ETV Bharat / state

ପଞ୍ଚନ ଦିନରେ ପହଞ୍ଚିଲା ଘରୋଇ ଗଣମାଧ୍ୟମ ସଂସ୍ଥା ସମ୍ମୁଖରେ ଶ୍ରମିକଙ୍କ ଧାରଣା

author img

By

Published : Nov 5, 2020, 1:43 PM IST

ସ୍ଥାୟୀ ନିଯୁକ୍ତି ଓ ସରକାରଙ୍କ ସବୁ ନିୟମ ଅନୁଯାୟୀ ବେତନ ଦେବାକୁ ଦାବି କରି ଘରୋଇ ଗଣମାଧ୍ୟମ ସଂସ୍ଥା ଫାଟକ ଆଗରେ ଧାରଣାରେ ଶ୍ରମିକ । ଅଧିକ ପଢନ୍ତୁ...

ଘରୋଇ ଗଣମାଧ୍ୟମ ସଂସ୍ଥା ଫାଟକ ଆଗରେ ପାଞ୍ଚ ଦିନ ଦେବ ଧାରଣାରେ ଶ୍ରମିକ

ଖୋର୍ଦ୍ଧା: ସ୍ଥାୟୀ ନିଯୁକ୍ତି ଓ ସରକାରଙ୍କ ସବୁ ନିୟମ ଅନୁଯାୟୀ ବେତନ ଦେବାକୁ ଦାବି କରି ଧାରଣାରେ ବସିଛନ୍ତି ସାରୁଅର ଏକ ଘରୋଇ ଗଣମାଧ୍ୟମ ସଂସ୍ଥାର ଠିକା ଶ୍ରମିକ । ସଂସ୍ଥାର ଫାଟକ ଆଗରେ ଶ୍ରମିକମାନଙ୍କର ଧାରଣା ପାଞ୍ଚଦିନ ହେବ ଜାରି ରହିଛି ।

ଷ୍ଟୁଡିଓରେ ଶ୍ରମିକମାନଙ୍କୁ କର୍ତ୍ତୃପକ୍ଷ ଗାଳିଗୁଲଜ, ଧମକ ଚମକ ଦେବା ସହ କାମ ବନ୍ଦ କରିବା ନେଇ କହୁଥିବା ଅଭିଯୋଗ କରିଛନ୍ତି ଠିକା ଶ୍ରମିକ ସଂଗଠନ । ଶ୍ରମିକମାନଙ୍କୁ ଉପଯୁକ୍ତ ଦରମା ଦେଉନଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ଘଟଣାକୁ ବିରୋଧ କରି ଷ୍ଟୁଡିଓରେ କାମ କରୁଥିବା ଶ୍ରମିକ ମାନେ ଗତ ପାଞ୍ଚଦିନ ଧରି ଧାରଣାରେ ବସିଛନ୍ତି । ଶ୍ରମିକମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ସରକାରଙ୍କ ସବୁ ନିୟମ ଅନୁଯାୟୀ ବେତନ ଦେବାକୁ ଦାବି କରିଛନ୍ତି ଠିକା ଶ୍ରମିକ ସଂଘଟନ । ଗତ ପାଞ୍ଚ ଦିନ ହେବ ଭୋକ ଉପାସରେ ଫାଟକ ଆଗରେ ଦିନରାତି ବସିିଥିଲେ ବି କେହି ଶୁଣୁ ନଥିବା କହିଛନ୍ତି ଧାରଣାକାରୀ ଶ୍ରମିକ ।

ଶ୍ରମିକମାନଙ୍କ ଅଭିଯୋଗକୁ ଭିତ୍ତି କରି ସଂସ୍ଥାର ସାଇଟ୍ ଇଞ୍ଜିନିୟର ଦୀନବନ୍ଧୁ ସାମନ୍ତ ଓ ସୁପରଭାଇଜର ବିଶ୍ବଜିତ୍ ରାଉତରାୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଘମାରୀ ପୋଲିସ । ଦାବି ପୂରଣ ନହେବା ଯାଏଁ ଧାରଣା ଜାରି ରହିବ ବୋଲି କହିଛନ୍ତି ଧାରଣାକରୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.