ETV Bharat / state

ରାଜଧାନୀରେ ପୁଣି ଗର୍ଜିଲେ ଶିକ୍ଷକ: ଠିକା ନିଯୁକ୍ତି ଉଚ୍ଛେଦ ଦାବିରେ ରାଜରାସ୍ତାରେ ଆନ୍ଦୋଳନ

ଲୋୟର ପିଏମଜିରେ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଆନ୍ଦୋଳନ । ଠିକା ନିଯୁକ୍ତି ଉଚ୍ଛେଦ କରି ରେଗୁଲର କରିବାକୁ ଦାବି । ଅଧିକ ପଢ଼ନ୍ତୁ

author img

By

Published : Apr 3, 2023, 6:57 PM IST

କାନି ପାତି କରିଛନ୍ତି ଆନ୍ଦୋଳନ କରୁଛନ୍ତି ଶିକ୍ଷକ ସଂଘ

ରାଜଧାନୀରେ ପୁଣି ଗର୍ଜିଲା ଶିକ୍ଷକ ସଂଘ

ଭୁବନେଶ୍ବର: ରାଜଧାନୀରେ ପୁଣି ଗର୍ଜିଲା ଶିକ୍ଷକ ସଂଘ । ହାତରେ ବ୍ୟାନର ଧରି ସରକାରଙ୍କ ବିରୁଦ୍ଧରେ ନାରା ଦେଇ ନିଜ ହକ ମାଗିଲା ସଂଘ । ଠିକା ନିଯୁକ୍ତି ଉଚ୍ଛେଦ ଦାବିରେ ରାଜରାସ୍ତାରେ ଆଣ୍ଠେଇ ଆନ୍ଦୋଳନ କରିଛନ୍ତି ଶିକ୍ଷକ । ଲୋୟର ପିଏମଜିରେ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଆନ୍ଦୋଳନ ଦେଖିବାକୁ ମିଳିଛି ।

ଠିକା ନିଯୁକ୍ତି ଉଚ୍ଛେଦ ନେଇ ଗତ ଅକ୍ଟୋବର 15 ତାରିଖ ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ବିଭିନ୍ନ ବିଭାଗ ଏହାକୁ କାର୍ଯ୍ୟକାରୀ କରିଥିବା ବେଳେ ଗଣଶିକ୍ଷା ବିଭାଗ ଏହାକୁ କାର୍ଯ୍ୟ କରିନାହିଁ ବୋଲି ଅଭିଯୋଗ କରିଛି ଶିକ୍ଷକ ସଂଘ । ଯାହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡିଶା ସରକାରୀ ହାଇସ୍କୁଲ ଶିକ୍ଷକ ସଂଘ । ରଜରସ୍ତାରେ ଆଣ୍ଠେଇ ଶିକ୍ଷୟତ୍ରୀ ମାନେ କାନି ପାଟି ନିଜର ଦାବି ଗୁଡ଼ିକକୁ ସରକାର ପୂରଣ କରନ୍ତୁ ବୋଲି ନାରା ଦେଇଛନ୍ତି ।

ସୂଚନା ଅନୁଯାୟୀ 2022 ମସିହା ଅକ୍ଟୋବର 15 ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଜନ୍ମଦିନ ଅବସରରେ ଓଡ଼ିଶାରୁ ଚୁକ୍ତିଭିରିକ ପ୍ରଥା ଉଚ୍ଛେଦ ହେବାର ଘୋଷଣ କରିଥିଲେ । ସରକାରଙ୍କ ଅଧିନସ୍ଥ ସବୁ କର୍ମଚାରୀ ଏହାର ସୁବିଧା ପାଇଥିବା ବେଳେ ଶିକ୍ଷକ ସଂଘ ବାଦ ପଡିଥିବା ଆଭିଯୋଗ ହୋଇଛି । 2016ରୁ 2022 ମସିହା ବ୍ୟାଚ୍‌ର ଶିକ୍ଷକ ଶିକ୍ଷୟିତ୍ରୀ ଏହାର ଶିକାର ହୋଇଛନ୍ତି । CBT ଶିକ୍ଷକ ସଂଘର ସଭାପତି ରାଜେନ୍ଦ୍ର ମଲ୍ଲିକ କହିଛନ୍ତି, "ରେଗୁଲାର୍ ପ୍ରକ୍ରିୟାର ସମାପନ ପାଇଁ ଅର୍ଥ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ଅନୁମୋଦନ କରିବା ପରେ ମଧ୍ୟ ଶିକ୍ଷା ବିଭାଗରେ କାମ ଆଗକୁ ନବଢିବା ଏକ ବିଡମ୍ବନା ଓ ଦୁର୍ଭାଗ୍ୟର ବିଷୟ ।"

ଆଜକୁ 6 ମାସ ହେଲାଣି ଶିକ୍ଷକମାନେ ଅପେକ୍ଷାରେ ରହିଛନ୍ତି । କେବେ ସେମାନେ ରେଗୁଲାର ହେବେ । ଅନେକ ଶିକ୍ଷକମାନେ ମୃତ୍ୟୁବରଣ କଲେଣି ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳିପାରିଲା ନାହିଁ ବୋଲି କହିଛନ୍ତି ।ସରକାର ଯଦି ତାଙ୍କର ନିବେଦନକୁ ନଶୁଣନ୍ତି, ସମସ୍ତ ଶିକ୍ଷାକୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଶିକ୍ଷକ ସଂଘ । ଅନ୍ୟପଟେ ସଙ୍ଘର ମହାସଚିବ କହିଛନ୍ତି, ‘‘18 ହଜାରରୁ ଊର୍ଦ୍ଧ୍ୱ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ସ୍ବପ୍ନ ସମୂହ ବିଭାଗର ଫାଇଲ ଭିତରେ ବନ୍ଧକ ପଡିଛି । 5Tର ପ୍ରଥମ T ଏକ ପ୍ରହେଳିକା ପାଲଟିଛି ।’’

ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, ‘‘ଓଡ଼ିଶା ସରକାରୀ ହାଇସ୍କୁଲର ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଚାକିରି ନିୟମିତ କରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବିଚାରବିମର୍ଶ ଚାଲିଛି । ଏଣୁ ଶିକ୍ଷକମାନେ ଆନ୍ଦୋଳନ ଛାଡ଼ି ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ସେ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି । ’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.