, ୫ ଗିରଫ - ଟ୍ରେନ ତାର ଚୋରି ରାକେଟର ପର୍ଦ୍ଦାଫାସ

ଭୁବନେଶ୍ବରରୁ ଟ୍ରେନ ତାର ଚୋରି ରାକେଟର ପର୍ଦ୍ଦାଫାସ । ୨ ଟନରୁ ଊର୍ଦ୍ଧ୍ବ ତମ୍ବା ତାର ଜବତ କରାଯାଇଥିବା ବେଳେ ୫ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢ଼ନ୍ତୁ

copper wire theft racket
ଭୁବନେଶ୍ବରରୁ ଧରାପଡ଼ିଲେ ଟ୍ରେନ ତାର ଚୋରି ରାକେଟ
author img

By

Published : Aug 5, 2023, 9:02 PM IST

ଭୁବନେଶ୍ବରରୁ ଧରାପଡ଼ିଲେ ଟ୍ରେନ ତାର ଚୋରି ରାକେଟ

ଭୁବନେଶ୍ୱର: ଭୁବନେଶ୍ବରରୁ ଟ୍ରେନ ତାର ଚୋରି ହୋଇ ଦିଲ୍ଲୀରେ ହେଉଥିଲା ବିକ୍ରି । ମାଧ୍ୟମ ସାଜିଥିଲେ ବାଳକାଠି ଅଞ୍ଚଳର ଦଲାଲ । ଟ୍ରେନରେ ହେଉଥିଲା ରପ୍ତାନି । କିଲୋ ଦୁଇ କିଲୋ ନୁହେଁ ରେଲୱେ ଷ୍ଟୋର ରୁମରୁ ଟନ ଟନ ତାର ଚୋରି ହେଉଥିଲା । ଏହି ବଡ ଧରଣର ଟ୍ରେନ ତମ୍ବା ତାର ଚୋରି ରାକେଟର ପର୍ଦ୍ଦାଫାସ କରିଛି ଆରପିଏଫ ଭୁବନେଶ୍ଵର ଟିମ । ୨ ଟନରୁ ଊର୍ଦ୍ଧ୍ବ ତମ୍ବା ତାର ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧୫ଲକ୍ଷ ଟଙ୍କା ହେବା ନେଇ ଆରପିଏଫ ପୋଲିସ ସୂଚନା ଦେଇଛି । ଏହି ରାକେଟରେ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କୁ ଗିରଫ କରାଯାଇଛି ।

୨୯ ତାରିଖ ରାତିରେ ବିଶେଷ ସୂତ୍ରରୁ ଖବର ପାଇ ରେଲଓ୍ବେ ଖୋର୍ଦ୍ଧା ଡିଭିଜନର କ୍ରାଇମ୍ ଇଣ୍ଟେଲିଜେନସ ବ୍ରାଚ (CIB) କେ. ସେଠୀଙ୍କ ନେତୃତ୍ବରେ ଟ୍ରେନ ତାର ମରାମତି ପାଇଁ ଆସୁଥିବା ଓଭର ହେଡ୍ ଇଲେକ୍ଟ୍ରି ସପ୍ଲାୟ ତାରର କଟ ପିସ କରି ଚାଲାଣ ହେଉଥିବା ଖବର ପାଇଥିଲେ । ଏକ ଗାଡ଼ିକୁ ସନ୍ଦେହ କରି ପିଛା କରି ଶେଷରେ ହାଇଟେକ ଛକ ନିକଟରେ ଗାଡ଼ିକୁ ଧରିବାକୁ ସଫଳ ହୋଇଥିଲେ । ଯାଞ୍ଚ କରିବା ପରେ ସେଥିରୁ ୯୧୫କେଜି ତମ୍ବା ତାର ବୋଝେଇ କଟପିସ ଟ୍ରେନ ତାର ଜବତ କରିଥିଲେ । ଏଥିରେ ଦୁଇଜଣ ବାଳକାଟିର ବାପିନା ସାହୁ ଏବଂ ଗଜେନ୍ଦ୍ର ସାହୁଙ୍କୁ ଗିରଫ କରାଯାଇଥିଲା‌ ।

