ଖୋର୍ଦ୍ଧା: ତୃତୀୟ ଦିନରେ ଠିକା ଶ୍ରମିକଙ୍କ ଧାରଣା । ସାରୁଅରେ ଥିବା ଘରୋଇ ଗଣମାଧ୍ୟମ ସଂସ୍ଥାର ଷ୍ଟୁଡିଓ ଗେଟ ସମ୍ମୁଖରେ ଠିକା ଶ୍ରମିକ ମାନଙ୍କ ଧାରଣା ତୃତୀୟ ଦିନରେ ପହଞ୍ଚିଛି । ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଚାଲିଥିବା ବେଳେ ସଂସ୍ଥା କର୍ତ୍ତୃପକ୍ଷ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଆସିନାହାନ୍ତି ।
ସେପଟେ ଖରାର ତାତି ଏବଂ ରାତିର ଶୀତ କାକରରେ ଶ୍ରମିକମାନେ ନ୍ୟାୟ ପାଇବା ଆଶାରେ ପଡିରହିଛନ୍ତି । ସରକାରଙ୍କ ନୀତି ନିୟମ ଅନୁଯାୟୀ ପ୍ରାପ୍ୟ, ବକେୟା ବେତନ, ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଜାରି ରହିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