ତାର ଚାଲାଣ ହେଉଥିବା ଜଣାପଡିବା ପରେ ମଞ୍ଚେଶ୍ବର ଅଞ୍ଚଳରେ ଥିବା ଏକ ଘରୋଇ ସଂସ୍ଥା ଅଧିନରେ ରେଲୱେ ଷ୍ଟୋର ରୁମକୁ ଗତ ୨ ତାରିଖରେ ଅଚାନକ ସିଆଇବି ଓ ଆରପିଏଫ ଭୁବନେଶ୍ଵର ଟିମ ରେଡ ମାରିଥିଲା । ରେଳ ଯନ୍ତ୍ରାଂଶ ରଖାଯାଉଥିବା ଗୋଦାମରୁ ୧୨୦୬ କେଜି ତମ୍ବା ତାର ଜବତ କରାଯାଇଥିଲା । ଷ୍ଟୋର ଇନଚାର୍ଜ ଓ ସୁପରିଭାଇଜର ଜରିଆରେ ଏସବୁ କାମର କଣ୍ଟ୍ରାକ୍ଟ ନେଇଥିବା କଣ୍ଟ୍ରାକ୍ଟର ଏବ୍ଂ ଏଜେନ୍ସିର ସେଣ୍ଟ୍ରାଲ ଓ୍ବାର୍କସପ ହେଡ୍ ଜରିଆରେ ଏସବୁ ଚୋରା ଚାଲାଣ କରାଯାଉଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା । ଏଥିରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରାଯାଇଛି । ତେବେ ଏହା ପଛରେ ବାଳକାଟିର ପ୍ରେମାନନ୍ଦ ସାହୁର ନା ସାମନାକୁ ଆସିଛି । ଯାହାକୁ ଖୋଜୁଛି ଆରପିଏଫ ଟିମ। ଏଯାବତ ଧରାପଡିଥିବା ୫ ଜଣଙ୍କୁ (Unlawful Railway Property) ଚୋରି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଗୋଖାଦ୍ୟ ବୋଝେଇ ଟ୍ରକରେ ମଧ୍ୟପ୍ରଦେଶକୁ ହେଉଥିଲା ଗଞ୍ଜେଇ ଚାଲାଣ, ରାୟଗଡାରେ ମାଡି ବସିଲା ପୋଲିସ

ସେମାନଙ୍କ ଭିତରେ ରହିଛନ୍ତି ସେଣ୍ଟ୍ରାଲ ଓ୍ବାର୍କସପ ମୁଖ୍ୟ ପବିତ୍ର ଜେନା, ରେଲଓ୍ବେ ଷ୍ଟୋର ରୁମ ଇନଚାର୍ଜ ସଞ୍ଜୟ କୁମାର ପ୍ରଧାନ, ସୁପର ଭାଇଜର ସମୀର ରଞ୍ଜନ ଦାସ, ଦୁଇ ଜଣ ସପ୍ଲାୟର ତଥା ଟ୍ରାନସପୋର୍ଟର, ବାଳକାଟିର ବାପିନା ସାହୁ ଓ ଗଜେନ୍ଦ୍ର ସାହୁ । ଆବଶ୍ୟକ ପଡିଲେ ଏମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଆରପିଏଫ ଆଇଆଇସି ସୂଚନା ଦେଇ କହିଛନ୍ତି । ଏସବୁ ତାରକୁ ତମ୍ବା ନିର୍ମିତ କଂସା ବାସନ, ତାର ଓ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଉଥିବା ସନ୍ଦେହ କରାଯାଉଛି । ଏହାର ତଦନ୍ତ ଚାଲିଥିବା ବେଳେ ଆହୁରି ଗିରଫ ହେବା ନେଇ ଆଶଙ୍କା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.